ଓଡିଶା

odisha

ETV Bharat / state

ଲୁପ୍ତ ପରମ୍ପରାକୁ ଜାଗ୍ରତ କରିଛି ଦଣ୍ଡଯାତ୍ରା

ଦଣ୍ଡନାଚ ପାଇଁ ରାୟଗଡା ଜିଲ୍ଲା ଚଳଚଞ୍ଚଳ ହୋଇଉଠିଛି। ପ୍ରବଳ ଖରାକୁ ଖାତିର୍ ନ କରି ମା କାଳୀଙ୍କ ଉପାସନାରେ ଲାଗି ପଡଛନ୍ତି ମାନସିକଧାରୀ। ଏହା ଗଞ୍ଜାମ ଜିଲ୍ଲାରେ ଗଣପର୍ବ ରୂପେ ପରିଚିତ ହୋଇଥିଲେ ମଧ୍ୟ ଏହା ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲାରେ ମଧ୍ୟ କାୟା ବିସ୍ତାର କରିବାରେ ବ୍ୟସ୍ତ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

By

Published : Apr 14, 2019, 3:00 PM IST

ରାୟଗଡା: ଚୈତ୍ର ମାସ ହେଲେ ସାରା ଓଡିଶା ଚଳଚଞ୍ଚଳ, ମୁଖ୍ୟତଃ ଦକ୍ଷିଣ ଓଡିଶା । କାରଣ ଚୈତ୍ର ମାସରେ ଗାଁ ଗାଁରେ ଦେଖିବାକୁ ମିଳେ ଅନନ୍ୟ ଲୋକ ପରମ୍ପରା ଦଣ୍ଡନାଚ। ପ୍ରବଳ ଖରାକୁ ଖାତିର୍ ନ କରି ମା କାଳୀଙ୍କ ଉପାସନାରେ ଲାଗି ପଡନ୍ତି ମାନସିକଧାରୀ। ଧୂଳି ଦଣ୍ଡ, ପାଣି ଦଣ୍ଡ ଓ ଅଗ୍ନିଦଣ୍ଡ କରି ମା କାଳୀଙ୍କ ପ୍ରସନ୍ନ କରନ୍ତି ଦଣ୍ଡୁଆ । ବିଶ୍ବାସ ରହିଛି, ଦଣ୍ଡ ସହିଲେ ମା କାଳୀ ପ୍ରସନ୍ନ ହୁଅନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ଏବେ ରାୟଗଡାରେ ଚାଲିଛି ଦଣ୍ଡନାଚ। ପ୍ରଚଣ୍ଡ ଖରାକୁ ଖାତିର୍ ନ କରି ମା କାଳୀଙ୍କ ସାଧନାରେ ବ୍ୟସ୍ତ ଦଣ୍ଡୁଆ। ପ୍ରଥମେ ଧୂଳି ଦଣ୍ଡ, ଦିନରେ ପାଣି ଦଣ୍ଡ, ରାତିରେ ଅଗ୍ନିଦଣ୍ଡ କରି ମାକାଳୀଙ୍କ ଉପାସନା କରୁଛନ୍ତି ଦଣ୍ଡୁଆ।ତେବେ ଦଣ୍ଡ ସାଧାରଣତଃ 16 ପ୍ରକାରର ହୋଇଥିବା ବେଳେ 3 ପ୍ରକାର ଦଣ୍ଡ ସର୍ବଜନ ବିଦିତ । ସେଗୁଡ଼ିକ ଦେଲା ଧୂଳିଦଣ୍ଡ , ଅଗ୍ନିଦଣ୍ଡ ଏବଂ ପାଣିଦଣ୍ଡ ।

ପୁରାଣ କହେ, ୧୩ ରୁଷିପୁତ୍ର ଅଭିଶାପ ଦଣ୍ଡ ମୁକ୍ତ ପାଇଁ କାଳୀଙ୍କ କଠୋର ଆରାଧନା କରିଥିଲେ । ସେତେବେଳେ ତାଙ୍କୁ ପରୀକ୍ଷା ପାଇଁ ଏଭଳି ଦଣ୍ଡ ଦିଆଯାଇଥିଲା । ତେବେ ଏହି ଦଣ୍ଡଯାତ୍ରା ପାଇଁ ମାନସିକ କରିଥିବା ଦଣ୍ଡୁଆ ମାନେ ୧୩ ଦିନିଆ , ୧୮ ଦିନିଆ ଏବଂ ୨୧ ଦିନିଆ ଯାତ୍ରାରେ ବାହାରି ଥାନ୍ତି । ଶେଷରେ ଆଜି ଅର୍ଥାତ ବିଷୁବ ସଂକ୍ରାନ୍ତିରେ ଉଯାପିତ ହୋଇଥାଏ ଦଣ୍ଡୁଆଙ୍କ ଦଣ୍ଡଯାତ୍ରା ।

ଦଣ୍ଡ ଯାତ୍ରା ଏଭଳି ଏକ ପରମ୍ପରା ଏଠି ଭକ୍ତି ଓ ନିଷ୍ଠାର ମିଶ୍ରଣ ଦେଖିବାକୁ ମିଳେ। ବିନା ନିଷ୍ଠାରେ ମାଙ୍କ ଆଶିଷ ପାଇବା କଷ୍ଟସାଧ୍ୟ ହୋଇପଡେ। ଯଦିଓ ଏହା ଗଞ୍ଜାମ ଜିଲ୍ଲାରେ ଗଣପର୍ବ ରୂପେ ପରିଚିତ ଧିରେ ଧିରେ ଏହା ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲାରେ ମଧ୍ୟ କାୟା ବିସ୍ତାର କରିବାରେ ଲାଗିଲାଣି । ରାତି ପାହିଲେ ଜିଲ୍ଲାର କେଉଁଠି ନା କେଉଁଠି ପାଟଦଣ୍ଡୁଆ ମୁଣ୍ଡରେ ଦଣ୍ଡକାଳିଙ୍କୁ ନେଇ ଢ଼େଲ, ମହୁରି ଶଙ୍ଖ ,ଘଣ୍ଟ , କାହାଳି ବଜାଇ ନଗର ପରିକ୍ରମା କରୁଥିବା ଦୃଶ୍ୟ ଦେଖିବାକୁ ମିଳୁଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details