ରାୟଗଡା: ସରକାର ନିର୍ମାଣ ଶ୍ରମିକଙ୍କ ପାଇଁ ଅନେକ ଯୋଜନା ଉପରେ ଯୋଜନା କରି ଚାଲିଛନ୍ତି , କିନ୍ତୁ ତାର ସୁଫଳ ପାଇ ପାରୁନାହାଁନ୍ତି ଶ୍ରମିକ ମାନେ । ଯୋଜନାରେ ଉପକୃତ ହେବାକୁ ହେଲେ ଶ୍ରମିକ ମାନଙ୍କୁ ପରୋକ୍ଷରେ ଆର୍ଥିକ ନିର୍ଯାତନା ସହିବାକୁ ପଡୁଛି । ଏପରି ଏକ ଉଦାହରଣ ହେଉଛି ରାୟଗଡା ଜିଲ୍ଲା ଶ୍ରମବିଭାଗ ।
ଭିଡିଓ ସୌଜନ୍ୟ- ସମ୍ବାଦଦାତା, ରାୟଗଡା ଆଜି ଜିଲ୍ଲା ଶ୍ରମବିଭାଗ ତରଫରୁ ଗୁଣୁପୁର ବ୍ଲକ୍ ର ମୋଟ ମହିଳା ଏବଂ ପୁରୁଷ ଶ୍ରମିକଙ୍କୁ 68 ଏବଂ ରାମନଗୁଡା ବ୍ଲକର ଶ୍ରମିକଙ୍କୁ ମୋଟ 50 ସାଇକେଲ ବଣ୍ଟନ କରାଯାଇଛି।
କିନ୍ତୁ ଶ୍ରମିକଙ୍କ ଅଭିଯୋଗ କି ସେମାନେ ଗୁଣୁପୁର ଏବଂ ରାମନାଗୁଡା ଅଞ୍ଚଳର ବିଭିନ୍ନ ଦୁର୍ଗମ ଅଞ୍ଚଳରୁ ଆସି ଜିଲ୍ଲା ସଦର ମହକୁମାରୁ ସାଇକେଲ ନେବାକୁ ଅଧିକ ଖର୍ଚ୍ଚାନ୍ତ ହେଉଥିବା ଅଭିଯୋଗ କରିଛନ୍ତି । ସେମାନଙ୍କ କହିବା ଅନୁଯାୟୀ ଜଣକ ପିଛା 5 ଶହ ରୁ 7ଶହ ଟଙ୍କା ଖର୍ଚ୍ଚ ହେଉଥିବା ସହ ସରକାରଙ୍କ ଯୋଜନା ଭଲ ରହିଛି କିନ୍ତୁ ଆର୍ଥିକ ନିର୍ଯାତନା ସହିବା ଠାରୁ ସାଇକଲ ନପାଇବା ଭଲ ବୋଲି କହିଛନ୍ତି ନିର୍ମାଣ ଶ୍ରମିକ ମାନେ।
ଶ୍ରମିକଙ୍କ ନିଜନିଜ ବ୍ଲକରେ ବଣ୍ଟନ କରିବାକୁ ଦାୟିତ୍ବରେ ଥିବା ଏଜେଣ୍ଟ ମାନେ କହିବାପରେ ମଧ୍ୟ କେତେବେଳେ ନିର୍ବାଚନ ବାହାନା ତା ଆଉ କେତେବେଳେ ଉପଶ୍ରମ ଅଧିକାରୀଙ୍କ ବଦଳି ବାହାନାରେ ଏଭଳି ସଦର ମହକୁମାରେ ବଣ୍ଟନ କରାଯାଇଥିବା ଅଭିଯୋଗ କରିଛନ୍ତି । ଏହା ସହିତ ବ୍ଲକ କାର୍ଯ୍ୟାଳୟରେ ବଣ୍ଟନ କରିବାକୁ ଶ୍ରମିକ ମାନେ ଦାବି କରିଛନ୍ତି।
ଅନ୍ୟପଟେ ରାୟଗଡ଼ ଲେବର ଇନ୍ସପେକ୍ଟରଙ୍କ କହିବା କଥା ହେଲା ଦୀର୍ଘଦିନ ହେଲା ଶ୍ରମିକ ମାନଙ୍କର ସାଇକେଲ ଆସିଯାଇଛି । ଗୁଣୁପୁର
ଉପଶ୍ରମ ଅଧିକାରୀ ବଦଳି ହୋଇଯାଇଥିବାରୁ ଏବଂ ନିର୍ବାଚନ ଆଚରଣ ବିଧି ଲାଗୁ ରହିଥିବାରୁ ବଣ୍ଟନରେ ବିଳମ୍ବ ଘଟିଛି । ଆଗାମୀ ପର୍ଯ୍ୟାୟରେ ବ୍ଲକ୍ କାର୍ଯ୍ୟାଳରେ ଦିଆଯିବ ବୋଲି ସେ କହିଛନ୍ତି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ