ଓଡିଶା

odisha

ETV Bharat / state

ଝିଅଙ୍କ ବିବାହ ବୟସ ହେବ 21 ! ରାୟଗଡାରେ ପଡିବ କି ଏହାର ପ୍ରଭାବ ?

ଏବେ 18 ନୁହେଁ 21 ବର୍ଷ ହେବ ନାବାଳିକାଙ୍କ ବୟସସୀମା ! ଏହି ନିୟମ ଲାଗୁ କରିବାକୁ ଚିନ୍ତା କରୁଛନ୍ତି କେନ୍ଦ୍ର ସରକାର । ବିବାହ କରିବା ପାଇଁ ଏବେ ନାବାଳିକାକୁ 18 ବଦଳରେ 21 ବର୍ଷ ହୋଇଥିବା ଆବଶ୍ୟକ । କିନ୍ତୁ ଆଦିବାସୀ ଅଧ୍ୟୁଷିତ ରାୟଗଡା ଜିଲ୍ଲାରେ, ଯେଉଁଠି ଏବେ ବି ଚାଲିଛି ବାଲ୍ୟ ବିବାହର ପରମ୍ପରା ସେଠାରେ ଏହାର ପ୍ରଭାବ କେତେ ପଡ଼ିବ । ଅଧିକ ପଢ଼ନ୍ତୁ...

ଝିଅଙ୍କ ବିବାହ ବୟସ ହେବ 21 ! ରାୟଗଡାରେ ପଡିବ କି ଏହାର ପ୍ରଭାବ ?
ଝିଅଙ୍କ ବିବାହ ବୟସ ହେବ 21 ! ରାୟଗଡାରେ ପଡିବ କି ଏହାର ପ୍ରଭାବ ?

By

Published : Sep 15, 2020, 9:52 PM IST

Updated : Sep 15, 2020, 10:28 PM IST

ରାୟଗଡ଼ା: ଯୁବତୀଙ୍କ ବିବାହ ବୟସସୀମା 18 ରୁ 21 ବର୍ଷକୁ ବୃଦ୍ଧି କରିବା ପାଇଁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର । କିଛି ଦିନ ପୂର୍ବରୁ କେନ୍ଦ୍ର ସରକାର ଆଇନଗତ ପ୍ରକ୍ରିୟା ପାଇଁ ସଜବାଜ ଆରମ୍ଭ କରିଥିବା ବେଳେ ଏହର ପ୍ରଭାବ ଆଦିବାସୀ ଅଧ୍ୟୁଷିତ ରାୟଗଡା ଜିଲ୍ଲାରେ କଣ ରହିଛି, ସେଠାକାର ଲୋକେ ଏନେଇ କଣ ଚିନ୍ତା କରୁଛନ୍ତି ତାହା ଜାଣିବାକୁ ରାୟଗଡ଼ା ଜିଲ୍ଲାର କିଛି ଗ୍ରାମାଞ୍ଚଳରେ ପହଁଞ୍ଚିଥିଲା ‘ଇଟିଭି ଭାରତ’ ।

ଝିଅଙ୍କ ବିବାହ ବୟସ ହେବ 21 ! ରାୟଗଡାରେ ପଡିବ କି ଏହାର ପ୍ରଭାବ ?

ପୂର୍ବଘାଟ ପର୍ବତ ମାଳ କଡେ କଡେ ଅବସ୍ଥିତ ରାୟଗଡା ଜିଲ୍ଲା । ଏହାର ଜନସଂଖ୍ୟା 2011 ଜନଗଣନା ଅନୁଯାୟୀ 9 ଲକ୍ଷ 67 ହଜାର 11 ରହିଛି । ଗ୍ରାମାଞ୍ଚଳରେ 8 ଲକ୍ଷ 20 ହଜାର 945 ଲୋକ ରହିଥିବା ବେଳେ ସହରାଞ୍ଚଳରେ ଏକ ଲକ୍ଷ 69 ହଜାର 66 ଜଣ ବସବାସ କରୁଛନ୍ତି । ତେବେ ସବୁଠାରୁ ବଡ କଥା ଏହି ଜିଲ୍ଲାର ଶିକ୍ଷା ହାର ମାତ୍ର 49.8 ରେ ସୀମିତ । ଶିକ୍ଷାର ପ୍ରଭାବ ଜିଲ୍ଲାରେ ସେମିତି ଆଖିଦୃଶିଆ ହୋଇ ନଥିବାରୁ ଆଦିବସୀ ଅଞ୍ଚଳରେ ଅନ୍ଧବିଶ୍ବାସ, କୁପ୍ରଥା ଭରି ରହିଛି । ଜିଲ୍ଲାର ଡ଼ଙ୍ଗରିଆ, କୂଟିଆ, କୁଇ କାନ୍ଧ ସମ୍ପ୍ରଦାୟରେ କନିଆ ଝିକା ପରମ୍ପରା ରହିଥିବା ବେଳେ ଅନ୍ୟ ସମ୍ପ୍ରଦାୟରେ ଉଦୁଲିଆ ପ୍ରଥା ରହିଛି । ଯାହାକି ବୟସ ପୂର୍ବରୁ ବିବାହକୁ ପ୍ରୋତ୍ସାହିତ କରୁଛି । ଫଳରେ ଏହି ଜିଲ୍ଲାର ଆଦିବାସି ଅଞ୍ଚଳ ଗୁଡ଼ିକର ଝିଅମାନେ ଷୋହଳ ବର୍ଷରେ ହିଁ ଘର ସଂସାର କରିଥାନ୍ତି ।

ସରକାରୀ ରିପୋର୍ଟ ଅନୁଯାୟୀ ଜିଲ୍ଲାରେ 34.4 ପ୍ରତିଶତ ଝିଅ 18 ବର୍ଷରୁ କମ ଅର୍ଥାତ 14 ରୁ 17 ବର୍ଷ ମଧ୍ୟରେ ବିବାହ କରିଥାନ୍ତି । ଏପଟେ ଜିଲ୍ଲାର ଲିଙ୍ଗ ଅନୁପାତକୁ ଯଦି ଅନୁଧ୍ୟାନ କରାଯାଏ ତେବେ 1000 ପୁରୁଷଙ୍କ ମଧ୍ୟରେ 1051 ଜଣ ମହିଳା ଅଛନ୍ତି । ଏପରି କ୍ଷେତ୍ରରେ କେନ୍ଦ୍ର ସରକାର ଯୁବତୀଙ୍କ ବିବାହ ବୟସ 18 ରୁ 21କୁ ବୃଦ୍ଧି କରିବା ଯୋଜନା ରାୟଗଡା ଭଳି ଆଦିବାସି ଅଧ୍ୟୁଷିତ ଜିଲ୍ଲାରେ କେତେ ସଫଳ ହେବ ଏହା ସମୟ କହିବ । ଅନ୍ୟ ଜିଲ୍ଲା ଭଳି ଏଠି ମଧ୍ୟ ବାଲ୍ୟ ବିବାହ ରୋକିବା ପାଇଁ ଜିଲ୍ଲା ପ୍ରଶାସନର ସମାଜ ମଙ୍ଗଳ ବିଭାଗ ଠାରୁ ଆରମ୍ଭ କରି ବିଭିନ୍ନ ସ୍ଵଚ୍ଛାସେବୀ ଅନୁଷ୍ଠାନ ସହ ଆକ୍ସନ ଏଡ ଭଳି ଆଗଧାଡିଆ ଅନୁଷ୍ଠାନ କାମ କରୁଛନ୍ତି । ଏତେ ସବୁ ସତ୍ତ୍ବେ ଜିଲ୍ଲାର ବାଲ୍ୟ ବିବାହର ମାତ୍ରା ୩୪.୪ ପ୍ରତିଶତରେ ରହିଛି ଯାହାକି ବାଲ୍ୟ ବିବାହ କ୍ଷେତ୍ରରେ ରାଜ୍ୟରେ ପଞ୍ଚମ ସ୍ଥାନରେ ରହିଛି ରାୟଗଡ଼ା । ଯାହା ନିଶ୍ଚିତ ଏକ ଚିନ୍ତାର ବିଷୟ । ସେପଟେ ଅନ୍ୟ ଜିଲ୍ଲା ଭଳି ଏଠି ମଧ୍ୟ ବାଲ୍ୟବିବାହ ରୋକିବା ପାଇଁ ଜିଲ୍ଲା ପ୍ରଶାସନର ସମାଜ ମଙ୍ଗଳ ବିଭାଗ ଠାରୁ ଆରମ୍ଭ କରି ଆକ୍ସନ ଏଡ଼ ଭଳି ବିଭିନ୍ନ ସ୍ଵଚ୍ଛାସେବୀ ଅନୁଷ୍ଠାନ କାମ କରୁଛନ୍ତି । ଏହାସହ କେନ୍ଦ୍ର ସରକାରଙ୍କ ଯୁବତୀଙ୍କ ବିବାହ ବୟସ ବୃଦ୍ଧିକୁ ମଧ୍ୟ ସ୍ବାଗତ ଯୋଗ୍ୟ ପଦକ୍ଷେପ କହିଛନ୍ତି । ସେପଟେ ସଚତନତା ବୃଦ୍ଧି ଯୋଗୁଁ ଏବେ ଆଦିବାସୀ ଝିଅ ମାନେ ବି ବସୟ ଆଗରୁ ବିବାହକୁ ନାଁ କରିଛନ୍ତି । ତେବେ ଏପରି କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଯୋଜନା ରାୟଗଡା ଭଳି ଜିଲ୍ଲାରେ କେତେ ସଫଳ ହେବ ଏହା ସମୟ କହିବ ।

ସେପଟେ ଆମେ ଭେଟିଥିଲୁ ରାୟଗଡା ବ୍ଲକ ଗୁରୁରାଜଗୁଡାର ଜଣେ ମହିଳା ସରାଇ କଲକାଙ୍କୁ । ସେ ବଖାଣିଥିଲେ କିପରି ସେ କମ ବୟସରେ ବିବାହ କରିବାର ପରିଣତି ଆଜି ବି ଭୋଗୁଛନ୍ତି । ତାଙ୍କର 3ଟି ସନ୍ତାନ ସବୁଯାକ ଅପପୁଷ୍ଟିର ଶିକାର । ବହୁ କଷ୍ଟରେ ପିଲାଙ୍କୁ ବଞ୍ଚାଇବାରେ ସକ୍ଷମ ହୋଇଛନ୍ତି । ନିଜ ଅନୁଭୂତିକୁ ନେଇ ଅନ୍ୟ ମାନଙ୍କୁ ଏଭଳି ଭୁଲ ନ କରିବାକୁ ଆହ୍ଵାନ ଦେଇଛନ୍ତି ।

ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ

Last Updated : Sep 15, 2020, 10:28 PM IST

ABOUT THE AUTHOR

...view details