ଓଡିଶା

odisha

ETV Bharat / state

ଟ୍ରାକ୍ଟର ଓଲଟି 18 ଆହତ, 6 ଗୁରୁତର

ରାୟଗଡା ଗୁଣୁପୁର ବ୍ଳକ ପୁଟାସିଂ ଟଲନା ଘାଟିରେ ଟ୍ରାକ୍ଟର ଓଲଟିଲା ଟ୍ରାକ୍ଟର । 6 ଗୁରୁତରଙ୍କ ସମେତ 18ଜଣ ଆହତ । ସମସ୍ତ ଆହତ ହସ୍ପିଟାଲରେ ଭର୍ତ୍ତି । ଅଧିକ ପଢନ୍ତୁ...

By

Published : Nov 13, 2021, 10:51 PM IST

ଟ୍ରାକ୍ଟର ଓଲଟି 18 ଆହତ, 6 ଗୁରୁତର
ଟ୍ରାକ୍ଟର ଓଲଟି 18 ଆହତ, 6 ଗୁରୁତର

ରାୟଗଡା: ଗୁଣୁପୁର ବ୍ଳକ ଟଲନା ଘାଟିରେ ଭାରସାମ୍ୟ ହରାଇ ଏକ ଟ୍ରାକ୍ଟର ଓଲଟି ପଡିବାରୁ ଏଥିରେ ଯାତ୍ରା କରୁଥିବା 18ଜଣ ଶ୍ରମିକ ଆହତ ହୋଇଛନ୍ତି । ଏହି ଆହତଙ୍କ ମଧ୍ୟରେ ୬ ଜଣ ଗୁରୁତର ଥିବା ମଧ୍ୟ ସୂଚନା ରହିଛି । ଶ୍ରମିକମାନେ ଗଜପତି ଜିଲ୍ଲା ରାୟଗଡ ବ୍ଳକ କଇଁପୁର ପଞ୍ଚାୟତ ଅନ୍ତର୍ଗତ ଲୁମୁଡ଼ାସିଂ ଗ୍ରାମର ବୋଲି ଜଣାପଡିଛି । ଶ୍ରମିକମାନେ କାମ ସାରି ଟ୍ରାକ୍ଟରରେ ଗୁଣୁପୁର ଅଭିମୁଖେ ଫେରୁଥିବାବେଳେ ଟଲନାଘାଟିର ବୁଲାଣି ଠାରେ ଭାରସାମ୍ୟ ହରାଇ ଟ୍ରାକ୍ଟରଟି ଓଲଟି ପଡିଥିଲା ।

ଟ୍ରାକ୍ଟର ଓଲଟି 18 ଆହତ, 6 ଗୁରୁତର

ଖବରପାଇ ଗୁଣୁପୁରରୁ ଆମ୍ବୁଲାନ୍ସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ତେବେ 12ଜଣଙ୍କୁ ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ କରାଯାଉଥିବାବେଳେ 6 ଜଣ ଗୁରୁତର ମଧ୍ୟରୁ 4 ଜଣଙ୍କୁ ବ୍ରହ୍ମପୁର ଓ 2ଜଣଙ୍କୁ ପାରଳାଖେମୁଣ୍ଡି ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ରହିଛି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ABOUT THE AUTHOR

...view details