ଓଡିଶା

odisha

ETV Bharat / state

ଜିଲ୍ଲାରେ ଗଠନ ହେବ କୃଷି ଉତ୍ପାଦକ ସଙ୍ଘ

ରାୟଗଡା ଜିଲ୍ଲାରେ କୃଷି ଓ ଉଦ୍ୟାନ କୃଷିଜାତ ଦ୍ରବ୍ୟର ସାମ୍ଭାବ୍ୟ ଉତ୍ପାଦନକୁ ଦୃଷ୍ଟିରେ ରଖି କୃଷକ ଉତ୍ପାଦକ ସଙ୍ଘ ଗଠନ କରାଯିବା ନିମନ୍ତେ ଆଜି ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମନିଟରିଂ କମିଟି ବୈଠକ ବସିଛି ।

ଜିଲ୍ଲା ମିନିଟରିଂ କମିଟି ବୈଠକ
ଜିଲ୍ଲା ମିନିଟରିଂ କମିଟି ବୈଠକ

By

Published : Jan 14, 2021, 8:07 PM IST

ରାୟଗଡା: କୃଷି ଓ ଉଦ୍ୟାନ କୃଷିଜାତ ଦ୍ରବ୍ୟର ସାମ୍ଭାବ୍ୟ ଉତ୍ପାଦନକୁ ଦୃଷ୍ଟିରେ ରଖି ଗଠନ ହେବ କୃଷକ ଉତ୍ପାଦକ ସଙ୍ଘ । ଏଥି ନିମନ୍ତେ ଆଜି ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତରେ ଜିଲ୍ଲା ମନିଟରିଂ କମିଟି ବୈଠକ ବସିଛି ।

ଜିଲ୍ଲା ମିନିଟରିଂ କମିଟି ବୈଠକ

ଏହି ବୈଠକରେ ମୁଖ୍ୟତଃ ଜିଲ୍ଲାରେ ବିଭିନ୍ନ ଅଞ୍ଚଳରେ ଯେଉଁ କୃଷିଜାତ ଦ୍ରବ୍ୟ ବିଶେଷ ଭାବେ ଉତ୍ପାଦନ ହେଉଛି ସେହି ଅଞ୍ଚଳର ଚାଷୀଙ୍କୁ ନେଇ କୃଷି ଉତ୍ପାଦକ ସଙ୍ଘ ଗଠନ କରିଯିବା ପାଇଁ ନିଷ୍ପତ୍ତି ହୋଇଛି l ଜିଲ୍ଲାର ବିଭିନ୍ନ ବ୍ଲକରେ ଭିନ୍ନଭିନ୍ନ ପ୍ରକାର ଫଳ ପରିବା ଚାଷ କରଯାଉଛି ।

ବିଶେଷ କରି କାଶୀପୁର ବ୍ଲକରେ ଆମ୍ବ, ବିଷମ କଟକରେ ସପୁରୀ, ଗୁଣପୁର, ରାମନାଗୁଡ଼ା, ପଦ୍ମପୁର ବ୍ଲକରେ କାଜୁ, ଗୁଡାରି ମୁନିଗୁଡା ଚନ୍ଦ୍ରପୁରରେ ଜୈବିକ ପରିବା ଚାଷ କରାଯାଉଥିବାରୁ ସେହିପରି ଚାଷୀମାନଙ୍କୁ ସ୍ଵାବଲମ୍ବୀ କରିବା ସହ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟକୁ ବଜାରରେ ବିକ୍ରି କରିବା ପାଇଁ କୃଷି ଉତ୍ପାଦକ ସଙ୍ଘ ସହାୟକ ହେବ ବୋଲି ଆଶା କରାଯାଇଛି ।

ଜିଲ୍ଲାର 11ଗୋଟି ବ୍ଲକରେ ସାମ୍ଭlବ୍ୟ ଉତ୍ପାଦନକୁ ଦେଖି ସେହିପରି ବ୍ଲକର ପ୍ରାୟ 3ଶହରୁ 5ଶହଚାଷୀଙ୍କୁ ଚିହ୍ନଟ କରାଯାଇ କୃଷି ଉତ୍ପାଦକ ସଙ୍ଘ ଗଠନ କରାଯିବା ପାଇଁ ସ୍ଥିର କରାଯାଇଛି । ଜିଲ୍ଲା କୃଷି ବିଭାଗ ଓ ଉଦ୍ୟାନ ବିଭାଗ ପ୍ରତ୍ୟକ୍ଷ ତତ୍ବାବଧାନରେ ଏହି ସଙ୍ଘ ପରିଚାଳିତ ହେବ ଏବଂ ଏଥିନିମନ୍ତେ ଉପନିର୍ଦ୍ଦେଶକ ନାବାର୍ଡ ସହଯୋଗ କରିବେ ।

ଏଥି ନିମନ୍ତେ ଆବଶ୍ୟକ ଜ୍ଞାନକୌଶଳ କୃଷି ବିଜ୍ଞାନ କେନ୍ଦ୍ର ଗୁଣପୁର ଯୋଗାଇବ । କୃଷିଜାତ ଦ୍ରବ୍ୟର ଉତ୍ପାଦନକୁ ନେଇ ସେହିପରି ଅଞ୍ଚଳରେ କ୍ଲଷ୍ଟର ବେସ ବିଜିନେସ ଅର୍ଗାନାଇଜେସନ ଗଠନ କରାଯିବ ଉତ୍ପାଦନ ଭିତ୍ତିକ କୃଷି ସଙ୍ଘ ଗଠନ ନିମନ୍ତେ ଚାଷୀଙ୍କୁ ଚିହ୍ନଟ ପାଇଁ ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ଓ ଜିଲ୍ଲା ମୁଖ୍ୟକୃଷି ଅଧିକାରୀଙ୍କୁ ଜିଲ୍ଲାପାଳ ଦାୟିତ୍ବ ଦେଇଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details