ଓଡିଶା

odisha

ETV Bharat / state

କୋରୋନା ପାଇଁ ଗାଁରେ କଣ୍ଟାବାଡ

ସରକାରଙ୍କ ଲକଡାଉନ ଘୋଷଣାକୁ ଭଲଭାବେ ପାଳନ କରୁଛନ୍ତି ଦେଶବାସୀ । ଏପରିକି ଗାଁ ଗାଁରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ରାୟଗଡ଼ା ଜିଲ୍ଲାର ସମସ୍ତ ଗାଁରେ ଏହି ଲକଡାଉନର ଦୃଶ୍ୟ ଦେଖିବାକୁ ମିଳିଥିଲା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

By

Published : Mar 29, 2020, 6:32 PM IST

କୋରୋନା ପାଇଁ ଗାଁ ରାସ୍ତାରେ ପଡିଲା କଣ୍ଟା
କୋରୋନା ପାଇଁ ଗାଁ ରାସ୍ତାରେ ପଡିଲା କଣ୍ଟା

ରାୟଗଡା: ମହାମାରୀ ରୂପ ନେଇଥିବା କୋରୋନା ପ୍ରତି ସତର୍କ, ସଚେତନ ରହିବାକୁ ୨୨ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନରେ ଜନତା କର୍ଫ୍ୟୁ ପାଳନ ହୋଇଥିଲା । ଏହାପରେ ପରିସ୍ଥିତି ଅଣାୟତ୍ତ ଯୋଗୁଁ ଏପ୍ରିଲ୍ ୧୪ ପର୍ଯ୍ୟନ୍ତ ଭାରତକୁ ଲକଡାଉନ୍ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ । କୋରୋନା କବଳରୁ ବର୍ତ୍ତିବା ପାଇଁ ସମସ୍ତଙ୍କୁ ଘରେ ସାମାଜିକ ଦୂରତା ରଖି ରହିବା ହିଁ ଏକମାତ୍ର ବିକଳ୍ପ ହୋଇଥିବାରୁ ବାହାରକୁ ବାହାରିବା ଉପରେ କଟକଣା ଜାରି କରିଛି ରାୟଗଡ଼ା ଜିଲ୍ଲା ପ୍ରଶାସନ ।

କୋରୋନା ପାଇଁ ଗାଁ ରାସ୍ତାରେ ପଡିଲା କଣ୍ଟା

ଯଦିଓ ସହରରେ ଗାଡି ମୋଟର ଚଳାଚଳ କରୁଥିବା ଦେଖିବାକୁ ମିଳୁଛି କିନ୍ତୁ ଗାଁ ଗୁଡିକ ସମ୍ପୂର୍ଣ୍ଣ ଖଁ। ଖଁ। ହୋଇଯାଇଛି । ଏପରିକି ସବୁ ଗାଁରେ ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ । ନା ବାହାରକୁ କାହାକୁ ଗାଁରୁ ଛାଡୁଛନ୍ତି ନା ଗାଁକୁ କାହାକୁ ଆସିବାକୁ ଅନୁମତି ଦେଉଛନ୍ତି ଗ୍ରାମବାସୀ ।

କୋରୋନା ପାଇଁ ଗାଁ ରାସ୍ତାରେ ପଡିଲା କଣ୍ଟା

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details