ରାୟଗଡା: ପ୍ରବାସୀ ଶ୍ରମିକଙ୍କୁ ଓଡିଶା ମାଟିରେ ଚାଲିକି ଯିବାକୁ ଦିଆଯିବ ନାହିଁ ନିଷ୍ପତ୍ତି ପରେ ଏବେ ରାଜ୍ୟ ସରକାର 'ଓଡିଶା-ମୋ ପରିବାର' ଯୋଜନା ମାଧ୍ୟମରେ ଭୋକିଲା ପେଟରେ ଶୁଖିଲା ଆହାର ବିତରଣ କରିଛନ୍ତି । ଶୁକ୍ରବାର ରାୟଗଡା ଜିଲ୍ଲା ସ୍ଥାନୀୟ ଅଶୋକ କଲ୍ୟାଣ ମଣ୍ଡପ ଟିଏମ୍ସି କେନ୍ଦ୍ରରେ ଏହି ଯୋଜନାର ଶୁଭାରମ୍ଭ ହୋଇଛି ।
'ଓଡିଶା-ମୋ ପରିବାର' ଯୋଜନାରେ ପ୍ରବାସୀଙ୍କୁ ମିଳିଲା ଶୁଖିଲା ଖାଦ୍ୟ - 'ଓଡିଶା-ମୋ ପରିବାର' ଯୋଜନାରେ ପ୍ରବାସୀଙ୍କୁ ମିଳିଲା ଶୁଖିଲା ଖାଦ୍ୟ
ଶୁକ୍ରବାର ରାୟଗଡା ଜିଲ୍ଲା ସ୍ଥାନୀୟ ଅଶୋକ କଲ୍ୟାଣ ମଣ୍ଡପ ଟିଏମ୍ସି କେନ୍ଦ୍ରରେ 'ଓଡିଶା-ମୋ ପରିବାର' ଯୋଜନାର ଶୁଭାରମ୍ଭ ହୋଇଛି । ଏହି ଯୋଜନା ମାଧ୍ୟମରେ ପ୍ରବାସୀ ଶ୍ରମିକ ମାନଙ୍କୁ ଚୂଡା ଚିନି କଦଳୀ ସାଙ୍ଗକୁ ଶୁଖିଲା ଖାଦ୍ୟ ପୁଡିଆ ବଣ୍ଟନ କରାଯାଇଛି ।
'ଓଡିଶା-ମୋ ପରିବାର' ଯୋଜନାରେ ପ୍ରବାସୀଙ୍କୁ ମିଳିଲା ଶୁଖିଲା ଖାଦ୍ୟ
ଉକ୍ତ କାର୍ଯ୍ୟକ୍ରମକୁ ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା ଉଦ୍ଘାଟନ କରିଛନ୍ତି । ଏହି ସମୟରେ ତାଙ୍କ ସହ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଓ ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧୀର ଦାଶ ଉପସ୍ଥିତି ଥିଲେ । ତେବେ ଏହି ଯୋଜନା ମାଧ୍ୟମରେ ପ୍ରବାସୀ ଶ୍ରମିକ ମାନଙ୍କୁ ଚୂଡା ଚିନି କଦଳୀ ସାଙ୍ଗକୁ ଶୁଖିଲା ଖାଦ୍ୟ ପୁଡିଆ ବଣ୍ଟନ କରାଯାଇଛି । ଯାହାକି ସେମାନଙ୍କ ଯାତ୍ରା ସମୟରେ ସହାୟକ ହେବ ବୋଲି କହିଛନ୍ତି ଆଦିବାସୀ କଲ୍ୟାଣ ମନ୍ତ୍ରୀ ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ