ରାୟଗଡା: ଅଦିନିଆ ଝଡ ବର୍ଷାରେ କାଶୀପୁର ବ୍ଲକର ଉପରମାଣ୍ଡିଝୋଲା ଗ୍ରାମର ବ୍ୟାପକ କ୍ଷୟକ୍ଷତି । ଆଜି(ବୁଧବାର) ଅପରାହ୍ନ ସମୟରେ ଅଦିନିଆ ଝଡ଼ ବର୍ଷାରେ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଖୁରିଗାଁ ପଞ୍ଚାୟତ ଅଧିନସ୍ତ ଉପର ମାଣ୍ଡିଝୁଲା ଗ୍ରାମର ପ୍ରାୟ ୧୮ଟି ଘରର ଟିଣ, ଛପର ଉଡିଯାଇଛି । ଉକ୍ତ ଗ୍ରାମର ସରକାରୀ ବିଦ୍ୟାଳୟ ମଧ୍ୟ ନଷ୍ଟ ହୋଇ ଯାଇଥିବା ଦେଖିବାକୁ ମିଳିଛି ।
ରାୟଗଡାରେ ଅଦିନିଆ ଝଡ-ବର୍ଷା, ବ୍ୟାପକ କ୍ଷୟକ୍ଷତି - ରାୟଗଡାରେ ଅଦିନିଆ ଝଡ-ବର୍ଷା
ଅଦିନିଆ ଝଡ ବର୍ଷାରେ ରାୟଗଡାର କାଶୀପୁର ବ୍ଲକର ଉପରମାଣ୍ଡିଝୋଲା ଗ୍ରାମର ବ୍ୟାପକ କ୍ଷୟକ୍ଷତି । ଅଧିକ ପଢନ୍ତୁ
ପବନର ବେଗ ଅଧିକ ଥିବାରୁ ସରକାରୀ ପ୍ରାଥମିକ ବିଦ୍ୟାଳୟର ଟିଣ ଉଡିଯାଇ ବିଦ୍ୟାଳୟ ଠୁ କିଛି ଦୂରରେ ପଡିଛି । ସେପଟେ ହଠାତ୍ ପବନ ବର୍ଷା ହେବାରୁ ଗ୍ରାମବାସୀ ସରକାରୀ ବିଦ୍ୟାଳୟରେ ଆଶ୍ରୟ ନେଇଥିଲେ । କିନ୍ତୁ ଦୁର୍ଭାଗ୍ୟର ବିଷୟ ଗ୍ରାମବାସୀ ଆଶ୍ରୟ ନେଇଥିବା ବିଦ୍ୟାଳୟ ଟିଣ, ଛପର ଉଡି ଯାଇଥିଲା । ଏନେଇ ଖବର ପାଇ ମାଣ୍ଡିଝୁଲା ଗ୍ରାମକୁ କାଶୀପୁର ବ୍ଲକ ଅଧ୍ୟକ୍ଷ କଣ୍ଠେଶ୍ବର ମାଝୀ, ଖୁରିଗାଁ ସରପଞ୍ଚ ଏବଂ ରାଜସ୍ବ ନିରୀକ୍ଷକ ଗ୍ରାମରେ ପହଞ୍ଚି କ୍ଷତିଗ୍ରସ୍ତ ପରିବାରଙ୍କ ସହ ଆଲୋଚନା କରିବା ସହ କ୍ଷୟକ୍ଷତିର ଆକଳନ କରିଛନ୍ତି । ଏନେଇ କାଶୀପୁର ତହସିଲଦାର ଶରତ ଶବରଙ୍କୁ ଯୋଗାଯୋଗ କରିବାରୁ କ୍ଷୟକ୍ଷତିର ଆକଳନ କରାଯାଇ କ୍ଷତିଗ୍ରସ୍ତ ପରିବାର ଲୋକଙ୍କୁ ସରକାରଙ୍କ ତରଫରୁ ଥିବା ସମସ୍ତ ସହାୟତା ପ୍ରଦାନ କରାଯିବ ବୋଲି ପ୍ରକାଶ କରିଛନ୍ତି ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ