ରାୟଗଡା: ଟ୍ରକ-ଭ୍ୟାନ ମୁହାଁମୁହିଁ ଧକ୍କାରେ 2 ମୃତ । ରାୟଗଡା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ଚାଞ୍ଚରାଗୁଡା ନିକଟରେ ଟ୍ରକ-ଭ୍ୟାନ ମୁହାଁମୁହିଁ ଧକ୍କାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି ।
ସୂଚନା ଅନୁଯାୟୀ, ରାୟପୁରରୁ ବିଶାଖାପାଟଣା ଅଭିମୁଖେ ଯାଉଥିବା ଏକ ଲୁହା ପଥର ବୋଝେଇ ଟ୍ରକ ସହ ବିଷମକଟକରୁ ମୁନିଗୁଡା ଅଭିମୁଖେ ଯାଉଥିବା ଏକ ଭ୍ୟାନ ମୁହାଁମୁହିଁ ଧକ୍କା ହୋଇଥିଲା । ଯେଉଁଥିରେ ଭ୍ୟାନରେ ଥିବା ୨ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ।