ଓଡିଶା

odisha

ETV Bharat / state

ବଂଶଧାରା ନଦୀରେ ଭାସିଗଲେ ଦୁଇ ନାବାଳକ, ମିନାଝୋଲା ଶୈବପୀଠ ବୁଲିବାକୁ ଆସିଥିଲେ

ଚନ୍ଦ୍ରପୁର ବ୍ଲକ ମିନାଝୋଲା ଶୈବ ପୀଠ ନିକଟରେ ବଂଶଧାରା ନଦୀର ପ୍ରଖର ସ୍ରୋତରେ ଭାସିଗଲେ ଦୁଇ ନାବାଳକ । ଉଭଯ କନ୍ଧମାଳ ଜିଲ୍ଲାର ବୋଲି ଜଣା ପଡ଼ିିଛି । ଅଧିକ ପଢନ୍ତୁ

By ETV Bharat Odisha Team

Published : Aug 29, 2023, 7:14 AM IST

ମିନାଝୋଲା ଶୈାବପିଠ ନିକଟ ବଂଶଧାରା ନଦୀରେ ଭାସିଗଲେ ଦୁଇ ଶିଶୁ
ମିନାଝୋଲା ଶୈାବପିଠ ନିକଟ ବଂଶଧାରା ନଦୀରେ ଭାସିଗଲେ ଦୁଇ ଶିଶୁ

ମିନାଝୋଲା ଶୈାବପିଠ ନିକଟ ବଂଶଧାରା ନଦୀରେ ଭାସିଗଲେ ଦୁଇ ଶିଶୁ

ରାୟଗଡା: ଜିଲ୍ଲା ଗୁଣପୁର ଉପଖଣ୍ଡ ଅନ୍ତର୍ଗତ ଚନ୍ଦ୍ରପୁର ମିନାଝୋଲା ଶିବ ମନ୍ଦିରରେ ସୋମବାର ଏହି ଅଭାବନୀୟ ଘଟଣା ଘଟିଛି । ଚନ୍ଦ୍ରପୁର ବ୍ଲକ ମିନାଝୋଲା ଶୈବ ପୀଠ ନିକଟରେ ବଂଶଧାରା ନଦୀର ପ୍ରଖର ସ୍ରୋତରେ ଭାସିଗଲେ ଦୁଇ ନାବାଳକ । ଉଭୟଙ୍କ ସନ୍ଧାନ ଜାରି ରହିଛି ।

ନଦୀରେ ନିଖୋଜ ହୋଇଥିବା ଉଭୟ ନାବାଳକ କନ୍ଧମାଳ ଜିଲ୍ଲାର ୯ ବର୍ଷୀୟ ବାଳକ ରତ୍ନାକର ବଡନାୟକ ଏବଂ 10 ବର୍ଷୀୟ ସୌମିତ ବଡ଼ସେଠ । ଉଭୟେ ପରିବାର ସହିତ ପବିତ୍ର ଶ୍ରାବଣ ମାସର ଶେଷ ସୋମବାରରେ ପୂଜାର୍ଚ୍ଚନା କରିବା ଉଦ୍ଦେଶ୍ୟରେ ଚନ୍ଦ୍ରପୁର ବ୍ଲକ ମିନାଝୋଲା ଶୈବ ପୀଠକୁ ଆସିଥିଲେ । ତେବେ ଦର୍ଶନ ସାରି ବଂଶଧାରା, ଫାଳଫଳିଆ ଏବଂ ଚାଉଳଧୁଆ ତିନୋଟି ନଦୀର ସଂଗମ ସ୍ଥଳ ବୁଲିବାକୁ ଯାଇଥିଲେ । ସମୁଦାୟ ପାଞ୍ଚଜଣ ଶିଶୁ ବଂଶଧାରା ନଦୀ ପାଣି ଖେଳୁଥିବା ବେଳେ ହଠାତ୍ ବଂଶଧାରାର ପାଣିର ସୁଅରେ ପଡ଼ିଯାଇଥିଲେ । ତିନିଜଣ ଶିଶୁ ବହୁ କଷ୍ଟରେ ନିଜେ ନିଜେ ନଦୀ କୂଳକୁ ପହଁରି ଚାଲି ଆସିଥିବା ବେଳେ ରତ୍ନାକର ବଡ଼ନାୟକ ଏବଂ ସୌମିତ ବଡସେଠ ବଂଶଧାରାର ନଦୀ ସ୍ରୋତରେ ଭାସିଯାଇ ନିଖୋଜ ହୋଇଯାଇଛନ୍ତି ।

ନିଖୋଜ ନାବାଳକଙ୍କ ପରିବାରକୁ ଖବର ଦେବାପରେ ଖୋଜାଖୋଜି ଆରମ୍ଭ ହୋଇଥିଲା । ଦୁଇ ଜଣଙ୍କ ଘର କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକ୍ ଶ୍ରିରାମପୁର ଗ୍ରାମ ବୋଲି ଜଣାପଡିଛି । ପରେ ସ୍ଥାନୀୟ ଲୋକେ ବ୍ଲକ ପ୍ରଶାସନକୁ ଖବର ଦେବାପରେ ଘଟଣା ସ୍ଥଳରେ ଚନ୍ଦ୍ରପୁର ଅଗ୍ନିଶମ ବାହିନୀ ଓ ଭାମିନି ଦ୍ବିତୀୟ ଆଇଆର୍ବିଏନ୍ କ୍ୟାମ୍ପ୍ ର ଓଡ୍ରାଫ୍ ଟିମ୍, ଟାପିରିକୁପୁଡା ଗ୍ରାମବାସୀଙ୍କ ସହୋଯୋଗରେ ଖୋଜାଖୋଜି କରୁଥିବା ସୂଚନା ରହିଛି । ତେବେ ଦୁଇ ନାବାଳକଙ୍କ କୌଣସି ପତ୍ତା ମିଲୁନଥିବା ବେଳେ ଅଗ୍ନିଶମ ବାହିନୀ ଏବଂ ବାହିନୀଓଡ୍ରାଫ୍ ଟିମ୍ ସାହାଯ୍ୟରେ ଖୋଜାଖୋଜି ଜାରି ରହିଥିବା ସୂଚନା ମିଳିଛି ।

ଅନୁରୂପ ଭାବରେ ଭଦ୍ରକର ତିହିଡ଼ି ବ୍ଲକ୍‌ରେ ଶୌଚ ହେବାକୁ ଯାଇ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିଲେ ଜଣେ ବୃଦ୍ଧ । ସାଳନ୍ଦୀ ନଦୀରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା । ମୃତ ବୃଦ୍ଧ ଜଣକ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ କାଁପଡା ପଞ୍ଚାୟତ ଅନ୍ତର୍ଗତ କାଁପଡା ଦକ୍ଷିଣପାରି ଗାଁର 77 ବର୍ଷୀୟ ଯୁଧିଷ୍ଠିର ମଲିକ ବୋଲି ଜଣାପଡିଛି । ନଦୀକୁ ଶୌଚ ହେବାକୁ ଯାଇ ସେ ନିଖୋଜ ଭାସି ଯାଇଥିଲେ ।

ଇଟିଭି ଭାରତ,ରାୟଗଡା

ABOUT THE AUTHOR

...view details