ଓଡିଶା

odisha

ETV Bharat / state

ରାୟଗଡାରେ କାର୍ଯ୍ୟକ୍ଷମ ହେବ ତୃତୀୟ ପ୍ଲାନେଟୋରିୟମ, ସୂଚନାଦେଲେ ମନ୍ତ୍ରୀ ଅଶୋକ ପଣ୍ଡା - ରାୟଗଡାରେ ପ୍ଲାନେଟୋରିୟମ

ରାୟଗଡାରେ ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ ଓଡିଶାର ତୃତୀୟ ସର୍ବବୃହତମ ପ୍ଲାନେଟୋରିୟମ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜ୍ଞାନ ଓ କାରିଗରୀ ତଥା ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ(Minister of Science and Technology) ଅଶୋକ ପଣ୍ଡା । ଅଧିକ ପଢନ୍ତୁ

ରାୟଗଡାରେ କାର୍ଯ୍ୟକ୍ଷମ ହେବ ତୃତୟ ପ୍ଲାନେଟୋରିୟମ
ରାୟଗଡାରେ କାର୍ଯ୍ୟକ୍ଷମ ହେବ ତୃତୟ ପ୍ଲାନେଟୋରିୟମ

By

Published : Oct 19, 2022, 7:20 PM IST

Updated : Oct 19, 2022, 7:36 PM IST

ରାୟଗଡା: ଖୁବ ଶୀଘ୍ର ରାୟଗଡାରେ କାର୍ଯ୍ୟକ୍ଷମ ହେବ ଓଡିଶାର ତୃତୀୟ ସର୍ବବୃହତମ ପ୍ଲାନେଟୋରିୟମ ଏବଂ ସାଇନ୍ସ ପାର୍କ । ଏନେଇ ଆଜି ରାଜ୍ୟ ବିଜ୍ଞାନ ଓ କାରିଗରୀ ତଥା ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଦିନିକିଆ ରାୟଗଡା ଗସ୍ତରେ ଆସି ସୂଚନା ଦେଇଛନ୍ତି ।

ରାୟଗଡାରେ କାର୍ଯ୍ୟକ୍ଷମ ହେବ ତୃତୟ ପ୍ଲାନେଟୋରିୟମ

ରାଜ୍ୟ ବିଜ୍ଞାନ ଓ କାରିଗରୀ ତଥା ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା ଆଜି ଦିନିକିଆ ରାୟଗଡ଼ା ଜିଲ୍ଲା ଗସ୍ତରେ ଆସି ଜିଲ୍ଲାର ବିଭିନ୍ନ ସମୀକ୍ଷା କରିବା ସହ ନିର୍ମାଣଧିନ ପ୍ଲାନେଟୋରିୟମର ସ୍ଥିତି ପରଖିଛନ୍ତି । ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ବିଭିନ୍ନ ପେନସନ ଯୋଜନା ସମୀକ୍ଷା କରାଯାଇଥିଲା । ସେହିଭଳି ରାଜ୍ୟର ତୃତୀୟ ସର୍ବବୃହତମ ପ୍ଲାନେଟୋରିୟମ ରାୟଗଡ଼ା ଠାରେ ନିର୍ମାଣ ଚାଲିଥିବା ବେଳେ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଉଦଘାଟନ ହେବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା । ସହରରେ ସରକାରୀ ଜାଗା ଅଭାବରୁ ପ୍ଲାନେଟୋରିୟମର ନିକଟରେ ସାଇନ୍ସ ପାର୍କ ମଧ୍ୟ ନିର୍ମାଣ କରାଯିବା ନେଇ ମଧ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଜୟ ଶାହାଙ୍କ ସ୍ପଷ୍ଟକ୍ତି ପରେ ACC ର ଏକ ବୈଠକ ପାଇଁ ଅନୁରୋଧ କଲା PCB

ଏନେଇ ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି ଯେ," ବର୍ତ୍ତମାନ ଓଡିଶାରେ ୨ଟି ପ୍ଲାନେଟୋରିୟମ ରହିଛି । ତେବେ ରାଜ୍ୟର ଦକ୍ଷିଣାଞ୍ଚଳରେ କୌଣସି ପ୍ଲାନେଟୋରିୟମ ନାହିଁ । ତେଣୁ ରାୟଗଡା ଠାରେ ଯେଉଁ ପ୍ଲାନେଟୋରିୟମ କାର୍ଯ୍ୟ ଚାଲିଛି ତାହା ଖୁବ ଶୀଘ୍ର କାର୍ଯ୍ୟକାରୀ ହେବ । ସହରରେ ସରକାରୀ ଜାଗା ଅଭାବରୁ ପ୍ଲାନେଟରିୟମର ନିକଟରେ ସାଇନ୍ସ ପାର୍କ ମଧ୍ୟ ନିର୍ମାଣ କରାଯିବ । ଖୁବ ଶୀଘ୍ର କାମ ଆରମ୍ଭ ହେବ । "

ଏହାସହ ଦିବ୍ୟାଙ୍ଗ ଓ ବାର୍ଦ୍ଧକ୍ୟ ଭତ୍ତା ହିତାଧିକାରୀ କିଭଳି ସୁବିଧାରେ ପାଇବେ ତାହାର ସମୀକ୍ଷା କରିଥିଲେ ମନ୍ତ୍ରୀ । ତେବେ ଦୁର୍ଗମ ଅଞ୍ଚଳରେ ବ୍ୟାଙ୍କ ସୁବିଧା ନଥିବାରୁ ଅନେକ ଲୋକ ଭତ୍ତା ଟଙ୍କା ଉଠାଇବା ସମୟରେ ସମସ୍ୟା ଭୋଗୁଥିବା ନେଇ ବୈଠକରେ ଉପସ୍ଥିତ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା, ବିଧାୟକ ମକରନ୍ଦ ମୁଦୁଲି, ରଘୁନାଥ ଗମାଙ୍ଗ ପ୍ରମୁଖ ଉତ୍ଥାପନ କରିଥିଲେ । ତେବେ ବ୍ୟାଙ୍କ ସାଥୀ ଜରିଆରେ ଏହି ସମସ୍ୟାର ସମାଧାନ କରାଯିବ ବୋଲି ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି । ଏହି ଅବସରରେ ମନ୍ତ୍ରୀ ଅଶୋକ ପଣ୍ଡା ନିର୍ମାଣଧିନ ପ୍ଲାନେଟୋରିୟମ ବୁଲି ଦେଖିବା ସହ ସାଇନ୍ସ ପାର୍କ ସ୍ଥାନ ମଧ୍ୟ ଅନୁଧ୍ୟାନ କରିଥିଲେ । ସାଙ୍ଗରେ ବିଭାଗୀୟ ସଚିବ ଭାସ୍କର ଜ୍ୟୋତି ଶର୍ମା ମଧ୍ୟ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ରାୟଗଡା

Last Updated : Oct 19, 2022, 7:36 PM IST

ABOUT THE AUTHOR

...view details