ଓଡିଶା

odisha

By

Published : Oct 14, 2020, 10:44 PM IST

ETV Bharat / state

ସତର୍କ ସଙ୍କେତ ଉପରେ ବଂଶଧାରା ଜଳସ୍ତର

ମୂଷଳ ଧାରାରେ ବର୍ଷା କାରଣରୁ ବଢୁଛି ବଂଶଧାରାର ଜଳ ସ୍ତର । ସତର୍କ ସଙ୍କେତ ୮୩.୦୫ ମିଟର ରହିଛି ନଦୀ ଜଳ। ଅଧିକ ପଢନ୍ତୁ...

ସତର୍କ ସଙ୍କେତ ଉପରେ ବଂଶଧାରା
ସତର୍କ ସଙ୍କେତ ଉପରେ ବଂଶଧାରା

ରାୟଗଡା: ବଂଶଧାରା ଉପର ମୁଣ୍ଡରେ ବର୍ଷାର ପ୍ରଭାବ ହ୍ରାସ ସତ୍ତ୍ବେ ବୁଧବାର ସନ୍ଧ୍ୟାରେ ଗୁଣପୁର ଠାରେ ବଂଶଧାରାରେ ଜଳସ୍ତର ସତର୍କ ସଙ୍କେତ ଉପରେ ରହିଛି। ସକାଳୁ ଗୁଣପୁର ତଥା ଆଖପାଖ ଅଞ୍ଚଳରେ ସମ୍ପୁର୍ଣ୍ଣ ଭାବେ ବର୍ଷା ବନ୍ଦ ହୋଇ ଯାଇଥିଲା। ତେଣୁ ନଦୀର ଜଳସ୍ତର ମଧ୍ୟ କମ ରହିଥିଲା।

ସତର୍କ ସଙ୍କେତ ଉପରେ ବଂଶଧାରା

ହେଲେ ଅପରାହ୍ନରେ ସ୍ଥାନୀୟ ଅଞ୍ଚଳରେ ଲଗାତର ଦୁଇଘଣ୍ଟା ମୁଷଳ ଧାରାରେ ବର୍ଷା ହବାପରେ ଛୋଟଛୋଟ ପାହାଡିଆ ନାଳ ମାନଙ୍କର ପାଣି ସମେତ ପାହାଡରୁ ଗଡୁଥିବା ପାଣି ଆସି ନଦୀରେ ମିସିଥିଲା । ଫଳରେ ପୁଣି ସନ୍ଧ୍ୟାରେ ଗୁଣପୁର ଠାରେ ବଂଶଧାରା ନଦୀର ଜଳସ୍ତର ୮୩.୦୫ ମିଟର ରହିଥିଲା। ଏଠାରେ ସତର୍କ ସଙ୍କେତ ୮୩ ଓ ବିପଦ ସଙ୍କେତ ୮୪ ମିଟର ରହିଥିବା ବେଳେ ଆଜି ସତର୍କ ସଙ୍କେତ ଉପରେ ଜଳ ପ୍ରବାହିତ ହବାପରେ ପ୍ରଶାସନ ମଧ୍ୟ ସଜାଗ ହୋଇଥିବା ନଜରକୁ ଆସିଥିଲା ।

ସତର୍କ ସଙ୍କେତ ଉପରେ ବଂଶଧାରା

ତେବେ ଗୁଡାରୀ, ଚନ୍ଦ୍ରପୁର ସମେତ ଗଜପତି ଜିଲ୍ଲାରେ ବର୍ଷାର ପ୍ରଭାବ ସେତେଟା ନଥିବା କାରଣରୁ ବଂଶଧାରାରେ ବନ୍ୟା ପରିସ୍ଥିତିକୁ ନେଇ କୌଣସି ବିପଦ ନଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details