ରାୟଗଡା: ମହାମାରୀ ସଂକ୍ରମଣ ମଧ୍ୟରେ ପ୍ରବାସୀ ଓଡ଼ିଆଙ୍କୁ ନେଇ ଷଷ୍ଠ ପର୍ଯ୍ୟାୟ ଶ୍ରମିକ ସ୍ପେଶାଲ ଟ୍ରେନ ରାୟଗଡରେ ପହଞ୍ଚିଛି । 1478 ଜଣ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ନେଇ ତାମିଲନାଡୁର ତିରୁବୁଲେରୁରୁ ରାଉରକେଲା ଯାଉଥିବା ଏହି ଟ୍ରେନରୁ ରାୟଗଡା ଜିଲ୍ଲାର 17, କୋରାପୁଟ ଜିଲ୍ଲାର 11, ଗଜପତି ଜିଲ୍ଲାର 41, କନ୍ଧମାଳ ଜିଲ୍ଲାର 23, ନବରଙ୍ଗପୁର ଜିଲ୍ଲାର 121 ଓ ମାଲକାନଗିରି ଜିଲ୍ଲାର 3 ଜଣ ପ୍ରବାସୀଙ୍କୁ ମିଶାଇ ମୋଟ 216 ଜଣ ପ୍ରବାସୀ ଓଡ଼ିଆ ଶ୍ରମିକ ଓହ୍ଲାଇଛନ୍ତି ।
ରାୟଗଡାରେ ପହଞ୍ଚିଲା ଷଷ୍ଠ ପର୍ଯ୍ୟାୟ ଶ୍ରମିକ ସ୍ପେଶାଲ ଟ୍ରେନ - special train arrives in Rayagada
1478 ଜଣ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ନେଇ ତାମିଲନାଡୁର ତିରୁବୁଲେରୁରୁ ରାଉରକେଲା ଯାଉଥିବା ଶ୍ରମିକ ସ୍ପେଶାଲ ଟ୍ରେନ ରାୟଗଡାରେ ପହଞ୍ଚିଛି । ଏହି ଟ୍ରେନରୁ ରାୟଗଡା ଜିଲ୍ଲାର 17 ଜଣଙ୍କ ସମେତ 216 ଜଣ ପ୍ରବାସୀ ଓଡ଼ିଆ ଶ୍ରମିକ ଓହ୍ଲାଇଛନ୍ତି । ଅଧିକ ପଢନ୍ତୁ...
![ରାୟଗଡାରେ ପହଞ୍ଚିଲା ଷଷ୍ଠ ପର୍ଯ୍ୟାୟ ଶ୍ରମିକ ସ୍ପେଶାଲ ଟ୍ରେନ ରାୟଗଡାରେ ପହଞ୍ଚିଲା ଷଷ୍ଟ ପର୍ଯ୍ୟାୟ ଶ୍ରମିକ ସ୍ପେଶାଲ ଟ୍ରେନ](https://etvbharatimages.akamaized.net/etvbharat/prod-images/768-512-7299353-146-7299353-1590124445460.jpg)
ରାୟଗଡାରେ ପହଞ୍ଚିଲା ଷଷ୍ଟ ପର୍ଯ୍ୟାୟ ଶ୍ରମିକ ସ୍ପେଶାଲ ଟ୍ରେନ
ରାୟଗଡାରେ ପହଞ୍ଚିଲା ଷଷ୍ଟ ପର୍ଯ୍ୟାୟ ଶ୍ରମିକ ସ୍ପେଶାଲ ଟ୍ରେନ
ରାୟଗଡା ଷ୍ଟେସନରେ ଓହ୍ଲାଇଥିବା ସମସ୍ତ ପ୍ରବାସୀ ଓଡିଆ ଶ୍ରମିକଙ୍କ ପ୍ରଥମେ ସ୍ବାସ୍ଥ୍ୟ ପରୀକ୍ଷା ଏବଂ ଥର୍ମାଲ ସ୍କାନିଂ କରିବା ପରେ ଅଲିଭା କାଳିରେ ଷ୍ଟାମ୍ପିଙ୍ଗ କରାଯାଇଛି । ଶ୍ରମିକ ମାନଙ୍କୁ ରାୟଗଡା ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଗାଡି ଯୋଗେ ନିଜ ନିଜ ଅଞ୍ଚଳକୁ ସୁରକ୍ଷା ମଧ୍ୟରେ ପଠାଇ ଦିଆଯାଇଛି ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ
Last Updated : May 22, 2020, 11:24 AM IST