ଓଡିଶା

odisha

ETV Bharat / state

ବିନା ଭକ୍ତରେ ଚାଲିଛି ୩୮ ବର୍ଷର କାଳୀପୂଜା - Kali Puja in rayagada

ବିନାଭକ୍ତରେ ଚାଲିଛି ଫ୍ରେଣ୍ଡସ୍ ୟୁଥ୍ ଆସୋସିଏସନ ଆନୁକୂଲ୍ୟରେ ଆୟୋଜିତ ୩୮ତମ ଦକ୍ଷିଣ କାଳୀ ଦଶ ମହାବିଦ୍ୟା ପୂଜା । ପଢନ୍ତୁ ଅଧିକ....

ବିନାଭକ୍ତରେ ଚାଲିଛି ୩୮ ବର୍ଷର କାଳୀପୂଜା
ବିନାଭକ୍ତରେ ଚାଲିଛି ୩୮ ବର୍ଷର କାଳୀପୂଜା

By

Published : Nov 19, 2020, 10:31 PM IST

ରାୟଗଡା: ବିନାଭକ୍ତରେ ଚାଲିଛି ଫ୍ରେଣ୍ଡସ୍ ୟୁଥ୍ ଆସୋସିଏସନ ଆନୁକୂଲ୍ୟରେ ଆୟୋଜିତ ୩୮ତମ ଦକ୍ଷିଣ କାଳୀ ଦଶ ମହାବିଦ୍ୟା ପୂଜା । ସହରସ୍ଥିତ ବ୍ଲକ କଲୋନୀ ଠାରେ ଥିବା ମାଙ୍କ ସ୍ଥାୟୀ ମନ୍ଦିରରେ ରୀତିନୀତି ତଥା ବିଧିବଦ୍ଧ ଅନୁଯାୟୀ ପୂଜାକାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଇତିମଧ୍ୟରେ ୫ ଦିନ ବିତି ସାରିଲାଣି ।

ବିନାଭକ୍ତରେ ଚାଲିଛି ୩୮ ବର୍ଷର କାଳୀପୂଜା

ଗତ ଦିପାବଳୀ ଦିନ ବିଲ୍ବବରଣରୁ ମା କାଳୀଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା । ପ୍ରତିଦିନ ମାଙ୍କ ଠାରେ ନିଶିପୂଜା, ଷୋଡଶ ଉପଚାର ପୂଜା ଓ ହୋମ ଅନୁଷ୍ଠିତ ହେଉଛି । ପ୍ରଥମ ଦିନ ମା ଗୁରୁତାରା ପୂଜା, ଦ୍ବିତୀୟ ଦିନ ମା ତ୍ରିପୁରା ସୁନ୍ଦରୀ ପୂଜା, ତୃତୀୟ ଦିନ ମା ଭୁବନେଶ୍ୱରୀ ପୂଜା, ଚତୁର୍ଥ ଦିନ ମା ତ୍ରିପୁରା ଭୈରବୀ ପୂଜା, ପଞ୍ଚମ ଦିନ ଛିନ୍ନମସ୍ତା ପୂଜା, କାଲି ଷଷ୍ଠ ଦିନରେ ଦିନ ମା ଧୁମାବତୀ ପୂଜାଙ୍କ ପୁଜା ଅନୁଷ୍ଠିତ ହେବ ।

ସେହିଭଳି ଆସନ୍ତା ୨୧ ତାରିଖରେ ମା ବଗଳାମୁଖୀ ପୂଜା, ୨୨ ତାରିଖ ଦିନ ମା ମାତଙ୍ଗିନୀ ପୂଜା, ୨୩ ତାରିଖ ଦିନ ମା କମଳାତ୍ମିକା ପୂଜା, ୨୪ ତାରିଖ ଦିନ ବାଲ୍ୟ କୁମାରୀ ପୂଜା ଏବଂ ୨୫ ତାରିଖ ଦିନ ମାଙ୍କ ମୃଣ୍ମୟୀ ମୂର୍ତି ବିସର୍ଜନ ହେବାର କାର୍ଯ୍ୟକ୍ରମ ରହିଛି । ୧୨ ଦିନ ଧରି ହେବାକୁ ଥିବା କାଳୀ ପୂଜା ମହୋତ୍ସବ କରୋନା କଟକଣା ଯୋଗୁଁ କେବଳ ବିଧି ତୁଲେଇବାରେ ସମ୍ପର୍ଣ୍ଣ ହେଉଛି । ବିନା ଭକ୍ତରେ ମଣ୍ଡପରେ ଲୁଗାବେଢ଼ି ମାଙ୍କ ପୁଜାର୍ଚନା କରାଯାଇଛି । ଶାନ୍ତି ଶୃଙ୍ଖଳା ରକ୍ଷା କରିବା ନିମନ୍ତେ ରାୟଗଡା ପୋଲିସ ପକ୍ଷରୁ ଫୋର୍ସ ନିୟୋଜନ କରାଯାଉଛି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ABOUT THE AUTHOR

...view details