ଓଡିଶା

odisha

କୋରାପୁଟ ସାଂସଦଙ୍କୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଚିଠି, ରାୟଗଡା ଓ କୋରାପୁଟ ସ୍ବାସ୍ଥ୍ଯକ୍ଷେତ୍ରରେ ହେବ ଉନ୍ନତି

By

Published : Apr 30, 2023, 10:19 PM IST

କୋରାପୁଟ ଓ ରାୟଗଡ଼ା ଜିଲ୍ଲାରେ ସ୍ବାସ୍ଥ୍ଯ ସେବାର ଉନ୍ନତି ପାଇଁ କେନ୍ଦ୍ର ସ୍ବାସ୍ଥ୍ଯ ମନ୍ତ୍ରଣାଳୟ ପକ୍ଷରୁ ୩୦୨ କୋଟିରୁ ଅଧିକ ଟଙ୍କା ଅନୁମୋଦନ ମିଳିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ଯମନ୍ତ୍ରୀ ମନସୁଖ ମାଣ୍ଡଭିୟ କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି । ଅଧିକ ପଢ଼ନ୍ତୁ

କୋରାପୁଟ ସାଂସଦଙ୍କୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଚିଠି
କୋରାପୁଟ ସାଂସଦଙ୍କୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଚିଠି

ରାୟଗଡା: କୋରାପୁଟ ଲୋକସଭା ନିର୍ବାଚନ ମଣ୍ଡଳିରେ ସ୍ବାସ୍ଥ୍ଯ ସେବାର ଉନ୍ନତି ପାଇଁ କେନ୍ଦ୍ର ସ୍ବାସ୍ଥ୍ଯ ମନ୍ତ୍ରଣାଳୟ ପକ୍ଷରୁ ୩୦୨ କୋଟିରୁ ଅଧିକ ଟଙ୍କା ଅନୁମୋଦନ ମିଳିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ଯମନ୍ତ୍ରୀ ମନସୁଖ ମାଣ୍ଡଭିୟ ଚିଠି ଲେଖି କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କୁ ଅବଗତ କରାଇଛନ୍ତି । ଫଳରେ କୋରାପୁଟ ଓ ରାୟଗଡା ଜିଲ୍ଲାର ସ୍ବାସ୍ଥ୍ଯ ସେବାରେ ଉନ୍ନତି ପରିଲକ୍ଷିତ ହେବ ବୋଲି ଆଶା କରାଯାଉଛି ।

କୋରାପୁଟ ସାଂସଦଙ୍କୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଚିଠି

ପ୍ରକାଶ ଥାଉ କି, ଏହି ଦୁଇ ଜିଲ୍ଲାର ସ୍ବାସ୍ଥ୍ଯ ସେବାର ବିକଳ ଚିତ୍ର ବାରମ୍ବାର ଲୋକସଭାରେ ଉପସ୍ଥାପନ କରି କୋରାପୁଟ ସାଂସଦ ସପ୍ତଗିରି ଉଲାକା କେନ୍ଦ୍ର ସରକାରଙ୍କୁ କାଠଗଡ଼ାରେ ଛିଡ଼ା କରାଇଛନ୍ତି । ସାଂସଦଙ୍କ ଦାବିକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତରଫରୁ କୋରାପୁଟ ସଂସଦୀୟ କ୍ଷେତ୍ରର କୋରାପୁଟ ଓ ରାୟଗଡା ଜିଲ୍ଲାରେ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଜାତୀୟ ସ୍ବାସ୍ଥ୍ୟ ମିଶନ ଆର୍ଥିକ ବର୍ଷ ୨୦୨୨-୨୩ ଏବଂ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ, ପଞ୍ଚଦଶ ଅର୍ଥ କମିଶନ ଆର୍ଥିକ ବର୍ଷ ୨୦୨୧-୨୨ ଏବଂ ୨୦୨୨-୨୩ ସ୍ବାସ୍ଥ୍ୟ ଗ୍ରାଣ୍ଟ୍‌ ଦ୍ବାରା ପାଖାପାଖି ୩୦୨.୪୪ ଲକ୍ଷ ଟଙ୍କା ଅନୁମୋଦନ କରାଯାଇଥିବା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଚିଠି ଲେଖି କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲାକାଙ୍କୁ ଜଣାଇଛନ୍ତି । ଏଥିରେ କୋରାପୁଟ ଜିଲ୍ଲାକୁ ୧୮୮୯୧.୧୦ ଲକ୍ଷ ଏବଂ ରାୟଗଡା ଜିଲ୍ଲା ପାଇଁ ୧୧୩୧୨.୩୪ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବା ଉଲ୍ଲେଖ ରହିଛି ।

ଏହି ଅନୁଦାଦ ଅନୁମୋଦନ ସହ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ମିଶନ ଯୋଜନା ଅଧିନରେ କୋରାପୁଟ ଜିଲ୍ଲାରେ ଏକ କ୍ରିଟିକାଲ୍ କେୟାର ବ୍ଲକ (ସିସିବି) ନିର୍ମାଣ ହେବ । ଏଥିରେ ଜିଲ୍ଲା ଡାକ୍ତରଖାନା ତଥା ସରକାରୀ ମେଡିକାଲ କଲେଜରେ ସଂକ୍ରାମକ ରୋଗ କିମ୍ବା ଗୁରୁତର ପୀଡ଼ିତ ରୋଗୀଙ୍କ ଚିକିତ୍ସା ତଥା ପରିଚାଳନା ପାଇଁ ଜିଲ୍ଲାରେ କ୍ଷମତା ବୃଦ୍ଧି ପାଇଁ ସିସିବି କାର୍ଯ୍ୟକାରୀ ହେବ । ମହାମାରୀ ସମୟରେ ସଂକ୍ରାମକ ରୋଗର ସ୍ବିକେଲରୁ ଗୁରୁତର ଯତ୍ନ ଆବଶ୍ୟକ କରୁଥିବା ରୋଗୀମାନଙ୍କୁ ପରିଚାଳନା କରିବା ପାଇଁ ଏହି ସିସିବିଏସ କ୍ଷମତା ଯୋଗାଇବ । ତେବେ ଜରୁରୀକାଳିନ ପରିସ୍ଥିତି ସମେତ ଅନ୍ୟ ସ୍ବାସ୍ଥ୍ୟାବସ୍ଥା ଓ ଗୁରୁତର ଚିକିତ୍ସାର ଆବଶ୍ୟକତାକୁ ପୂରଣ କରିପାରିବ ବୋଲି ଚିଠିରେ ଉଲ୍ଲେଖ ରହିଛି । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କଠାରୁ ଏହି ଚିଠି ପାଇବା ପରେ ସାଂସଦ ସପ୍ତଗିରି ଉଲାକା ନିଜ ସଂସଦୀୟ ନିର୍ବାଚନ ମଣ୍ଡଳୀର ନାଗରିକଙ୍କୁ ଅଧିକ ଉନ୍ନତମାନର ସ୍ବାସ୍ଥ୍ୟସେବା ମିଳିବାକୁ ନେଇ ଖୁସିବ୍ୟକ୍ତ କରିଛନ୍ତି ଏବଂ କେନ୍ଦ୍ର ସ୍ବାସ୍ଥ୍ଯମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଇଟିଭି ଭାରତ, ରାୟଗଡ଼ା

ABOUT THE AUTHOR

...view details