ଓଡିଶା

odisha

ETV Bharat / state

ଆସିବେ ଅଶ୍ବିନୀ, ରେଳ ପ୍ରକଳ୍ପକୁ ମିଳିବ କି ବେଳ ?

ଥେରୁବାଲି-ଗୁଣୁପୁର ରେଳ ପ୍ରକଳ୍ପ ପାଇଁ ବାରମ୍ବାର ମଞ୍ଜୁରୀ ମିଳୁଛି, ଅର୍ଥ ଅଟକଳ ମଧ୍ୟ ହେଉଛି । ହେଲେ ଆଜି ପଯ୍ୟନ୍ତ ତ୍ବରାନ୍ବିତ ହୋଇପାରିଲାନି ପ୍ରକଳ୍ପ । କେନ୍ଦ୍ର ରେଳ ମନ୍ତ୍ରୀଙ୍କ ଓଡିଶା ଗସ୍ତ ଏହା ଉପରେ କେତେ ପ୍ରଭାବ ପକାଉଛି ତାହା ଦେଖିବାକୁ ବାକି ରହିଲା । ଅଧିକ ପଢନ୍ତୁ...

By

Published : Aug 18, 2021, 2:32 PM IST

ଆସିବେ ଅଶ୍ବିନୀ, ରେଳ ପ୍ରକଳ୍ପକୁ ମିଳିବ କି ବେଳ ?
ଆସିବେ ଅଶ୍ବିନୀ, ରେଳ ପ୍ରକଳ୍ପକୁ ମିଳିବ କି ବେଳ ?

ରାୟଗଡା: କମ ସମୟ ମଧ୍ୟରେ ରାଜଧାନୀ ସହ ଯୋଡିହେବାକୁ ସ୍ବପ୍ନ ଦେଖୁଛନ୍ତି ରାୟଗଡାବାସୀ । ଦିନେ ନୁହେଁ କି ଦୁଇ ଦିନ ବିଗତ ୫୭ ବର୍ଷ ଧରି ଅଞ୍ଚଳବାସୀଙ୍କ ଆଖିରେ ଏହି ସ୍ବପ୍ନ । କେବେ ଥେରୁବାଲି-ଗୁଣୁପୁର ରେଳ ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ ହେବ । ଆଉ ରାଜଧାନୀକୁ ପୁରା ୧୫୦ କିଲୋମିଟର ଦୂରତା କମିବ । ଏଥିପାଇଁ ଓଡିଶାରୁ ରାଜ୍ୟ ସଭାକୁ ନିର୍ବାଚିତ ହୋଇ ରେଳ ମନ୍ତ୍ରୀର ପାହ୍ୟା ପାଇଥିବା ଅଶ୍ବିନୀ ବୈଷ୍ଣବଙ୍କ ଉପରେ ଆଶା ରଖିଛନ୍ତି ରାଜ୍ୟ ସରକାରଙ୍କ ସମେତ ରାୟଗଡାବାସୀ ।

ଆସିବେ ଅଶ୍ବିନୀ, ରେଳ ପ୍ରକଳ୍ପକୁ ମିଳିବ କି ବେଳ ?

୨୦୧୮ ମସିହାରେ ରେଳ ମନ୍ତ୍ରାଳୟ ଥେରୁବାଲି-ଗୁଣୁପୁର ପ୍ରକଳ୍ପକୁ ମଞ୍ଜୁରୀ ଦେଇଥିଲେ । ଏହି ରେଳପଥ ନିର୍ମାଣ ପାଇଁ ୯୩୫ କୋଟି ୭୨ ଲକ୍ଷ ବ୍ୟୟ ବରାଦ ମଧ୍ୟ ହୋଇଥିଲା । ହେଲେ ଏହାରି ମଧ୍ୟରେ ୩ ବର୍ଷ ବିତି ଯାଇଥିଲେ ମଧ୍ୟ ୩ ଇଞ୍ଚର କାମ ଆରମ୍ଭ ହୋଇ ପାରିନାହିଁ । ୧୯୬୪ ମସିହା ଠାରୁ ଆରମ୍ଭ କରି ୧୯୭୭, ୨୦୦୬ ଓ ୨୦୧୪ ମସିହାରେ ଏହି ରେଳପଥ ନେଇ ରେଳ ବିଭାଗ ତରଫରୁ ସର୍ଭେ କାମ କରାଯାଇଥିଲା । ହେଲେ ଏସବୁ କାମ ଖାତା କଲମରେ ରହିଯାଇଥିବା ଅଞ୍ଚଳବାସୀଙ୍କ ଅଭିଯୋଗ ।

ଏହି ପ୍ରକଳ୍ପ ହେଲେ ଶିଳ୍ପ ସମୃଦ୍ଧର ସହର ରାୟଗଡାକୁ ଗମନାଗମନ ସୁବିଧା ହେବ । ଦାମନଯୋଡିର ନାଲକୋ, ଲାଞିଗଡରେ ଥିବା ବେଦାନ୍ତ ଆଲୁମିନା, ରାୟଗଡାର ଉତ୍କଳ ଆଲୁମିନା, ଜେକେ କାଗଜକଳ, ଥେରୁବାଲିରେ ଥିବା ଇମ୍ଫା କାରଖାନାକୁ କଞ୍ଚାମାଲ ଆମଦାନୀ ଓ ରପ୍ତାନୀ ନେଇ ଗୋପାଳପୁର ବନ୍ଦର ବ୍ୟୟ ସାପେକ୍ଷ ହେବ । ଗୋପାଳପୁର ବନ୍ଦରର ରାଜସ୍ବ ବଢିବା ସହିତ କମ୍ପାନୀଗୁଡିକ ମଧ୍ୟ ବେଶ ଉପକୃତ ହୋଇପାରିବ । ତେବେ ଅଶ୍ବିନୀ ବୈଷ୍ଣବଙ୍କ ୩ ଦିନିଆ ଓଡିଶା ଗସ୍ତ ଥେରୁବାଲି-ଗୁଣୁପୁର ପ୍ରକଳ୍ପ ଉପରେ କେତେ ପ୍ରଭାବ ପକାଇବ ତାହା ସମୟ କହିବ ।



ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ABOUT THE AUTHOR

...view details