ଓଡିଶା

odisha

ETV Bharat / state

ବିଶୁଦ୍ଧ ପାନୀୟ ଜଳ ପାଇଁ ରାସ୍ତାରୋକ କଲେ ଅଙ୍ଗୁର ଗ୍ରାମବାସୀ, ଯାତାୟାତ ଠପ୍ - ବୁନ୍ଦାଏ ପାଣି ପାଇଁ ଡହଳ ବିକଳ ଜୀବନ

ବୁନ୍ଦାଏ ପାଣି ପାଇଁ ଡହଳ ବିକଳ ଜୀବନ। ବିଶୁଦ୍ଧ ପାନୀୟ ଜଳ ପାଇଁ ରାସ୍ତାରୋକ କଲେ ଅଙ୍ଗୁର ଗ୍ରାମବାସୀ। ଅଧିକ ପଢ଼ନ୍ତୁ

ବୁନ୍ଦାଏ ପାଣି ପାଇଁ ଡହଳ ବିକଳ ଜୀବ
ବୁନ୍ଦାଏ ପାଣି ପାଇଁ ଡହଳ ବିକଳ ଜୀବ

By

Published : May 30, 2023, 8:13 AM IST

ବୁନ୍ଦାଏ ପାଣି ପାଇଁ ଡହଳ ବିକଳ ଜୀବ

ରାୟଗଡ଼ା: ତତଲା କଡେଇରେ ଭାଜି ହେଉଛି ରାୟଗଡା । ଗ୍ରୀଷ୍ମ ପ୍ରଭାବରେ ଶୁଖି ଗଲେଣି ଜଳାଶୟ । ବୁନ୍ଦାଏ ପାଣି ପାଇଁ ଡହଳ ବିକଳ ଜୀବନ । ରାୟଗଡ଼ାର କାଲ୍ୟାଣପୁର ପଞ୍ଚାୟତର ଅଙ୍ଗୁରରେ ପାନୀୟ ଜଳର ଘୋର ଆଭାବ ଦେଖିବାକୁ ମିଳିଛି । ଯାହାକୁ ନେଇ ଗ୍ରାମବାସୀ ପାନୀୟ ଜଳ ସମସ୍ୟାର ସମାଧାନ କରିବାକୁ ଦାବି କରି କଲ୍ୟାଣସିଂହପୁର-ରାୟଗଡା ମୁଖ୍ୟ ରାସ୍ତା ଅବରୋଧ କରିଥିଲେ । ସୋମବାର କଲ୍ୟାଣସିଂହପୁର-ରାୟଗଡା ରାସ୍ତା ଅବରୋଧ ଯୋଗୁଁ ଉଭୟ ପାଶ୍ୱରେ ଶତାଧିକ ଯାନବାହାନ ଅଟକ ରହିଥିଲା ।

ସୂଚନା ମୁତାବକ ଅଙ୍ଗୁର ଗ୍ରାମରେ ପ୍ରାୟ ୭୦ ପରିବାର ଥିବା ବେଳେ ମାତ୍ର ଦୁଇଟି ନଳକୂପ ଅଛି ଯାହା ପ୍ରାୟ ସମୟରେ ଖରାପ ରହୁଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଏହାକୁ ନେଇ ଗ୍ରାମବାସୀମାନେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଏହି ଗାଁରେ ପାଣି ସମସ୍ୟାର ଏଯାଏଁ ସମାଧାନ ହୋଇ ପାରିଲା ନାହିଁ । ଗ୍ରାମ୍ୟ ଜଳଯୋଗାଣ ବିଭାଗ ସର୍ବଦା ଅଣଦେଖା କରୁଥିବା ଅଭିଯୋଗ ହେଉଥିବା ବେଳେ ଗ୍ରାମବାସୀ ଏହି ପାଣି ସମସ୍ୟାର ସମାଧାନ ପାଇଁ ସୋଲାର ନଳକୂପ କରିବା ପାଇଁ ଦାବି କରୁଥିଲେ । ହେଲେ ନାଁ ଗାଁରେ ନଳକୂପ ଠିକ୍ କାରଯାଉଛି ନା ପ୍ରଶାସନ ସୋଲାର ନଳକୂପ ପାଇଁ କର୍ଣ୍ଣପାତ କରୁଛି । ଯାହାଫଳରେ ପାଣି ପାଇଁ 3ରୁ 4 କିମି ଚାଲିଚାଲି ଯାଉଛନ୍ତି ଗ୍ରାମବାସୀ ।

ଅଧିକ ପଢ଼ନ୍ତୁ: ଶୁଣିଲାନି ପ୍ରଶାସନ, ପାଣି ପାଇଁ ଗ୍ରାମବାସୀଙ୍କ ରାସ୍ତାରୋକ

ପରେ ରାୟଗଡ଼ା ବିଡ଼ିଓ ଲକ୍ଷ୍ମୀନାରାୟଣ ସାବତ ଓ ଚାନ୍ଦିଲି ଥାନା ଅଧିକାରୀ ଯଶବନ୍ତ ହିଆଲ ଘଟଣା ସ୍ଥଳକୁ ଯାଇ ଗ୍ରାମବାସୀଙ୍କୁ ବୁଝାସୁଝା କରିବାରୁ ପ୍ରାୟ ୪ ଘଣ୍ଟା ପରେ ରାସ୍ତାରୋକ ହଟିଥିଲା । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ସରକାରଙ୍କ ପାନୀୟ ଜଳ ପାଇଁ ବସୁଧା, ମେଗା ୱାଟର ପ୍ରୋଜେକ୍ଟ ଭଳି ବିଭିନ୍ନ ଯୋଜନା କରୁଛନ୍ତି । ମାତ୍ର ଏଭଳି ଅନେକ ଗାଁର ଲୋକେ ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି । ରାୟଗଡ଼ା ଜିଲ୍ଲାରେ ଏଭଳି ଅନେକ ଗାଁ ଅଛି ଯେଉଁଠି ଲୋକମାନେ ସେମାନଙ୍କର ଦୈନଦିନ ଆବଶ୍ୟକତା ପାଇଁ ନାଳ ନଦୀର ପାଣି ଉପରେ ନିର୍ଭର କରୁଛନ୍ତି । କିନ୍ତୁ ବିଶୁଦ୍ଧ ପାନୀୟ ଜଳ ପାଇପାରିନଥିବାରୁ ନାଳ ନଦୀର ପାଣି ପିଇ ଅନେକ ଲୋକ ରୋଗାକ୍ରାନ୍ତ ହୋଇପଡ଼ଛନ୍ତି । ପ୍ରଶାସନ ଯଦି ଏଭଳି ସମସ୍ୟାର ସ୍ଥାୟୀ ସମାଧାନ ନକରେ ତାହେଲେ ଆଗକୁ ପାନୀୟ ଜଳ ପାଇଁ ବଡ଼ ଧରଣର ଜନଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

ଇଟିଭି ଭାରତ, ରାୟଗଡା

ABOUT THE AUTHOR

...view details