ଓଡିଶା

odisha

ETV Bharat / state

ସୁସ୍ଥ ରହିବେ ସିଆରପିଏଫ ଯବାନ, ରାୟଗଡାରେ ଆରମ୍ଭ ଫିଟ୍ ଇଣ୍ଡିଆ ଗଣଦୌଡ - CRPF 4th Battalion

ସିଆରପିଏଫ୍ 4 ବାଟାଲିୟନ୍ ପକ୍ଷରୁ ଫିଟ୍ ଇଣ୍ଡିଆ ଗଣଦୌଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ସିଆରପିଏଫ୍ ଯବାନଙ୍କ ସମେତ ସାଧାରଣ ଜନତା ଓ ଗଣମାଧ୍ୟମ ପ୍ରତିନିଧିମାନେ ସାମିଲ ହୋଇଛନ୍ତି ।

ସିଆରପିଏଫ ପକ୍ଷରୁ ଫିଟ୍ ଇଣ୍ଡିଆ ଗଣଦୌଡ
ସିଆରପିଏଫ ପକ୍ଷରୁ ଫିଟ୍ ଇଣ୍ଡିଆ ଗଣଦୌଡ

By

Published : Sep 30, 2020, 6:00 PM IST

ରାୟଗଡା: ରାୟଗଡାରେ ବୁଧବାର ସିଆରପିଏଫ୍ 4ର୍ଥ ବାଟାଲିୟନ୍ ପକ୍ଷରୁ ଫିଟ୍ ଇଣ୍ଡିଆ ଗଣଦୌଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କମାଣ୍ଡାଣ୍ଟ୍ ଓ୍ବାଇ.କେ ରାଜପୁତ ଏହାକୁ ଉଦଘାଟନ କରିଛନ୍ତି । ଯେକୌଣସି ସମୟରେ ଓ ସ୍ଥାନରେ ଶାରୀରିକ ଯୋଗ୍ୟତାକୁ ଏକ ଦୈନିକ ଦିନଚର୍ଯ୍ୟା ରୂପେ ପୋତ୍ସାହନ କରନ୍ତୁ ଓ ଆମେ ସୁସ୍ଥ ହେଲେ ରାୟଗଡା ସୁସ୍ଥ ହେବ ବୋଲି ସଚେତନତା ବାର୍ତ୍ତା ଦେଇଛନ୍ତି କମାଣ୍ଡାଣ୍ଟ ରାଜପୁତ ।

ପୁରୁଣା ପୋଲିସ ରିଜର୍ଭ ପଡିଆରୁ ଆରମ୍ଭ ହୋଇଥିବା ଗଣଦୌଡ ବାରଝୋଲା ପର୍ଯ୍ୟନ୍ତ ଯାଇ ପୁଣି ରିଜର୍ଭ ପଡିଆକୁ ଫେରିଥିଲା । ଗଣଦୌଡରେ ସିଆରପିଏଫ୍ ଯବାନଙ୍କ ସମେତ ସାଧାରଣ ଜନତା ଓ ଗଣମାଧ୍ୟମ ପ୍ରତିନିଧିମାନେ ସାମିଲ ହୋଇଥିଲେ । ସେକେଣ୍ଡ ଇନ୍ କମାଣ୍ଡଣ୍ଟ୍ ଏସ.କେ ଠାକୁର, ମିତୁ ରାୟ, ଡେପୁଡି କମାଣ୍ଡଣ୍ଟ ସନ୍ତୋଷ କୁମାରଙ୍କ ସହ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।

ସିଆରପିଏଫ ପକ୍ଷରୁ ଫିଟ୍ ଇଣ୍ଡିଆ ଗଣଦୌଡ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ 29 ତାରିଖରେ ଜାତୀୟ ସ୍ତରରେ ଫିଟ୍ ଇଣ୍ଡିଆ ମୁଭମେଣ୍ଟର ଶୁଭାରମ୍ଭ କରିଥିଲେ । କେନ୍ଦ୍ର ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶରେ ସେପ୍ଟେମ୍ବର 2 ତାରିଖରୁ ଅକ୍ଟୋବର 2 ତାରିଖ ଯାଏଁ ଫିଟ୍ ଇଣ୍ଡିଆ- ଫ୍ରିଡମ୍ ଇଣ୍ଡିଆ କାର୍ଯ୍ୟକ୍ରମ ଚାଲିବ । ସିଆରପିଏଫ୍ ଯବାନ ଦୈନିକ 5-10 କି.ମି ଦୌଡୁଥିବା ବେଳେ ଦିଆଯାଇଥିବା ଲକ୍ଷ୍ୟ ଅତିକ୍ରମ କରି ପାଖାପାଖି 17 ହଜାର କି.ମି ଗତ ଏକ ମାସ ମଧ୍ୟରେ ଦୌଡିଛନ୍ତି ।

ରାୟଗଡାରୁ ରଂଜନ କୁମାର ରଥ, ଇଟିଭି ଭାରତ

ABOUT THE AUTHOR

...view details