ଓଡିଶା

odisha

ETV Bharat / state

ଅଳଙ୍କାର ଚୋରି ଘଟଣାରେ 2 ଗିରଫ, 24 ଘଣ୍ଟାରେ ଚୋରଙ୍କୁ ବାନ୍ଧିଲା ପୋଲିସ

ଚାନ୍ଦିଲି ପୋଲିସକୁ ମିଳିଛି ବଡ ସଫଳତା। 24 ଘଣ୍ଟା ମଧ୍ୟରେ ଚୋରି ହୋଇଥିବା ସୁନା ଅଳଙ୍କାର ଉଦ୍ଧାର କରିଛି ପୋଲିସ। ଅଧିକ ପଢନ୍ତୁ

By ETV Bharat Odisha Team

Published : Sep 12, 2023, 6:44 AM IST

ଅଳଙ୍କାର ଚୋରି ଘଟଣାରେ 2 ଗିରଫ
ଅଳଙ୍କାର ଚୋରି ଘଟଣାରେ 2 ଗିରଫ

ଅଳଙ୍କାର ଚୋରି ଘଟଣାରେ 2 ଗିରଫ

ରାୟଗଡ଼ା:ଚାନ୍ଦିଲି ପୋଲିସକୁ ମିଳିଛି ବଡ଼ ସଫଳତା । 24 ଘଣ୍ଟା ମଧ୍ୟରେ ଚୋରି ହୋଇଥିବା ସୁନା ଅଳଙ୍କାର ଉଦ୍ଧାର କରିଛି ପୋଲିସ । ଏହାସହ ଖୁବ୍‌ କମ ସମୟ ମଧ୍ୟରେ 2ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ଚାନ୍ଦିଲି ପୋଲିସ । ସୂଚନା ଅନୁଯାୟୀ, ଚାନ୍ଦିଲି ଥାନା ଅନ୍ତର୍ଗତ ବି ସି ରୋଡ଼ ସ୍ଥିତ ଜି ଭେଙ୍କଟ ରମଣ ତାଙ୍କ ପତ୍ନୀ, ପୁଅ ଏବଂ ଝିଅଙ୍କ ସହ ବିଶାଖାପାଟନମ ଚିକିତ୍ସା ପାଇଁ ଯାଇଥିଲେ। ଆଉ ସେହି ସମୟରେ ତାଙ୍କ ଘରେ ପଶି କଳାକନା ବୁଲାଇଛନ୍ତି ଦୁବୃର୍ତ୍ତ ।

ସୂଚନା ମୁତାବକ, ଗତ 8 ତାରିଖରେ ବିଶାଖାପାଟନମରୁ ଟ୍ରେନରେ ଫେରିବା ବେଳେ ଘର ମାଲିକ ଜୟା ପଣ୍ଡା ଫୋନ କରି ତାଙ୍କ ଘରେ ଚୋରି ହୋଇଥିବା ସୂଚନା ଦେଇଥିଲେ । ଭେଙ୍କଟ ରମଣ ରାୟଗଡାରେ ପହଞ୍ଚିବା ବେଳକୁ ତାଙ୍କ ଘର କବାଟ ଭଙ୍ଗା ଯାଇଥିବା ବେଳେ ଘରେ ଥିବା ସମସ୍ତ ସୁନାଗହଣା ଚୋରି ହୋଇଯାଇଥିବା ଦେଖିବାକୁ ପାଇଥିଲେ । ଅଭିଯୋଗ ଅନୁସାରେ, 10 ଭରି ସୁନା ଅଳଙ୍କାର ସହ ନଗଦ 30 ହଜାର ଟଙ୍କା ଚୋରି ହୋଇଥିଲା । ପରେ ଭେଙ୍କଟ ରମଣ ଏନେଇ ଚାନ୍ଦିଲି ଥାନାରେ ପହଞ୍ଚି ଏତଲା ଦେଇଥିଲେ।

ଏହା ବି ପଢନ୍ତୁ...ମା' କୁତାମଚଣ୍ତି ମନ୍ଦିର ଦାନବାକ୍ସ ଭାଙ୍ଗି ଲୁଟ ଘଟଣା, 48 ଘଣ୍ଟାରେ 2 ଗିରଫ

ଅଭିଯୋଗକୁ ଭିତ୍ତିକରି ଚାନ୍ଦିଲି ଥାନା ଅଧିକାରୀ ପ୍ରସନ୍ନ କୁମାରଙ୍କ ନେତୃତ୍ବରେ ଏକ ଟିମ ଗଠନ କରାଯାଇଥିଲା। ଏହି ସ୍ୱତନ୍ତ୍ର ଟିମ ଗଠନ ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ତେବେ 24 ଘଣ୍ଟା ମଧ୍ୟରେ ଚୋରି ସାମଗ୍ରୀ ମଧ୍ୟରେ ଏକ ରାଣୀ ହାର, 2ଟି ଚେନ୍‌, କାନ ଫୁଲ ଆଦି ଜବତ ହୋଇଛି । ଏହାସହ ସଂପୃକ୍ତ 2 ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ତେବେ ଅଭିଯୁକ୍ତମାନେ ହେଲେ କ୍ରିଷ୍ଣା ପାଲାକିଆ ଓ ରୋହିତ ନାୟକ ।

ଏହି 2 ଜଣ ଚୋରଙ୍କୁ ଅରବିନ୍ଦ ନଗରଠାରୁ ଗିରଫ କରିଛି ଚାନ୍ଦିଲି ପୋଲିସ । କିନ୍ତୁ ଚୋରି ହୋଇଥିବା ଟଙ୍କାର କୌଣସି ସୁରାକ ଏପର୍ଯ୍ୟନ୍ତ ମିଳିପାରିନାହିଁ । ଆଜି ଏହି 2 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଏକ ସାମ୍ବାଦିକ ସମ୍ମିଳନୀରେ SDPO ରଶ୍ମି ରଞ୍ଜନ ସେନାପତି ସୂଚନା ଦେଇଛନ୍ତି । ସେପଟେ 24 ଘଣ୍ଟା ମଧ୍ୟରେ ଚୋରି ଅଳଙ୍କାର ଉଦ୍ଧାର ସହ 2 ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୋଲିସ ସକ୍ଷମ ହୋଇଥିବାର ସମସ୍ତେ ପୋଲିସର କାର୍ଯ୍ୟ ଦକ୍ଷତାକୁ ପ୍ରଶଂସା କରିଛନ୍ତି ।

ଇଟିଭି ଭାରତ, ରାୟଗଡ଼ା

ABOUT THE AUTHOR

...view details