ରାୟଗଡ଼ା :ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ସାରା ଦେଶରେ ସମସ୍ତ ସହିଦଙ୍କୁ ସମ୍ମାନ ଜଣାଇବାକୁ ଆରମ୍ଭ ହୋଇଛି "ସହିଦଙ୍କୁ ଶତ ଶତ ନମନ" କାର୍ଯ୍ୟକ୍ରମ । ଗ୍ରାମାଞ୍ଚଳରେ ରହିଯାଇଥିବା ସହିଦଙ୍କୁ ଉଚିତ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଦେଶବ୍ୟାପୀ ଆୟୋଜନ ହେଉଛି ଏହି କାର୍ଯ୍ୟକ୍ରମ । ରାୟଗଡ଼ାରେ ପ୍ରତିଷ୍ଠିତ ଦ୍ୱିତୀୟ ଓଡିଶା ବାଳିକା NCC ବାଟାଲିୟନ ପକ୍ଷରୁ "ସହିଦଙ୍କୁ ଶତ ଶତ ନମନ"ରେ କାର୍ଯ୍ୟକ୍ରମ ଆଯୋଜିତ ହୋଇଛି ।
ସହିଦଙ୍କୁ ଶତ ଶତ ନମନ - ରାୟଗଡ଼ାରେ ସହିଦଙ୍କୁ ଶତ ଶତ ନମନ
ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ସାରା ଦେଶରେ ସମସ୍ତ ସହିଦଙ୍କୁ ସମ୍ମାନ ଜଣାଇବାକୁ ଆରମ୍ଭ ହୋଇଛି "ସହିଦଙ୍କୁ ଶତ ଶତ ନମନ" କାର୍ଯ୍ୟକ୍ରମ । ଅଧିକ ପଢ଼ନ୍ତୁ
ସହିଦଙ୍କୁ ଶତ ଶତ ନମନ
ସହିଦଙ୍କୁ ଶତ ଶତ ନମନ
ଏହି କ୍ରମରେ 2003 ମସିହାରେ ଜାମୁ କାଶ୍ମୀରର ଅଖମୁର ସେକ୍ଟରରେ ଆତଙ୍କବାଦୀଙ୍କ ସହ ଲଢ଼ି ସହିଦ ହୋଇଥିବା ନାଏବ ସୁବେଦାର(SKT) ମାର୍କଣ୍ଡ ବେହେରାଙ୍କୁ ବାଳିକା NCC ବାଟାଲିୟନ ଦ୍ୱାରା ସହିଦଙ୍କ ପରିବାର ବର୍ଗଙ୍କ ଉପସ୍ଥିତିରେ ସମ୍ମାନ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଦ୍ଵିତୀୟ ଓଡିଶା ବାଳିକା ଏନସିସି କମାଣ୍ଡାଣ୍ଟ ଭି.ଏସ୍ ଶ୍ରୀନିବାସଙ୍କ ନେତୃତ୍ୱରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟଅତିଥି ଭାବେ ପୌରାଧ୍ୟକ୍ଷ ମହେଶ ପଟ୍ଟନାୟକ ଯୋଗ ଦେଇଥିଲେ । ଏହି ଅବସରରେ ମଧ୍ୟ ସହିଦଙ୍କ ପରିବାରଙ୍କୁ ସମ୍ମାନ ପ୍ରଦାନ କରାଯାଇଥିଲା ।
ଇଟିଭି ଭାରତ, ରାୟଗଡ଼ା