ରାୟଗଡ଼ା: ନେତାଜୀ ସୁଭାଷ ବୋଷ ଜୟନ୍ତୀକୁ ପରାକ୍ରମ ଦିବସ ଭାବେ ପାଳନ କଲା ବିଜେପି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ ପରେ ମହାନ ସ୍ବାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ 125ତମ ଜନ୍ମ ଜୟନ୍ତୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀକୁ ପରାକ୍ରମ ଦିବସ ଭାବେ ପାଳନ କରିଛି ରାୟଗଡା ବିଜେପି । ରାଜ୍ୟ କର୍ଯ୍ୟକରିଣୀ ସଦସ୍ୟ Dr ରାମଚନ୍ଦ୍ର ବେହେରାଙ୍କ ନେତୃତ୍ବରେ ମୁନିଗୁଡାଠାରେ ପରାକ୍ରମ ଦିବସ ଅବସରରେ ଦୁଇ ମହାନ ଜନ ନାୟକଙ୍କ ସ୍ମୁତି ଚାରଣ କରିବା ସହ ଦୁହିଁଙ୍କ ଫୋଟଚିତ୍ରରେ ଦୀପ ପ୍ରଜ୍ବଳନ ପୂର୍ବକ ପୁଷ୍ପାଞ୍ଜଳି ଅର୍ପଣ କରାଯାଇଛି।
ନେତାଜୀ ଜୟନ୍ତୀକୁ ‘ପରାକ୍ରମ ଦିବସ’ ଭାବେ ପାଳନ କଲା ରାୟଗଡା ବିଜେପି - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ ପରେ ମହାନ ସ୍ବାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ 125ତମ ଜନ୍ମ ଜୟନ୍ତୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀକୁ ପରାକ୍ରମ ଦିବସ ଭାବେ ପାଳନ କରିଛି ରାୟଗଡା ବିଜେପି । ଅଧିକ ପଢନ୍ତୁ...
![ନେତାଜୀ ଜୟନ୍ତୀକୁ ‘ପରାକ୍ରମ ଦିବସ’ ଭାବେ ପାଳନ କଲା ରାୟଗଡା ବିଜେପି ନେତାଜୀ ଜୟନ୍ତିକୁ ପରାକ୍ରମ ଦିବସ ଭାବେ ପାଳନ କଲା ରାୟଗଡା ବିଜେପି](https://etvbharatimages.akamaized.net/etvbharat/prod-images/768-512-10358713-thumbnail-3x2-rayagada.jpg)
ନେତାଜୀ ଜୟନ୍ତିକୁ ପରାକ୍ରମ ଦିବସ ଭାବେ ପାଳନ କଲା ରାୟଗଡା ବିଜେପି
ନେତାଜୀ ଜୟନ୍ତିକୁ ପରାକ୍ରମ ଦିବସ ଭାବେ ପାଳନ କଲା ରାୟଗଡା ବିଜେପି
ସେହିପରି ଜିଲ୍ଲାର ବିଭିନ୍ନ ସ୍ଥାନରେ ନେତାଜୀ ଜୟନ୍ତୀ ଅବସରରେ ରକ୍ତଦାନ ଶିବିରମାନ ଆୟୋଜନ କରାଯାଇଥିବା ବେଳେ ବିଷମକଟକ ମେଡିକାଲ ଛକଠାରେ ନେତାଜୀଙ୍କ ପ୍ରତିମୂର୍ତ୍ତି ଉଦଘାଟିତ ହୋଇଛି।
ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ