ରାୟଗଡା: ବିଶାଖାପାଟଣା ରେଳ ବିଭାଗର ଡିଆରଏମ ଚେତନ କୁମାରଙ୍କ ଦିନିକିଆ ରାୟଗଡା ଗସ୍ତ। ସେ ରେଳ ଷ୍ଟେସନ ସମ୍ମୁଖରେ ନୂତନ ଭାବେ ଲାଗିଥିବା ଜାତୀୟ ପତାକା ଷ୍ଟାଣ୍ଡର ଶୁଭାରମ୍ଭ କରିଛନ୍ତି । ଶ୍ରୀବାସ୍ତବଙ୍କ ସହ ଡିଇଏନ ପ୍ରଦୀପ ୟାଦବ, ବରିଷ୍ଠ ଡିସିଏମ ଏ.କେ.ତ୍ରିପାଠୀ ଏବଂ ଡିଓଏମ କିଶୋର କୁମାର ଉପସ୍ଥିତ ଥିଲେ ।
ଡିଆରଏମ ଚେତନ କୁମାର ଶ୍ରୀବାସ୍ତବଙ୍କ ଦିନିକିଆ ରାୟଗଡା ଜିଲ୍ଲା ଗସ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା । କୋଭିଡ କଟକଣା ଯୋଗୁଁ ରେଳ ଚଳାଚଳରେ ବାଧାପ୍ରାପ୍ତ ହେବା ସହ କୌଣସି ଉନ୍ନୟନ ମୂଳକ କାର୍ଯ୍ୟ ହୋଇପାରୁନଥିଲା । ବର୍ତମାନ ପରିସ୍ଥିତିରେ କୋଭିଡ ସଂକ୍ରମଣ ଧୀରେ ଧିରେ ହ୍ରାସ ପାଉଥିବାରୁ ରେଳ ଚଳାଚଳ କିଛିଟା ମାତ୍ରାରେ ସ୍ବାଭାବିକ ହେବା ସହ ଉନ୍ନୟନ ମୂଳକ କାର୍ଯ୍ୟର ତ୍ବରାନ୍ବିତ ହୋଇଛି ବୋଲି ଡିଆରଏମ ପ୍ରକାଶ କରିଛନ୍ତି।
ବିଶାଖାପାଟଣା ଠାରୁ ରାୟଗଡା ଆସିବା ରାସ୍ତାରେ ସମସ୍ତ ଷ୍ଟେସନ ସମସ୍ୟା, ସଫାସୁତରା ଓ ସ୍ଥିତି ଦେଖିଥିଲେ । ବିଶେଷ କରି ରାୟଗଡା ଠାରେ ରେଳ ଡିଭିଜନର ଘୋଷଣାର ୨ ବର୍ଷ ବିତି ଯାଇଥିଲେ ସୁଦ୍ଧା କୌଣସି ଆଖିଦୃଶିଆ ଅଗ୍ରଗତି ହୋଇପାରିନଥିବା ପ୍ରଶ୍ନର ଉତ୍ତରରେ ଶ୍ରୀବାସ୍ତବ ପ୍ରକାଶ କରିଛନ୍ତି।