ଓଡିଶା

odisha

ETV Bharat / state

ଉତ୍କଳ ଆଲୁମିନାରେ ଉତ୍ତେଜନା, ପୋଲିସ-ଜନତା ମୁହାଁମୁହିଁ - ଉତ୍କଳ ଆଲୁମିନାରେ ଉତେଜନା

ଉତ୍କଳ ଆଲୁମିନା କାରଖାନାରେ ଦେଖାଦେଇଛି ତୀବ୍ର ଉତ୍ତେଜନା । ପୋଲିସ-ଜନତାଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ । ଉତ୍ତେଜନାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ୧୪୪ ଧାରା ଜାରି କରାଯିବା ସହ ୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡ଼ା

By

Published : Nov 2, 2019, 9:11 AM IST

ରାୟଗଡ଼ା: ଦୋରାଗୁଡ଼ା ଠାରେ ଥିବା ଉତ୍କଳ ଆଲୁମିନା କାରଖାନାରେ ଦେଖାଦେଇଛି ଉତ୍ତେଜନା । ବିସ୍ଥାପିତ ଘୋଷଣା ଦାବିରେ ଅଡ଼ି ବସିଛନ୍ତି ଗ୍ରାମବାସୀ । ଉତ୍କଳ ଆଲୁମିନା କାରଖାନା ପରିସରରେ ମୁହାଁମୁହିଁ ହୋଇଛନ୍ତି ଗ୍ରାମବାସୀ ଏବଂ ପୋଲିସ ।

ଏପରିକି ଆନ୍ଦୋଳନକାରୀଙ୍କ ପଥର ମାଡ଼ରେ କମ୍ପାନୀ ଗାଡ଼ି ଏବଂ କଣ୍ଟ୍ରୋଲ ରୁମ ଭାଙ୍ଗି ଚୁରମାର ହୋଇଯାଇଛି । ଫଳରେ ପରିସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ପୋଲିସକୁ ଲାଠି ଚାଳନା କରିବାକୁ ପଡ଼ିଛି । ଭଙ୍ଗାରୁଜାକାରୀଙ୍କ ମଧ୍ୟରୁ ୧୪ ଜଣଙ୍କୁ ଦୋରାଗୁଡ଼ା ପୋଲିସ ଗିରଫ କରିଥିବାବେଳେ ୨୦ ଜଣକୁ ଅଟକ ରଖିଛି । ଉତ୍ତେଜନାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ୧୪୪ ଧାରା ଜାରି କରାଯିବା ସହ ୪ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି ।

ଉତ୍କଳ ଆଲୁମିନାରେ ଉତେଜନା, ପୋଲିସ-ଜନତା ମୁହାଁମୁହିଁ

ତେବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡ଼ା. ଶ୍ରବଣ ବିବେକ ଏମ୍ , ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଉପରେ ତୀକ୍ଷଣ୍ ନଜର ରଖିଛନ୍ତି । ତେବେ ଏନେଇ କାହାର ମତାମତ ମିଳିପାରିନାହିଁ ।

ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details