ଓଡିଶା

odisha

ETV Bharat / state

କୋରୋନା ସଂକ୍ରମଣ ଭୟରେ ଟିକିରି ପଞ୍ଚାୟତ ସଟଡାଉନ - ଟିକିରି ପଞ୍ଚାୟତ ସଟଡାଉନ

ସଂକ୍ରମଣ ବଢିବା ଆଶଙ୍କା କରି ଜିଲ୍ଲା ପ୍ରଶାସନ ଶନିବାର ଓ ରବିବାର ଦୁଇଦିନ ସାପ୍ତାହିକ ସଟଡାଉନ ଘୋଷଣା କରିଛି ।

tikiri-panchayat-shutdown-for-fear-of-corona-infection
କୋରୋନା ସଂକ୍ରମଣ ଭୟରେ ଟିକିରି ପଞ୍ଚାୟତ ସଟଡାଉନ

By

Published : Jul 9, 2020, 10:46 PM IST

ରାୟଗଡା: ଦିନକୁ ଦିନ ମହାମାରୀ କୋରୋନ ରାୟଗଡ଼ା ଜିଲ୍ଲାରେ କାୟା ବିସ୍ତାର କରି ଚାଲିଥିବା ବେଳେ କାଶୀପୁର ବ୍ଲକରେ ମଧ୍ୟ ତାର ସ୍ଥିତି ଜାହିର କରିଛି । ସଂକ୍ରମଣ ବଢିବା ଆଶଙ୍କା କରି ଜିଲ୍ଲା ପ୍ରଶାସନ ଶନିବାର ଓ ରବିବାର ଦୁଇଦିନ ସାପ୍ତାହିକ ସଟଡାଉନ ଘୋଷଣା କରିଛି ।

କୋରୋନା ସଂକ୍ରମଣ ଭୟରେ ଟିକିରି ପଞ୍ଚାୟତ ସଟଡାଉନ

ତେବେ ଶୁକ୍ରବାର ଦିନ ଟିକିରି ହାଟ ପଡୁଥିବାରୁ ଏହି ଦିନ ସମ୍ପୂର୍ଣ ଟିକିରି ପଞ୍ଚୟାତକୁ ସଟଡାଉନ ଘୋଷଣା କରିଛନ୍ତି ଜିଲ୍ଲାପାଳ କ୍ଷମତା ପ୍ରାପ୍ତ ସରପଞ୍ଚ । ଏହି ହାଟକୁ କାଶିପୁର ବ୍ଲକର ଡୁଡୁକାବାହଲ, ଶଙ୍କରଡା, ଗୋରଖପୁର, ପୁଢାପାଡି, ନକଟିଗୁଡା, ହାଡିଗୁଡା, ଡଙ୍ଗାସିଲ, କୁଚେଇପଦର ସମେତ କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର, କାକିରିଗୁମ୍ମା ଏବଂ ଦଶମନ୍ତପୁର ବ୍ଲକର ଲୋକମାନେ ନିର୍ଭର କରିଥାନ୍ତି ।

ଗତ ସପ୍ତାହରେ ହାଟ ବନ୍ଦ ଥିବା ସତ୍ବେ ପ୍ରାୟ ୫୦୦ ଲୋକଙ୍କ ଭିଡ ଜମିଥିଲା। ଲୋକମାନେ କି ବେପାରୀ ସାମାଜିକ ଦୁରତା ଅବା ମାସ୍କ ପ୍ରତି ଗୁରୁତ୍ବ ଦେଉନାହାନ୍ତି । ଏହି ଭିଡ଼କୁ ଦୃଷ୍ଟିରେ ରଖି ସୁରକ୍ଷା ଦୃଷ୍ଟିରୁ ଟିକିରି ସରପଞ୍ଚ କୁମାରୀ ପିଡିକା ଆସନ୍ତାକାଲି ସକାଳ ୬ଘଣ୍ଟା ଠାରୁ ସନ୍ଧ୍ୟା ୦୬ ଘଣ୍ଟା ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରିଛନ୍ତି।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details