ଓଡିଶା

odisha

ETV Bharat / state

ପୁଟାସିଂ ଆଇଆଇସିଙ୍କୁ ବଦଳି ଦାବିରେ ଆଦିବାସୀ ମେଳି

ପୁଟାସିଂ ଥାନା ଅନ୍ତର୍ଗତ ସାଙ୍କେରି ଗ୍ରାମରେ ଗତ ଗୁରବାର ବିଳମ୍ବିତ ରାତିରେ ପୁଟାସିଂ ମହିଳା ଆଇଆଇସି ପଦ୍ମା ମୁଥୁଙ୍କୁ ନଜରବନ୍ଦୀ କରିବା ପ୍ରସଙ୍ଗ ଦିନକୁ ଦିନ ଜଟିଳ ହେବାର ଲାଗିଛି । ଏହି ଘଟଣାରେ ଆଇଆଇସିଙ୍କ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିବା ସହ ତାଙ୍କ ବଦଳି ଦାବିରେ ସାଙ୍କିରି ଗ୍ରାମବାସୀ ଏକତ୍ରିତ ହୋଇଛନ୍ତି । ଅଧିକ ପଢନ୍ତୁ...

By

Published : Mar 8, 2021, 5:50 PM IST

ପୁଟାସିଂ ଆଇଆଇସିଙ୍କୁ ବଦଳି ଦାବିରେ ଆଦିବାସୀ  ମେଳି
ପୁଟାସିଂ ଆଇଆଇସିଙ୍କୁ ବଦଳି ଦାବିରେ ଆଦିବାସୀ ମେଳି

ରାୟଗଡା: ପୁଟାସିଂ ଆଇଆଇସିଙ୍କୁ ବଦଳି ଦାବିରେ ଆଦିବାସୀ ମେଳି । ପୁଟାସିଂ ଥାନା ଅନ୍ତର୍ଗତ ସାଙ୍କେରି ଗ୍ରାମରେ ଗତ ଗୁରବାର ବିଳମ୍ବିତ ରାତିରେ ପୁଟାସିଂ ମହିଳା ଆଇଆଇସି ପଦ୍ମା ମୁଥୁଙ୍କୁ ନଜରବନ୍ଦୀ କରିବା ପ୍ରସଙ୍ଗ ଦିନକୁ ଦିନ ଜଟିଳ ହେବାର ଲାଗିଛି । ଏହି ଘଟଣାରେ ଆଇଆଇସିଙ୍କ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିବା ସହ ତାଙ୍କ ବଦଳି ଦାବିରେ ସାଙ୍କିରି ଗ୍ରାମବାସୀ ଏକତ୍ରିତ ହୋଇଛନ୍ତି ।

ଗାଁ ଲୋକ ଅଭିଯୋଗ କରିଛନ୍ତି ଯେ, ଆଇଆଇସି ଓ ତାଙ୍କ ସହିତ ଅନ୍ୟ ପୋଲିସ କର୍ମଚାରୀମାନେ ଗତ ଚାରିଦିନ ଧରି ଗାଁକୁ ଯାଇ ଗଞ୍ଜେଇ ଜବତ କରିବା ଆଳରେ ବିଭିନ୍ନ ପ୍ରକାର ହଇରାଣ କରୁଥିଲେ । କେବେ ଘରର ଆସବାବ ପତ୍ର ଫୋପାଡୁଥିଲେ ତ ଆଉକେବେ ଘର ବାରିପଟେ ଖୋଳାଖୋଳି କରି ପକାଉଥିଲେ । ଘଟଣା ଦିନ ବୁଟ୍‍ ପିନ୍ଧି ଘର ଭିତରକୁ ପ୍ରବେଶ କରିବା ସହ ମହିଳା ମାନଙ୍କୁ ଦୁର୍ବ୍ୟବହାର କରିବା ଓ ଜଣେ ରୋଗୀ ଶୋଇଥିବା ବେଳେ ତାଙ୍କୁ ଜବରଦସ୍ତି ଉଠାଇ ଘର ବାହାରକୁ ଯିବାକୁ ଧମକାଇବା ପରେ ମହିଳା ମାନେ ଉତ୍ୟକ୍ତ ହୋଇ ଉଠିଥିଲେ ।

ପୁଟାସିଂ ଆଇଆଇସିଙ୍କୁ ବଦଳି ଦାବିରେ ଆଦିବାସୀ ମେଳି

ଏହାକୁ ପ୍ରତିବାଦ କରି ଆଇଆଇସିଙ୍କ ସମେତ ଅନ୍ୟ କର୍ମଚାରୀଙ୍କୁ ଗୋଟିଏ ଘରେ ନଜରବନ୍ଧି କରି ରଖିଥିଲେ । ପରେ ଗୁଣପୁର ଏସଡିପିଓ ବିଳମ୍ବିତ ରାତିରେ ଗାଁକୁ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ଲୋକେ ଥଣ୍ଡା ହୋଇଥିଲେ । ଗତ ୫ତାରିଖ ଦିନ ଏଭଳି ଘଟଣା ପରେ ଗାଁରେ ପୋଲିସର ଅତ୍ୟାଧିକ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିବା ସହ ଅସନ୍ତୋଷ ବଢିବାର ଲାଗିଛି ।

ସୋମବାର ଗ୍ରାମବାସୀଙ୍କ ଏହି ମେଳି ସରପଞ୍ଚ, ୱାର୍ଡମେମ୍ବର ଠାରୁ ଆରମ୍ଭ କରି ଶତାଧିକ ମହିଳା, ପୁରୁଷ ଉପସ୍ଥିତ ରହି ତୁରନ୍ତ ଆଇଆଇସିଙ୍କୁ ବଦଳି କରିବା ସହ କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ପ୍ରଦାନ କରିବାକୁ ଦାବି କରିଛନ୍ତି । ନଚେତ ଆଗାମୀ ଦିନରେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details