ଓଡିଶା

odisha

ବିଭିନ୍ନ ଅଭିଯୋଗ ନେଇ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହେଲେ ଡଙ୍ଗରିଆ ଜନଜାତି

ଜିଲ୍ଲାରେ ଡଙ୍ଗରିଆ ଜନଜାତିଙ୍କୁ ନେଇ କୌଣସି ଉନ୍ନୟନ ମୂଳକ କାର୍ଯ୍ୟ ହୋଇପାରୁ ନଥିବା ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କଲେ ଡଙ୍ଗରିଆ ଜନଜାତି । ଅଧିକ ପଢନ୍ତୁ...

By

Published : Jul 25, 2021, 11:11 PM IST

Published : Jul 25, 2021, 11:11 PM IST

ବିଭିନ୍ନ ଅଭିଯୋଗ ନେଇ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହେଲେ ଡଙ୍ଗରିଆ ଜନଜାତି
ବିଭିନ୍ନ ଅଭିଯୋଗ ନେଇ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହେଲେ ଡଙ୍ଗରିଆ ଜନଜାତି

ରାୟଗଡା:ଦୀର୍ଘ ବର୍ଷ ହେବ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ପାର୍ସାଲି ପଞ୍ଚାୟତରେ ଓଡିଶା ସଶକ୍ତିକରଣ ଏବଂ ଜୀବିକା ବିକାଶ କାର୍ଯ୍ୟକ୍ରମ ବା ଓପିଲିପି କାର୍ଯ୍ୟ କରୁଛି । କିନ୍ତୁ ଡଙ୍ଗରିଆ ଜନଜାତିଙ୍କ ପାଇଁ କୌଣସି ବିକାଶ ହୋଇପାରୁନି । ସରକାରଙ୍କ ପକ୍ଷରୁ ଆସୁଥିବା ଅନୁଦାନକୁ ବାଟମାରଣା କରାଯାଉଥିବା ନେଇ ଅଭିଯୋଗ କରିଛନ୍ତି ପାର୍ସାଲି ପଞ୍ଚାୟତର ଡଙ୍ଗରିଆ ଜନଜାତି ସଂପ୍ରଦାୟ । ନିୟମଗିରି ପାହାଡ ଉପରେ ଏହି ବିରଳ ଜନଜାତି ବସବାସ କରୁଥିବାବେଳେ ସେମାନଙ୍କୁ ସ୍ଵାବଲମ୍ବୀ କରିବା ସହ ଅଞ୍ଚଳର ବିକାଶ ପାଇଁ ଓପିଲିପି କାର୍ଯ୍ୟକ୍ରମ ଆରମ୍ଭ ହେଲା । କିନ୍ତୁ ନିୟମଗିରି ପାହାଡରେ ବସବାସ କରୁଥିବା ଲୋକେ କୌଣସି ସରକାରୀ ସୁବିଧା ପାଇପାରୁ ନାହାନ୍ତି ବୋଲି ନିୟମଗିରି ସୁରକ୍ଷା ସମିତିର ନେତା ଲଦସିକକା ଅଭିଯୋଗ କରିଛନ୍ତି ।

ବିଭିନ୍ନ ଅଭିଯୋଗ ନେଇ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହେଲେ ଡଙ୍ଗରିଆ ଜନଜାତି

ଏନେଇ ଆଜି ପାର୍ସାଲି ଗ୍ରାମର ଏକାଧିକ ଲୋକେ ଜିଲ୍ଲାପାଳଙ୍କୁ ସମସ୍ୟାର ସମାଧାନ କରିବା ପାଇଁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଜନଜାତିଙ୍କ ଉନ୍ନତି ପାଇଁ ସରକାର ଅନେକ ଯୋଜନା ହାତକୁ ନେଇଥିବା ବେଳେ ପାର୍ସାଲି ପଞ୍ଚାୟତରେ କେବଳ ଅନୁସୂଚିତ ଜାତି ବର୍ଗର ଲୋକେ ସୁବିଧା ପାଉଛନ୍ତି । ପାହାଡରେ ରହୁଥିବା ଜନଜାତି ଡଙ୍ଗରିଆଙ୍କୁ ଚିରଅବହେଳା କରାଯାଉଛି ବୋଲି ଅଭିଯୋଗ ହୋଇଛି । ସେହିପରି ପାର୍ସାଲି ଅଞ୍ଚଳରେ ନେଟୱାର୍କର ସମସ୍ୟା ରହିଥିବାବେଳେ ଲୋକେ ସ୍ବାସ୍ଥ୍ୟସେବା ସମେତ ଅନ୍ୟାନ୍ୟ ସରକାରୀ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି । ନେଟୱାର୍କ ନଥିବା ଯୋଗୁଁ କୌଣସି ଅନଲାଇନ କାର୍ଯ୍ୟ ହେଉନଥିବାବେଳେ ଜନସେବାକେନ୍ଦ୍ରର ଅନୁମତି ଆଣି ସଂପୃକ୍ତ ବ୍ୟକ୍ତି କଲ୍ୟାଣସିଂହପୁର ସହରରେ କେନ୍ଦ୍ର ଖୋଲିଛନ୍ତି । ଯାହା ଫଳରେ ସାମାନ୍ୟ କାମପାଇଁ ଲୋକମାନଙ୍କୁ କଲ୍ୟାଣସିଂହପୁର ଯାଇ ଖର୍ଚ୍ଚାନ୍ତ ହେବାକୁ ପଡୁଛି ବୋଲି ଅଭିଯୋଗ ହୋଇଛି ।

ସେହିପରି ଅନେକ ସରକାରୀ ବସ ରାୟଗଡାରୁ ରାଜଧାନୀ ଭୁବନେଶ୍ଵର ଓ କଟକ ଚଳପ୍ରଚଳ କରୁଥିବାବେଳେ କଲ୍ୟାଣସିଂହପୁର ବ୍ଲକରୁ ରାଜଧାନୀକୁ ଯିବା ଆସିବା କରିବା ପାଇଁ କୌଣସି ସୁବିଧା ନାହିଁ । ଏହି ଅଞ୍ଚଳର ଅନେକ ଛାତ୍ରଛାତ୍ରୀ ଭୁବନେଶ୍ଵରରେ ପାଠ ପଢୁଥିବାବେଳେ ସେମାନଙ୍କୁ ଯିବା ଆସିବା କରିବାରେ ଅନେକ ସମସ୍ୟା ଦେଖାଦେଉଛି ବୋଲି ଲୋକେ ଅଭିଯୋଗ କରିଛନ୍ତି । ତେବେ ଏସବୁ ସମସ୍ୟାଉପରେ ଜିଲ୍ଲା ପ୍ରଶାସନ ଗୁରୁତ୍ଵର ସହ ବିଚାର କରିବା ସହ ଲୋକଙ୍କୁ ସହାୟତାର ହାତ ବଢାଇବା ପାଇଁ ଜନଜାତି ସଂପ୍ରଦାୟର ଲୋକେ ନିବେଦନ କରିଛନ୍ତି । ସେହିପରି ଓପିଲିପି ମାଧ୍ୟମରେ ପାର୍ସାଲି ଗ୍ରାମପଞ୍ଚାୟତ ଉନ୍ନତି କରଣ ନକଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବା ନେଇ ପ୍ରଶାସନକୁ ଚେତାବନୀ ଦେଇଛନ୍ତି ।

ରାୟଗଡାରୁ ରଞ୍ଜନ କୁମାର ରଥ , ଇଟିଭି ଭାରତ

ABOUT THE AUTHOR

...view details