ଓଡିଶା

odisha

ETV Bharat / state

ଅନାଥ ଶିଶୁଙ୍କୁ ଖାଦ୍ୟ ପ୍ରଦାନ କରିବା ସହ ସ୍ଥିତି ପରଖିଲା ଜିଲ୍ଲା ପ୍ରଶାସନ - ଜିଲ୍ଲା ପ୍ରଶାସନ

କୋରାେନା ମହାମାରୀ ଯୋଗୁଁ ଗୋଟିଏ ପରିବାରର ପିତା ମାତାଙ୍କୁ ହରାଇ ଅନାଥ ଶିଶୁଙ୍କୁ ରାୟଗଡା ଜିଲ୍ଲାପ୍ରଶାସନ ପକ୍ଷରୁ ପରିବାରକୁ ଖାଦ୍ୟ ସାମଗ୍ରୀ ପ୍ରଦାନ କରିବା ସହ ସହ ଶିଶୁ ମାନଙ୍କୁ ସରକାରଙ୍କ ତରଫରୁ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ ପାଇଁ ଆଲୋଚନା କରିଛନ୍ତି । ଅଧିକ ପଢନ୍ତୁ...

ଅନାଥ ଶିଶୁଙ୍କୁ ଖାଦ୍ୟ ପ୍ରଦାନ କରିବା ସହ ସ୍ଥିତି ପରଖିଲା ଜିଲ୍ଲା ପ୍ରଶାସନ
ଅନାଥ ଶିଶୁଙ୍କୁ ଖାଦ୍ୟ ପ୍ରଦାନ କରିବା ସହ ସ୍ଥିତି ପରଖିଲା ଜିଲ୍ଲା ପ୍ରଶାସନ

By

Published : Jun 20, 2021, 6:10 AM IST

ରାୟଗଡା:କୋରୋନା ଯୋଗୁଁ ଅନାଥ ହୋଇଯାଇଥିବା ୪ ଶିଶୁଙ୍କ ପାଖରେ ପହଞ୍ଚିଛି ଜିଲ୍ଲା ପ୍ରଶାସନ । କୋରୋନା ମହାମାରୀ ଯୋଗୁଁ ବହୁ ଶିଶୁ ଅନାଥ ହୋଇଯାଇଥିବା ଖବର ଆସୁଥିବା ବେଳେ ରାୟଗଡା ଜିଲ୍ଲାରେ ମଧ୍ୟ ଘଟିଛି ଏଭଳି ଘଟଣା । ରାୟଗଡା ଜିଲ୍ଲା ଗୁଡାରୀ ବ୍ଲକ ଅନ୍ତର୍ଗତ ମଧୁବନ ଗ୍ରାମପଞ୍ଚାୟତର ଦୁର୍ଗମ ଆଞ୍ଚଲ ଗୁଞ୍ଜିଗୁଡା ଓ ସାନହୁମା ଗ୍ରାମପଞ୍ଚାୟତର ଲଣ୍ଡା ସିଂ ଲକ୍ଷ୍ମୀପୁର ଗ୍ରାମରେ ଦୁଇଟି ପରିବାର କୋରୋନା ଆକ୍ରାନ୍ତ ହୋଇ ମୃତ୍ୟୁବରଣ ଯୋଗୁଁ ଅନାଥ ହୋଇଯାଇଛନ୍ତି ଛୋଟ ଛୋଟ ଶିଶୁ । ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରମେଶ ଚନ୍ଦ୍ର ନାୟକ, ଗୁଡାରୀ ବ୍ଲକ ଶିଶୁ ବିକାଶ ଅଧିକାରୀ ପୁଷ୍ପାଞ୍ଜଳି ପଟ୍ଟନାୟକଙ୍କ ସମେତ ଜିଲ୍ଲା ସଂଯୋଜକ ରତ୍ନେଶ୍ୱର ସାହୁ ସ୍ଥାନୀୟ ସୁପରଭାଇଜର ଓ ଅଙ୍ଗନବାଡି କର୍ମୀ ପ୍ରମୁଖ ମିଳିତ ଭାବେ ଅନାଥ ହୋଇଥିବା ଶିଶୁଙ୍କ ନିକଟରେ ପହଞ୍ଚି ସରକାରଙ୍କ ଘୋଷିତ ସହାୟତା ଯୋଗାଇ ଦେଇଥିଲେ ।

ଅନାଥ ଶିଶୁଙ୍କୁ ଖାଦ୍ୟ ପ୍ରଦାନ କରିବା ସହ ସ୍ଥିତି ପରଖିଲା ଜିଲ୍ଲା ପ୍ରଶାସନ

ଗୁଞ୍ଜିଗୁଡା ଗ୍ରାମର ୩ ଜଣ ଅନାଥ ବାଳକ ଓ ଲଣ୍ଡା ସିଂ ଲକ୍ଷ୍ମୀପୁର ଗ୍ରାମର ଅନାଥ ହୋଇଥିବା ଜଣେ ବାଳକ ପାଖରେ ପ୍ରାଥମିକ ପଦକ୍ଷେପସ୍ୱରୁପ ଅତ୍ୟାବଶ୍ୟକୀୟ ଖାଦ୍ୟ ସାମଗ୍ରୀ ଦେବା ସହ ଶିଶୁ ମାନଙ୍କୁ ସରକାରଙ୍କ ତରଫରୁ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ ପାଇଁ ତଥ୍ୟ ସଂଗ୍ରହ କରିଥିଲେ । ତେବେ ଶିଶୁ ମାନେ ଯେପରି ଉତ୍ତମ ଶିକ୍ଷାଲାଭ କରିପାରିବେ ସେନେଇ ବ୍ୟବସ୍ଥା କରାଯିବ ବୋଲି ପ୍ରଶାସନ ତରଫରୁ ଗ୍ରାମବାସୀ ମାନଙ୍କୁ ଅଧିକାରୀ ମାନେ ଆଶ୍ଵସନା ଦେଇଛନ୍ତି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ABOUT THE AUTHOR

...view details