ଓଡିଶା

odisha

By

Published : Aug 9, 2021, 10:13 AM IST

Updated : Aug 9, 2021, 10:28 AM IST

ETV Bharat / state

ରାୟଗଡାର ଅନେକ ଗାଁକୁ ବାଟ ଭୁଲିଛି ବିକାଶ, ଏବେବି ଯୋଗାଯୋଗର ମାଧ୍ୟମ ଖଚର...

ଗାଁକୁ ଭଲ ରାସ୍ତା ଖଣ୍ଡିଏ ନାହିଁ । ଏବେବି ଲୋକେ ଯାତାୟତ କରିବାକୁ ନାନାଦି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଅଞ୍ଚଳବାସୀ । ଅଧିକ ପଢନ୍ତୁ...

ସ୍ବାଧୀନତାର 70 ବର୍ଷ ପରେ ଖଚର ପାଲଟିଛି ଯୋଗାଯୋଗର ସାଧନା
ସ୍ବାଧୀନତାର 70 ବର୍ଷ ପରେ ଖଚର ପାଲଟିଛି ଯୋଗାଯୋଗର ସାଧନା

ରାୟଗଡା:ସ୍ବାଧୀନତାର ୭୪ ବର୍ଷ ପରେ ବି ଅନ୍ଧାର ଘେରରେ ରାୟଗଡାର ସଦର ନିର୍ବାଚନ ମଣ୍ଡଳୀର ୩ ଶହରୁ ଉର୍ଦ୍ଧ୍ବ ଗାଁ । ଶିକ୍ଷା ସ୍ବାସ୍ଥ୍ୟତ ଦୂରର କଥା ଏଠାରେ ଗମନାଗମନ ପାଇଁ ରାସ୍ତାଟିଏ ନାହିଁ । ଫଳରେ ଲୋକେ ରାସ୍ତା ବଦଳରେ ପାହଡ ଉପରେ ଚଢି ଯାତାୟତ କରୁଛନ୍ତି । ଏବେ ପାହାଡ ସାଜିଛି ଲୋକଙ୍କ ପାଇଁ ପାଦ ଚଲା ପଥ । ଗମନାଗମନର ସୁବିଧା ନଥିବାରୁ ଏଠାରେ ଆଜି ମଧ୍ୟ ଖଚର ଯୋଗେ ସାମଗ୍ରୀ ପରିବହନ କରୁଛନ୍ତି ଲୋକେ । ପ୍ରତି ଗାଁକୁ ପକ୍କା ରାସ୍ତା ହେଉ ଅବା ପ୍ରଧାନମନ୍ତ୍ରୀଙ୍କ ଗ୍ରାମ୍ୟ ସଡକ ଯୋଜନା । ସବୁ ଯେମିତି ସାତସପନ ଏହି ଗାଁ ଗୁଡିକ ପାଇଁ ।

ରାୟଗଡାର ଅନେକ ଗାଁକୁ ବାଟ ଭୁଲିଛି ବିକାଶ, ଏବେବି ଯୋଗାଯୋଗର ମାଧ୍ୟମ ଖଚର...

ଏହି ଚିତ୍ର ହିଁ ବୟାନ କରୁଛି ସରକାରଙ୍କର ବିକାଶର ନାରା ଏହି ଗାଁକୁ କେତେ ଛୁଇଁଛି । ଯେଉଁଠି ଗମନାଗମନର ସୁବିଧା ନାହିଁ ସେଠି ଶିକ୍ଷା ଏବଂ ସ୍ବାସ୍ଥ୍ୟବସ୍ଥାକୁ ପଚାରେ ବା କିଏ । ତେବେ ରାୟଗଡାର ଚିତ୍ର ବଦଳିଛି, ସ୍ଥିତି ମଧ୍ୟ ବଦଳିଛି ଉପଖଣ୍ଡ ପରେ ଜିଲ୍ଲାର ମାନ୍ୟତା ପାଇ ପ୍ରଗତିପଥେ ଆଗେଇ ଚାଲିଛି ରାୟଗଡ ଜିଲ୍ଲା । ହେଲେ ଏହି ୩ଶହରୁ ଉର୍ଦ୍ଧ୍ବ ଗାଁର ଲୋକେ ବିକାଶ କଣ ତାହା ବୋଧ ହୁଏ ଆଜି ପର୍ଯ୍ୟନ୍ତ ବି ଜାଣିନାହାନ୍ତି । ଏ ଚିତ୍ର ସବୁ ଦେଖିଲେ ଏଠାରେ ପ୍ରଶ୍ନ ଉଠୁଛି ଯୋଜନା ତ ମାଳ ମାଳ ହେଲେ ଏହାର ପ୍ରତିଫଳନ କାଇଁ ।

ସେପଟେ ଏନେଇ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି କହିଛନ୍ତି କି ଯଥାଶୀଘ୍ର ମୁଁ ସରକାରଙ୍କ ପାଣ୍ଠିରୁ ଟଙ୍କା ଖର୍ଚ୍ଚ କରି ଅଞ୍ଚଳ ବାସୀଙ୍କ ଗମନାଗମନର ସୁବିଧା ପାଇଁ ରାସ୍ତା ନିର୍ମାଣ କରିବି ।

ରାୟଗଡାରୁ ରଞ୍ଜନ କୁମାର ନାଥ, ଇଟିଭି ଭାରତ

Last Updated : Aug 9, 2021, 10:28 AM IST

ABOUT THE AUTHOR

...view details