ଓଡିଶା

odisha

ETV Bharat / state

ଗ୍ରାମାଞ୍ଚଳ ପରେ ଏବେ ରାୟଗଡା ସହରରେ ଡେଙ୍ଗୁ ଆତଙ୍କ - rayagada news

ଗୋଟିଏ ପଟେ କୋରୋନା ଭୟ ରାଜ୍ୟବାସୀଙ୍କ ଡରାଉଥିବା ବେଳେ ରାୟଗଡା ମୁନିଗୁଡା ଟିକରପଡା ଗ୍ରାମରେ ଡେଙ୍ଗୁର ସଂକ୍ରମଣ ଚରମ ସ୍ଥିତିରେ ପହଞ୍ଚିଛି । ଗାଁ ପରେ ଏବେ ସହର ମୁହାଁ ହୋଇଛି ଡେଙ୍ଗୁ । ରାୟଗ଼ଡାରେ ବଢୁଛି ଡେଙ୍ଗୁ ଆତଙ୍କ । ଅଧିକ ପଢନ୍ତୁ...

town of Rayagada is now plagued by dengue
ଗ୍ରାମାଞ୍ଚଳ ପରେ ଏବେ ରାୟଗଡା ସହରରେ ଡେଙ୍ଗୁ ଆତଙ୍କ

By

Published : May 2, 2020, 10:30 PM IST

ରାୟଗଡା: ଗୋଟିଏ ପଟେ କୋରୋନା ଭୟ ରାଜ୍ୟବାସୀଙ୍କ ଡରାଉଥିବା ବେଳେ ରାୟଗଡା ମୁନିଗୁଡା ଟିକରପଡା ଗ୍ରାମରେ ଡେଙ୍ଗୁର ସଂକ୍ରମଣ ଚରମ ସ୍ଥିତିରେ ପହଞ୍ଚିଛି । ଗାଁ ପରେ ଏବେ ସହର ମୁହାଁ ହୋଇଛି ଡେଙ୍ଗୁ । ଟିକରପଡାରେ ୪୪ ଡେଙ୍ଗୁ ପଜିଟିଭ ବାହାରିବା ପରେ ଜିଲ୍ଲା ପ୍ରଶାସନର ନିଦ ହଜି ଯାଇଛି । ଏହା ସାଙ୍ଗକୁ ରାୟଗଡା ସହରର ୪ ଓ ୫ ନମ୍ବର ୱାର୍ଡର ହରିଜନ ସାହି, ମାରୁତି କଲୋନୀ, ଝୋଡିଆ ସାହି, ମେହେନ୍ତର ସାହି, ମେଦିରି ସାହି ଅଞ୍ଚଳରେ ଡେଙ୍ଗୁ ବ୍ୟାପିବାରେ ଲାଗିଛି ।

ଏସବୁ ଅଞ୍ଚଳରେ ୩ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାରୁ ଏବେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି । ଆକ୍ରାନ୍ତ ମାନଙ୍କୁ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏଠାର ସାହି ବସ୍ତିରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବା ଯୋଗୁଁ ଡେଙ୍ଗୁ ବ୍ୟାପୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ଗ୍ରାମାଞ୍ଚଳ ପରେ ଏବେ ରାୟଗଡା ସହରରେ ଡେଙ୍ଗୁ ଆତଙ୍କ

ରାୟଗଡା ପୌରାଚଞ୍ଚଳରେ ଡେଙ୍ଗୁ ଚିହ୍ନଟ ପରେ ଜିଲ୍ଳାପାଳ, ମ୍ୟୁନିସିପାଲିଟି ଅଧିକାରୀ ଓ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ମିଳିତ ଭାବେ ଡେଙ୍ଗୁ ସଂକ୍ରମିତ ୱାର୍ଡ ଗୁଡିକୁ ବୁଲିବା ସହ ସେଠାର ପରିମଳ ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି । ଏସବୁ ୱାର୍ଡରେ ନାଳନର୍ଦ୍ଦମା ସଫାସୁତୁରା କରିବା ସହ ଜମି ରହୁଥିବା ପାଣିକୁ ନିଷ୍କାସନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ୱାର୍ଡ ଗୁଡିକରେ ବିଶୋଧକ ସିଞ୍ଚନ ସାଙ୍ଗକୁ ମଶାଧୂଆଁ ସ୍ପ୍ରେ କରାଯିବା ସହିତ ସମସ୍ତ ପ୍ରକାର ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଉଥିବା କହିଛନ୍ତି ପୌର ଅଧିକାରୀ । ସେହିପରି ଏଥିପାଇଁ ସଚେତନ ସାଙ୍ଗକୁ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାନଗଲେ ସ୍ଥିତି ଯେ ଗମ୍ଭୀର ନହେବ ତାହା ମଧ୍ୟ ପ୍ରଶ୍ନ ଘେରରେ ।

ରାୟଗଡାରୁ ରଞ୍ଜନ ରଥ,ଇଟିଭି ଭାରତ

ABOUT THE AUTHOR

...view details