ଓଡିଶା

odisha

ଏଣିକି ସହଜରେ କୋରାପୁଟର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବେ ପର୍ଯ୍ୟଟକ

By

Published : Nov 27, 2022, 10:51 AM IST

କୋରାପୁଟର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରାଇବ ଭିଷ୍ଟାଡମ୍ କୋଚ । ପର୍ଯ୍ୟଟନ କ୍ଷେତ୍ରରେ ବିପ୍ଲବ ଆଣିବ କେଆର ରେଳପଥ । ଅଧିକ ପଢ଼ନ୍ତୁ

vistadome coach will be attached rayagada to koraput
ଏଣିକି ସହଜରେ କୋରାପୁଟର ପ୍ରକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବେ ପର୍ଯ୍ୟଟକ

ରାୟଗଡ଼ା: ଏଣିକି ସହଜରେ କୋରାପୁଟର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ ପର୍ଯ୍ୟଟକ । ଭିଷ୍ଟାଡମ୍ କୋଚ ପର୍ଯ୍ୟଟନ କ୍ଷେତ୍ରରେ ବିପ୍ଲବ ଆଣିବ କେଆର ରେଳ ପଥ । ରାୟଗଡ଼ା ଏବଂ କୋରାପୁଟ ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀର ବିକାଶର ଲକ୍ଷ୍ୟ ନେଇ ପ୍ରଥମ ଥର ୱାଲଟେର ଡିଭିଜନ ପର୍ଯ୍ୟଟକଙ୍କ ପାଇଁ ଭିଷ୍ଟାଡମ୍ କୋଚର ବ୍ୟବସ୍ଥା କରିଛି । ୱାଲଟେର ଡିଭିଜନ ଡିଆରଏମ୍ ଅନୁପ ଶତପଥୀ ଏହି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ।

ଏହି କୋଚରେ କେଆର ରେଳପଥରେ ଭରି ରହିଥିବା ବିଭିନ୍ନ ମନଲୋଭା ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ ରେଳ ଯାତ୍ରୀ । ବିଶେଷ କରି ରାୟଗଡ଼ା ଠାରୁ ଦାମନଯୋଡ଼ି ମଧ୍ୟରେ ଭିଷ୍ଟାଡମ୍ କୋଚ ଯୋଗୁଁ ପ୍ରକୃତିକୁ ଭରପୂର ଅନୁଭବ କରିବା ସହ ପର୍ଯ୍ୟଟନ କ୍ଷେତ୍ରରେ ବିପ୍ଲବ ଆଣିବ ବୋଲି ଆଶା ରଖିଛି ରେଳ ବିଭାଗ । ଏହି ଯାତ୍ରା ସମୟରେ ଡିଆରଏମଙ୍କ ସହିତ ଆନ୍ଧ୍ରପ୍ରଦେଶ ପର୍ଯ୍ୟଟନ ବିଭାଗର କିଛି ଅଧିକାରୀ ସାମିଲ ହୋଇଥିଲେ । ରାୟଗଡ଼ା ଠାରୁ କୋରାପୁଟ ମଧ୍ୟରେ ରହିଥିବା ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ଏହାର ଉପଭୋଗ ନିମନ୍ତେ ଚାଲୁ ହୋଇଥିବା ଭିଷ୍ଟାଡମ୍ କୋଚର ବିଶେଷତା ଉପରେ ଜନସାଧାରଣଙ୍କୁ ଅବଗତ କରାଇବା ପାଇଁ ରାୟଗଡ଼ା ଏବଂ ବିଶାଖାପାଟଣାର ସାମ୍ବାଦିକମାନଙ୍କୁ ନେଇ ରେଳ ବିଭାଗ ଏକ ସ୍ଵତନ୍ତ୍ର ଯାତ୍ରାର ଆୟୋଜନ କରିଥିଲା ।

ଏଣିକି ସହଜରେ କୋରାପୁଟର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବେ ପର୍ଯ୍ୟଟକ

ପର୍ଯ୍ୟଟକଙ୍କ ଯାତ୍ରାକୁ ଆନନ୍ଦମୟ ଓ ଆରାମଦାୟକ କରିବା ପାଇଁ କୋଚରେ ବିଭିନ୍ନ ସୁବିଧା ଉପଲବ୍ଧ ରହିଛି । ୪୦ ସିଟ୍ ବିଶିଷ୍ଟ କୋଚରେ ଥିବା ସିଟ ଗୁଡ଼ିକ ୧୮୦ ଡିଗ୍ରୀ ବୁଲିବା ସହ ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖିବା ଏବଂ ଫଟୋ ଉତ୍ତୋଳନ ପାଇଁ କାଚର ଝରକା ବ୍ୟବସ୍ଥା ରହିଛି । ତତ୍ ସହିତ କୋଚ ଶୀତତାପ ନିୟନ୍ତ୍ରିତ ଅଟେ । ଭିଷ୍ଟାଡମ୍ କୋଚର ଉପର ପାର୍ଶ୍ବ ଛାତରେ ମଧ୍ୟ କାଚ ବ୍ୟବସ୍ଥା ରହିଛି । ଯାହାଦ୍ୱାରା ପର୍ଯ୍ୟଟକ ସିଟରେ ବସି ଖୋଲା ଆକାଶକୁ ମଧ୍ୟ ଦେଖି ପ୍ରକୃତିକୁ ଉପଭୋଗ କରିପାରିବେ ।

ଏହା ମଧ୍ୟ ପଢ଼ନ୍ତୁ:ଟ୍ରାକକୁ ଫେରୁଛି ପର୍ଯ୍ୟଟନ, ବଢିବ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା

ମୁଖ୍ୟତଃ ସିଙ୍ଗାପୁର ରୋଡ଼ ରେଳ ଷ୍ଟେସନ ପରେ ଆରମ୍ଭ ହୋଇଯାଏ ବିଶେଷ ମନଲୋଭା ପ୍ରାକୃତିକ ସୌନ୍ଦର୍ଯ୍ୟ । କେଉଟଗୁଡ଼ା, ସିକରପାଇ, ଭାଲୁମାସ୍କା, ଲେଲିଗୁମା, ରାଉଳି, ଟିକିରି ଆଦି ଷ୍ଟେସନ ନିକଟରେ ରହିଥିବା ଟନେଲ ଏବଂ ନିକଟସ୍ଥ ସୌନ୍ଦର୍ଯ୍ୟ ବେଶ ଆକର୍ଷଣୀୟ । ୧୭୩ କିମି ବିଶିଷ୍ଟ ରାୟଗଡ଼ା-କୋରାପୁଟ ରେଳପଥ ମଧ୍ୟରେ ୩୮ ଗୋଟି ଟନେଲ ରହିଛି । ଏହି ମାର୍ଗରେ ଥିବା ୧୨ଟି ଷ୍ଟେସନ ପ୍ରାୟ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ରହିଥିବା ବେଳେ ପାହାଡ଼ ପର୍ବତ ମଧ୍ୟ ଦେଇ ଟ୍ରେନ ଲାଇନ ଯାଇଛି । ଏହାକୁ କିଭଳି ଆହୁରି ଅଧିକ ବିକାଶ କରାଯାଇପାରିବ ସେନେଇ ୱାଲଟେର ଡିଭିଜନ ଡିଆରଏମ୍ ପ୍ରତ୍ୟେକ ଷ୍ଟେସନର ଷ୍ଟାଫ୍ ଏବଂ ନିଜ ଟିମ୍ ସହିତ ଆଲୋଚନା କରିଥିଲେ । ଏନେଇ ସେ କହିଛନ୍ତି," ଆଗାମୀ ଦିନରେ ଆବଶ୍ୟକତାକୁ ଦେଖି ଆହୁରି ଅଧିକା ଭିଷ୍ଟାଡମ୍ କୋଚ ପଡ଼ିବ । ରାୟଗଡ଼ା-କୋରାପୁଟ ରେଳପଥ ଓ ପର୍ଯ୍ୟଟନ ସ୍ଥଳୀ ବିକାଶ ପାଇଁ ରେଳବାଇ ନିଜର ଇଞ୍ଚେ ଜମି ମଧ୍ୟ ଛାଡ଼ିବନି ।" ଡିଭିଜନ ନିର୍ମାଣ ସହିତ ରେଳପଥ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଜବରଦଖଲଙ୍କୁ ଡିସେମ୍ବର ଶେଷ ସୁଦ୍ଧା ଖାଲି କରାଯିବା ନେଇ ଡିଆରଏମ୍ ଅନୁପ ଶତପଥୀ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ରାୟଗଡ଼ା

For All Latest Updates

ABOUT THE AUTHOR

...view details