ରାୟଗଡା: ଅସହାୟ ଲୋକମାନଙ୍କୁ ମାସ୍କ ଓ ରନ୍ଧାଖାଦ୍ୟ ବାଣ୍ଟିଲେ ସ୍ବେଚ୍ଛାସେବୀ ଯୁବକ । ମହାମାରୀ କୋରୋନା ଯୋଗୁଁ ୨୧ଦିନ ଲକଡାଉନ ପରେ ପୁଣି ଥରେ ମେ 3 ଯାଏଁ ଲକଡାଉନ ଅବଧିକୁ ବୃଦ୍ଧି କରାଯାଇଛି ।
ସ୍ବେଚ୍ଛାସେବୀ ଯୁବକ ବାଣ୍ଟିଲେ ଅସହାୟ ଲୋକମାନଙ୍କୁ ରନ୍ଧାଖାଦ୍ୟ ଓ ମାସ୍କ ଏହି ଲକଡାଉନର ପ୍ରଭାବ ସେହି ମାନଙ୍କ ଉପରେ ପଡିଛି ଯେଉଁମାନଙ୍କ ଘରେ ଖଟି କି ଆଣିବା ପରେ ଚୁଲି ଜଳିଥାଏ । ଏଭଳିସ୍ଥିତିରେ ଏମିତି ଦିନ ମଜୁରିଆ ଓ ଅସହାୟଙ୍କ ଦୁଃଖ କହିଲେ ନସରେ । ଏହି ଲୋକମାନେ ଘରୁ ବାହାରକୁ ନ ବାହାରି ପେଟ ପୂରା ଦୁଇ ଓଳି ଦୁଇ ମୁଠା ଖାଇବାକୁ ଠିକ ସେ ପାଉନାହାନ୍ତି ।
ସ୍ବେଚ୍ଛାସେବୀ ଯୁବକ ବାଣ୍ଟିଲେ ଅସହାୟ ଲୋକମାନଙ୍କୁ ରନ୍ଧାଖାଦ୍ୟ ଓ ମାସ୍କ ଆଉ ଏମାନଙ୍କ ଏହି ପରିସ୍ଥିତିକୁ ବୁଝିପାରି ଏହି ଅସହାୟଙ୍କ ପାଇଁ ଦେବଦୂତ ସାଜିଛନ୍ତି ଟିକିରି ଆଜାଦ ଯୁବକ ସଂଘର କିଛି ସ୍ବେଚ୍ଛାସେବୀ ଯୁବକ । ସେମାନେ ନିଜ ମଧ୍ୟରେ ପଇସା ସଂଗ୍ରହ କରି ରୋଷେଇ କରି ଟିକିରି, ସର୍ଗଗୁଡା, ପିତାଯୋଡି ଓ ପାନବନ୍ଧ ଗ୍ରାମର ପ୍ରାୟ ୪ ରୁ ୫ହଜାର ଲୋକମାନଙ୍କୁ ଗାଁ ଗାଁ, ଘର ଘର ବୁଲି ଭାତ, ଡାଲମା ସହ ମାସ୍କ ବାଣ୍ଟିଛନ୍ତି ।
ଏମାନଙ୍କ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଟିକିରିର ଝୋଡିଆପଡା ଓ ଆଦିବାସୀ ସାହିର ଯୁବକମାନେ ଆଗକୁ ଆସି ସହଯୋଗର ହାତ ବଢାଇଛନ୍ତି ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ