ଓଡିଶା

odisha

ETV Bharat / state

କଂଗ୍ରେସ ନେତା ଗଜେନ୍ଦ୍ର ନାୟକ ହତ୍ୟା ଘଟଣା, ଧରା ପଡ଼ିଲେ ୩ ହତ୍ୟାକାରୀ - କାଶୀପୁର କଂଗ୍ରେସ ନେତାଙ୍କୁ ହତ୍ୟା ଘଟଣା

ରାୟଗଡ଼ା ଜିଲ୍ଲା କାଶୀପୁର କଂଗ୍ରେସ ନେତାଙ୍କୁ ହତ୍ୟା ଘଟଣାର ୩ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଏହାସହ ସେମାନଙ୍କ ନିକଟରୁ ହତ୍ୟାରେ ବ୍ୟବହୃତ ଟାଙ୍ଗିଆ ଜବତ କରାଯାଇଛି । ଅଧିକ ପଢ଼ନ୍ତୁ

ଧରା ପଡ଼ିଲେ କଂଗ୍ରେସ ନେତାଙ୍କ ହତ୍ୟାକାରୀ
ଧରା ପଡ଼ିଲେ କଂଗ୍ରେସ ନେତାଙ୍କ ହତ୍ୟାକାରୀ

By

Published : Jun 15, 2023, 7:08 AM IST

ଧରା ପଡ଼ିଲେ କଂଗ୍ରେସ ନେତାଙ୍କ ହତ୍ୟାକାରୀ

ରାୟଗଡ଼ା: କାଶୀପୁର ବ୍ଲକ କସନାଦୋରା ଗ୍ରାମରେ ଗତ ୯ ତାରିଖ ଦିନ କଂଗ୍ରେସ ନେତା ଗଜେନ୍ଦ୍ର ନାୟକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ତେବେ ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସମେତ କାଶୀପୁର ପୋଲିସ ୩ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । ଏହାସହ ସେମାନଙ୍କ ନିକଟରୁ ହତ୍ୟାରେ ବ୍ୟବହୃତ ଟାଙ୍ଗିଆ ଜବତ କରିଛି ପୋଲିସ ।

ପ୍ରକାଶ ଥାଉ କି, ଗତ ୯ ତାରିଖ ଦିନ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ କାସନାଦୋରା ଗାଁ ନିକଟରେ କଂଗ୍ରେସ ନେତା ଗଜେନ୍ଦ୍ର ନାୟକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ ଚାନ୍ଦଗିରି ଗ୍ରାମର ବାଘ ଗୌଡ ଏବଂ ତାଙ୍କ ଦୁଇ ପୁଅ । ଗଜେନ୍ଦ୍ର ନିଜ ସହ କିଛି ଶ୍ରମିକ ଏବଂ JCB ନେଇ କାସନାଦୋରା ଗାଁ ନିକଟରେ ଥିବା ଚାଷ ଜମିର ମରାମତି କରୁଥିବା ବେଳେ ଚନ୍ଦ୍ରଗିରି ପଞ୍ଚାୟତ ଚାନ୍ଦଗିରି ଗ୍ରାମର ବାଘ ଗୌଡ଼ ନାମକ ବ୍ୟକ୍ତି ଓ ତାଙ୍କ ଦୁଇ ପୁଅ ମିଳିତ ଭାବେ ଗଜେନ୍ଦ୍ରଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ । ପରେ ତାଙ୍କୁ ଗୁରୁତର ଅବସ୍ଥାରେ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଠିକା କାମ ସାଙ୍ଗକୁ ସରକାରୀ ଜମି ଜବରଦଖଲକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ କହିଛି । ହତ୍ୟା ପରେ ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...କାଶୀପୁର ପୂର୍ବତନ ଯୁବ କଂଗ୍ରେସ ସଭାପତିଙ୍କୁ କୁରାଢୀରେ ହାଣି ନିର୍ମମ ହତ୍ୟା

ତେବେ ହତ୍ୟାକାରୀ ଚିହ୍ନଟ ହେବାପରେ ବାଘ ଗୌଡ ଘର ଉପରେ ଗଜେନ୍ଦ୍ରଙ୍କ ସମର୍ଥକ ମାନେ ଆକ୍ରମଣ କରି ଚାନ୍ଦଗିରି ଗ୍ରାମରେ ଥିବା ୪ଟି ଘର ଭାଙ୍ଗିବା ସହିତ ଆସବାବପତ୍ର ଓ ଗୋଟିଏ ବାଇକ ପୋଡି ଦେଇଥିଲେ । ଫଳରେ ସେହି ଅଞ୍ଚଳରେ ଉତ୍ତେଜନା ଦେଖାଦେବାରୁ ପୋଲିସ ଘଟଣାସ୍ଥଳରେ ପହଥିଲା । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଚାନ୍ଦଗିରି ଗ୍ରାମରେ ୩ ପ୍ଲାଟୁନ ପୋଲିସ ମୁତୟନ କରାଯାଇଥିଲା । ଏହି ଘରପୋଡି ମାମଲାରେ ଏଯାଏଁ ପୋଲିସ କାହାରିକୁ ଗିରଫ କରିନଥିବା ବେଳେ ଘଟଣାସ୍ଥଳରୁ ପୋଲିସ ପ୍ରତ୍ୟାହାର କରାଯାଇଛି । ସେପଟେ ଗିରଫ ଅଭିଯୁକ୍ତଙ୍କୁ ଆଜି ଡାକ୍ତରୀ ପରୀକ୍ଷା ପରେ କୋର୍ଟ ଚାଲାଣ କରାଯାଇଛି । ବାଘ ଗୌଡ଼ ଏବଂ ତାଙ୍କ ଦୁଇ ପୁଅଙ୍କ ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ ରାୟଗଡା ଉପଖଣ୍ଡୀୟ ବିଚାରବିଭାଗ କାରାଗାରକୁ ପଠେଇ ଦିଆଯାଇଛି । ଯଦିଓ ପୋଲିସ ଗଜେନ୍ଦ୍ର ନାୟକ ହତ୍ୟା ମାମଲାରେ ବାଘ ଗୌଡ଼ ଏବଂ ତାଙ୍କ ଦୁଇ ପୁଅକୁ ଗିରଫ କରିଛି, ତେବେ ସେମାନଙ୍କୁ କେଉଁଠାରୁ ଗିରଫ କରାଗଲା, ସେନେଇ କୌଣସି ସୂଚନା ଦେଇନାହିଁ ।

ଇଟିଭି ଭାରତ, ରାୟଗଡ଼ା

For All Latest Updates

ABOUT THE AUTHOR

...view details