ଓଡିଶା

odisha

ETV Bharat / state

ଦୁଇ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ, ମୁଣ୍ଡପିଛା ଥିଲା 4 ଲକ୍ଷ ପୁରସ୍କାର

ଆଜି ରାୟଗଡ଼ା ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ଦୁଇ ହାର୍ଡକୋର ମାଓବାଦୀ । ସେମାନେ ହେଲେ ମଙ୍କୁ ଓୟାମ ଓରଫ ଜୟରାମ ଓ ଲାଛୁ ମାଡ଼କାମ । ଅଧିକ ପଢନ୍ତୁ...

By

Published : Mar 24, 2021, 3:02 PM IST

Updated : Mar 24, 2021, 3:52 PM IST

ଆତ୍ମସମର୍ପଣ କଲେ ଦୁଇ ହାର୍ଡକୋର ମାଓବାଦୀ
ଆତ୍ମସମର୍ପଣ କଲେ ଦୁଇ ହାର୍ଡକୋର ମାଓବାଦୀ

ରାୟଗଡ଼ା: ଆତ୍ମସମର୍ପଣ କଲେ ଦୁଇ ହାର୍ଡକୋର ମାଓବାଦୀ । ରାୟଗଡ଼ା ପୁଲିସ ନିକଟରେ ଆଜି(ବୁଧବାର) ଆତ୍ମସମର୍ପଣ କରିଛନ୍ତି ଦୁଇ ହାର୍ଡକୋର ମାଓବାଦୀ। ଆତ୍ମ ସମର୍ପଣ କରିଥିବା ଦୁଇ ମାଓବାଦୀ ହେଲେ ସୁନାବେଡା ଏରିଆ କମିଟି ତଥା ମେନପୁର-ନୂଆପଡା ଡିଭିଜନର ଏରିଆ କମିଟି ସଦସ୍ୟ ମଙ୍କୁ ଓୟାମ ଓରଫ ଜୟରାମ ଓ କେକେବିଏନ କମିଟିର ସଦସ୍ୟ ଲାଛୁ ମାଡ଼କାମ ।

ଆତ୍ମସମର୍ପଣ କଲେ ଦୁଇ ହାର୍ଡକୋର ମାଓବାଦୀ

ଜୟରାମଙ୍କ ନାଁରେ ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିବାବେଳେ ଲାଛୁ ନାଁରେ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ରାଜ୍ୟ ସରକାର । ଉଭୟ ଜୟରାମ ଓ ଲାଛୁ ମାଡ଼କାମ ଆଜି ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ଏସପି ବିବେକାନନ୍ଦ ଶର୍ମା ସୂଚନା ଦେଇଛନ୍ତି।

୨୦୧୧ ମସିହାରେ ମାଓ ସଂଙ୍ଗଠନରେ ଯୋଗ ଦେଇଥିବା ଛତିଶଗଡ଼ କ୍ୟାଡର ମଙ୍କୁ ୨୦୧୮ ରେ ଓଡ଼ିଶାର କଳାହାଣ୍ଡି ରାୟଗଡାରେ କାମ କରୁଥିବା ବଂଶଧାରା-ଘୁମୁଶର-ନାଗାବଳୀ ଡିଭିଜନଙ୍କୁ ଟ୍ରାନ୍ସଫର ହୋଇଥିଲା। ଉଭୟଙ୍କ ନାଁରେ ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ ଜିଲ୍ଲାରେ ବହୁ ମାମଲା ରହିଛି।

ମାଓ ସଙ୍ଗଠନରେ ଦିନକୁ ଦିନ ମାନସିକ ନିର୍ଯାତନା, ଯୌନ ଶୋଷଣ ଓ ଅତ୍ୟାଚାର ବଢୁଥିବାରୁ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ନିଷ୍ପତ୍ତି ନେଇଥିବା ଦୁଇ ମାଓବାଦୀ ପ୍ରକାଶ କରିଛନ୍ତି।

ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ

Last Updated : Mar 24, 2021, 3:52 PM IST

ABOUT THE AUTHOR

...view details