ଓଡିଶା

odisha

ETV Bharat / state

ରାୟଗଡାରେ କାଳବୈଶାଖୀ ତାଣ୍ଡବ: ଜଣଙ୍କ ଜୀବନ ଗଲା, ଗଛ ଭାଙ୍ଗି 3 ଘଣ୍ଟା ଅଟକିଲା ଡିଏମୟୁ ଟ୍ରେନ - ବଜ୍ରାଘାତରେ ଚାଲିଗଲା ଜଣଙ୍କ ଜୀବନ

ରାୟଗଡ଼ାରେ କାଳବୈଶାଖୀ ତାଣ୍ଡବ । ବର୍ଷା ସାଙ୍ଗକୁ ଝଡ଼଼ବତାସ ପ୍ରଭାବରେ ଜିଲ୍ଲାର ବିଭିନ୍ନ ସ୍ଥାନରେ କ୍ଷୟକ୍ଷତି ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

thunderstorm effect in rayagada
ରାୟଗଡ଼ାରେ କାଳବୈଶାଖୀ ତାଣ୍ଡବ

By

Published : May 25, 2023, 7:41 AM IST

ରାୟଗଡ଼ାରେ କାଳବୈଶାଖୀ ତାଣ୍ଡବ

ରାୟଗଡ଼ା: ରାୟଗଡ଼ାରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ଅପରାହ୍ନ ସମୟରେ କାଳବୈଶାଖୀ ପ୍ରଭାବରେ ବର୍ଷା ସାଙ୍ଗକୁ ଝଡ଼ବତାସ ହୋଇଛି । ଏଥିରେ କିଛି ଲୋକଙ୍କ ଘର ଛପର ଉଡ଼ିଯାଇଥିବାବେଳେ କେତେକ ସ୍ଥାନରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି । ବିଶାଖାପାଟଣା-କୋରାପୁଟ ଡିଏମୟୁ ଟ୍ରେନ ଉପରେ ଗଛ ଭାଙ୍ଗି ପଡିବାରୁ ୩ ଘଣ୍ଟା ଟ୍ରେନ ଅଟକି ରହିଥିଲା । ବର୍ଷା ସମୟରେ ଆମ୍ବ ଗୋଟାଇ ଯାଇଥିବାବେଳେ ବଜ୍ରାଘାତ ଯୋଗୁଁ ଜଣଙ୍କ ମୃତ୍ୟୁ ଘଟିଛି ।

ଟ୍ରେନ ଉପରେ ପଡିଲା ଗଛ

ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଅଞ୍ଚଳର ଅନେକ ଗ୍ରାମରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି l ଅପରାହ୍ନ ସମୟରେ ବିଷମକଟକ ଅଞ୍ଚଳର ଅନେକ ଗ୍ରାମରେ ପବନ ବର୍ଷା ସାଙ୍ଗକୁ ଘଡଘଡି ବିଜୁଳି ହେବା ଯୋଗୁଁ ଚାଟିକଣା, ମଣ୍ଡାପାଇ ଓ ବଡ ମଟକବାଡି ଗ୍ରାମଗୁଡିକରେ ଅନେକ ଲୋକଙ୍କ ଘର ଛପର ଉଡିଯାଇଛି । ସେହିପରି ରାସ୍ତା ଉପରେ ଗଛପଡି ମଣ୍ଡାପାଇ ଗ୍ରାମରେ ଯାତାୟତ ଠପ ହୋଇଥିବା ଜଣାପଡି଼ଛି । ବଡମଟକ ବାଡି ଗ୍ରାମରେ ଜଣେ ଯୁବକ ଆମ୍ବ ଗୋଟାଇବାକୁ ଯାଇଥିବା ସମୟରେ ବଜ୍ରଘାତରେ ତାଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ଜଣଙ୍କ ବୁଡୁ କନ୍ଦପାଣି ବୋଲି ଜଣାପଡ଼ିଛି । ଯୁବକ ଜଣକ ପବନ ବର୍ଷାରେ ଆମ୍ବ ଗୋଟାଇବା ସମୟରେ ବିଜୁଳି ମାରିବା ଯୋଗୁଁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ବିଷମକଟକ ପୋଲିସ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ।

ଅନ୍ୟପଟେ, କାଳବୈଶାଖୀ ଜନିତ ବର୍ଷା ପ୍ରଭାବରେ ରାୟଗଡ଼ା ବ୍ଲକର ହାଲୁଆ ନିକଟରେ ୩୨୬ ନମ୍ବର ଜାତୀୟ ରାଜପଥର ଏକ ବଡ ଗଛ ଉପୁଡି ପଡିବାରୁ 326 ନମ୍ବର ଜାତୀୟ ରାଜପଥ ଅବରୋଧ ହୋଇଥିଲା । ଫଳରେ ଦୀର୍ଘ ସମୟ ଧରି ରାୟଗଡ଼ା-କୋରାପୁଟ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ବର୍ଷା ସମୟରେ ଏକ ଗଛ ଭାଙ୍ଗି ବିଶାଖାପାଟଣା-କୋରାପୁଟ ଡିଏମୟୁ ଟ୍ରେନ ଉପରେ ପଡ଼ିବାରୁ ଦୀର୍ଘ ତିନି ଘଣ୍ଟା ଧରି ରାୟଗଡ଼ା-ସିଙ୍ଗାପୁର ରୋଡ ଷ୍ଟେସନ ମଧ୍ୟରେ ଥିବା ବିରନାରାୟଣପୁର ଗାଁ ନିକଟରେ ଟ୍ରେନଟି ଅଟକି ରହିଥିଲା । ଫଳରେ ଏହି ରୁଟରେ ଟ୍ରେନ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ଖବର ଇ ରାୟଗଡ଼ା ରେଳବାଇ ବିଭାଗର ପିଆରଡି ଓ ଇଂଜିନିୟରିଂ ଟିମ ଘଟଣାସ୍ଥଳରେ ପହଞ୍ଚି ଗଛଟିକୁ କାଟି ସଫା କରିବା ସହ ବିଦ୍ୟୁତ ଲାଇନକୁ ମରାମତି କରିଥିଲେ । ଅପରାହ୍ନ ସାଢେ ୫ଟା ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ ହେବା ପରେ ପୁଣି ଟ୍ରେନଟି କୋରାପୁଟ ଅଭିମୁଖେ ବାହାରିଥିଲା ।

ସେହିପରି ରାୟଗଡ଼ା ବ୍ଲକର ହାଲୁଆ ନିକଟରେ ୩୨୬ ନମ୍ବର ଜାତୀୟ ରାଜପଥ ଉପରେ ଏକ ବଡ଼ଗଛ ଉପୁଡି ପଡିବାରୁ ରାସ୍ତା ଅବରୋଧ ହୋଇଥିଲା । ଦୀର୍ଘ ସମୟ ଧରି ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ରାସ୍ତାର ଦୁଇ ପାର୍ଶ୍ବରେ ଶତାଧିକ ବସ, ଟ୍ରକ, କାର ଓ ମୋଟରସାଇକେଲ ଅଟକି ରହିଥିଲା । ଖବରପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଗଛକାଟି ରାସ୍ତା ସଫା କରିଥିଲେ । ଏହାପରେ ଗାଡ଼ି ଚଳାଚଳ ସ୍ଵାଭାବିକ ହୋଇଥିଲା । ସେପଟେ ଅଦନିଆ କାଳବୈଶାଖୀ ତାଣ୍ଡବ ରଚିଥିବା ବେଳେ ଏହାର ପ୍ରଭାବରେ ଅନେକ ଘରର ଛାତ ଉଡିଯାଇଛି ।

ଇଟିଭି ଭାରତ, ରାୟଗଡ଼ା

ABOUT THE AUTHOR

...view details