ଓଡିଶା

odisha

ETV Bharat / state

ଦୁର୍ଗମ ନୁହେଁ ସହରାଞ୍ଚଳ: ପାଣି ମୁନ୍ଦାଏ ପାଇଁ ଡହଳବିକଳ ଜୀବନ - water problem

ଘରେ ଘରେ ପାନୀୟ ଜଳ ବ୍ୟବସ୍ଥା ବାସ୍ତବରେ ପରିଣତ ହେବ ନାଁ ପ୍ରତିଶୃତିରେ ରହିଯିବ। ସ୍ବଚ୍ଛ ଏବଂ ପରିମଳ ପାନୀୟ ଜଳ ଆଜିବି ଏମାନଙ୍କ ପାଇଁ ସ୍ହପ୍ନ । ଯୋଜନା ଅନେକ ହେଲେ ରୂପାୟନ ଶୂନ। ଏହି ଦୃଶ୍ୟ ହେଉଛି ରାୟଗଡା ଜିଲ୍ଲା ସଦର ମହକୁମାର। ଏହା କେଉଁ ଦୁର୍ଗମ ଅଞ୍ଚଳ ନୁହେଁ ବରଂ ସହରାଞ୍ଚଳର ଚିତ୍ର । ଅଧିକ ଖବର ପଢନ୍ତୁ...

ଦୁର୍ଗମ ନୁହେଁ ସହରାଞ୍ଚଳ: ପାଣି ମୁନ୍ଦାଏ ପାଇଁ ଡହଳବିକଳ ଜୀବନ
ଦୁର୍ଗମ ନୁହେଁ ସହରାଞ୍ଚଳ: ପାଣି ମୁନ୍ଦାଏ ପାଇଁ ଡହଳବିକଳ ଜୀବନ

By

Published : Jul 19, 2020, 12:47 PM IST

ରାୟଗଡା: ଯୋଜନା ଅନେକ ହେଲେ ରୂପାୟନ ଶୂନ। ଯଦି ଆଷାଢ଼ ମାସରେ ପିଇବା ପାଣି ମୁନ୍ଦାଏ ପାଇଁ ଏଠି ଜୀବନ ଡହଳ ବିକଳ । ତେବେ ଗ୍ରୀଷ୍ମ ଋତୁ କଥା ଚିନ୍ତା ନ କରିବା ଭଲ। ଏହା ପୁଣି କେଉଁ ଦୁର୍ଗମ ଇଲାକାରେ ଦୃଶ୍ୟ ନୁହେଁ,ରାୟଗଡ ଜିଲ୍ଲା ସଦର ମହକୁମାର ପୌରାଞ୍ଚଳରେ ରହିଥିବା 11 ନମ୍ବର ୱାର୍ଡ ଅଣ୍ଟାରୀଗୁଡାର ଚିତ୍ର ।

ଏ ହେଉଛି ରାୟଗଡ ପୌରାଞ୍ଚଳରେ ରହିଥିବା 11 ନମ୍ବର ୱାର୍ଡର ଅଣ୍ଟାରୀଗୁଡା ଗାଁ । କେଉଁ ଆବହମାନ କାଳରୁ ଏଠାରେ ବସବାସ କରନ୍ତି ଆଦିବାସୀ ସମ୍ପ୍ରଦାୟର ୩୩ ପରିବାର । ଜନସ୍ୱାସ୍ଥ୍ୟ ବିଭାଗ ତରଫରୁ ଗାଁରେ 2ଟି ଷ୍ଟାଣ୍ଡ ପୋଷ୍ଟ ରହିଥିବା ବେଳେ ସବୁତକ ଅଚଳ ହୋଇପଡିଛି । ହେଲେ ଗାଁ ସ୍କୁଲ ମଧ୍ୟରେ ରହିଛି ଗୋଟିଏ ନଳକୂପ।

ସେପଟେ ସରକାରୀ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଗାଁର ୯ ଘରକୁ ୩ ମାସ ପୂର୍ବରୁ ନାମକୁ ମାତ୍ର ପାଇପ ସଂଯୋଗ ହୋଇଛି । କିନ୍ତୁ ବିଡମ୍ବନାର କଥା ଘର କଥା ଛାଡ ଷ୍ଟାଣ୍ଡ ପୋଷ୍ଟରେ ମଧ୍ୟ ପାଣି ଟୋପାଏ ଆସୁ ନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଏଠାରେ ପିଇବା ପାଣି ମୁନ୍ଦାଏ ପାଇଁ ରାତିଅଧରୁ ଲାଇନ ଲଗାଇବାକୁ ପଡିଥାଏ। ତଥାପି ଗୋଟିଏ ଷ୍ଟାଣ୍ଡ ପୋଷ୍ଟରୁ ୩୩ ପରିବାରର ସାଙ୍ଗକୁ ଗାଈଗୋରୁ ଏବଂ ପଶୁପକ୍ଷୀଙ୍କ ଆବଶ୍ୟକ କିଭଳି ମେଣ୍ଟିପାରୁଥିବା ତାହା ଏହି ଦୃଶ୍ୟରୁ ସ୍ପଷ୍ଟ ବାରି ହେଉଛି ।

ଦୁର୍ଗମ ନୁହେଁ ସହରାଞ୍ଚଳ: ପାଣି ମୁନ୍ଦାଏ ପାଇଁ ଡହଳବିକଳ ଜୀବନ

ଏଭଳି ସ୍ଥିତିରେ ନିଜର ଆବଶ୍ୟକତା ପୂରଣ କରିବାକୁ ହେଲେ ଏକ କିଲୋମିଟର ଦୂର ରିଙ୍ଗରୋଡ଼କୁ ଯାଇ ପିଇବା ପାଣି ମୁନ୍ଦାଏ ଆଣୁଥିବା ବେଳେ ବର୍ଷା ପାଣିରେ ବାସନ ଲୁଗା ସଫା କରୁଥିବା ପ୍ରକାଶ କରିଛନ୍ତି ଗ୍ରାମବାସୀ । ଏନେଇ ବାରମ୍ବାର ପ୍ରଶାସନକୁ ଗୁହାରି କଲେବି କେହି କର୍ଣ୍ଣପାତ କରୁ ନଥିବା ଅଭିଯୋଗ କରିଛନ୍ତି ଗ୍ରାମର ମହିଳା ମାନେ।

ତେବେ ଅତି ଶୀଘ୍ର ପିଇବା ପାଣି ସମସ୍ୟା ଦୂର କରିବାକୁ ଦାବି କରିଛନ୍ତି ଅଣ୍ଟାରୀଗୁଡା ବାସିନ୍ଦା। ତେବେ ଏନେଇ ଜନସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କ ସହ ଯୋଗାଯୋଗ କରିବାରୁ ଲୋପ୍ରେସର ସାଙ୍ଗକୁ ବିଭିନ୍ନ ଜାଗାରେ ପାଣି ଟ୍ୟାପ ଭାଙ୍ଗିଦେଉଥିବାରୁ ବୋରୱେଲରେ ପାଣି ପ୍ରେସର ପାଉନଥିବା ଯୋଗୁଁ ଅଟାଂରିଗୁଡାକୁ ପାଇପ ପାଣି ଯାଉନଥିବା ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସଫେଇ ଦିଆ ଯାଇଛି । ତେବେ ଆଗାମୀ ଦିନରେ ନୂତନ ପ୍ରକଳ୍ପ ନିର୍ମାଣ କରାଯାଇ ପାଣି ଯୋଗାଇ ଦେବାକୁ ଯୋଜନା ରହିଛି ବୋଲି କହିଛନ୍ତି ବିଭାଗୀୟ ଜନସ୍ୱାସ୍ଥ୍ୟ ଅଧିକାରୀ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details