ଓଡିଶା

odisha

ETV Bharat / state

ଡିପି ମାନ୍ୟତା ଦାବି ନେଇଁ ପ୍ରଶାସନ ଓ ଗ୍ରାମବାସୀ ମୁହାଁମୁହିଁ, ବ୍ୟାପକ ପୋଲିସ ମୁତୟନ - କୁପାଖାଲ ଅଞ୍ଚଳରେ ଉତ୍ତେଜନା

ଡିପି (Displaced People) ମାନ୍ୟତା ଦାବି ନେଇଁ ପ୍ରଶାସନ ଓ ଗ୍ରାମବାସୀ ମୁହାଁମୁହିଁ । ସମ୍ପୂର୍ଣ୍ଣ ବାସଚ୍ୟୁତ ମାନ୍ୟତା ପ୍ରଦାନ ଦାବିରେ ଆଜକୁ ୪ ଦିନ ଧରି ରାସ୍ତା ଅବରୋଧ କରିଥିଲେ କୁପାଖାଲ ଗ୍ରାମବାସୀ । ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ କୁପାଖାଲ ଅଞ୍ଚଳରେ ଉତ୍ତେଜନା । ଅଧିକ ପଢ଼ନ୍ତୁ

ଡିପି ମାନ୍ୟତା ଦାବି ନେଇଁ ପ୍ରଶାସନ ଓ ଗ୍ରାମବାସୀ ମୁହାଁମୁହିଁ, ବ୍ୟାପକ ପୋଲିସ ମୁତୟନ
ଡିପି ମାନ୍ୟତା ଦାବି ନେଇଁ ପ୍ରଶାସନ ଓ ଗ୍ରାମବାସୀ ମୁହାଁମୁହିଁ, ବ୍ୟାପକ ପୋଲିସ ମୁତୟନ

By

Published : Nov 16, 2022, 9:11 PM IST

ରାୟଗଡ଼ା: ଡିପି (Displaced People) ମାନ୍ୟତା ଦାବି ନେଇଁ ପ୍ରଶାସନ ଓ ଗ୍ରାମବାସୀ ମୁହାଁମୁହିଁ । ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ କୁପାଖାଲ ଅଞ୍ଚଳରେ ଉତ୍ତେଜନା । ବ୍ୟାପକ ପୋଲିସ ମୁତୟନ । ସମ୍ପୂର୍ଣ୍ଣ ବାସଚ୍ୟୁତ ମାନ୍ୟତା ପ୍ରଦାନ ଦାବିରେ ଆଜକୁ ୪ ଦିନ ଧରି ରାସ୍ତା ଅବରୋଧ କରିଥିଲେ କୁପାଖାଲ ଗ୍ରାମବାସୀ । ତେବେ ଆଜି ସେମାନଙ୍କୁ ପୋଲିସ ଉଠାଇ ନେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଡିପି ମାନ୍ୟତା ଦାବି ନେଇଁ ପ୍ରଶାସନ ଓ ଗ୍ରାମବାସୀ ମୁହାଁମୁହିଁ, ବ୍ୟାପକ ପୋଲିସ ମୁତୟନ

ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ପ୍ରତିଷ୍ଠା ହୋଇଥିବା ଉତ୍କଳ ଆଲୁମିନା କାରଖାନାର ବାଫଲା ମାଳି ଖଣି ଅଞ୍ଚଳରେ ବସବାସ କରୁଥିବା ପାଇକ କୁପାଖାଲ ଗ୍ରାମାଞ୍ଚଳର ଲୋକେ ଡିପି ତଥା ସମ୍ପୂର୍ଣ୍ଣ ବାସଚ୍ୟୁତ ମାନ୍ୟତା ପ୍ରଦାନ ଦାବିରେ ଆଜକୁ ୪ ଦିନ ଧରି ରାସ୍ତା ଅବରୋଧ କରିଥିଲେ । ଏହି ଗ୍ରାମବାସୀ ଆଜକୁ ପ୍ରାୟ ଦୁଇ ଦଶନ୍ଧି ହେବ ସରକାର ଏବଂ ଜିଲ୍ଲା ପ୍ରଶାସନକୁ ଡିପି ମାନ୍ୟତା ପ୍ରଦାନ ଦାବି କରିଆସୁଛନ୍ତି । ଏହି ଅଞ୍ଚଳବାସୀ ପୂର୍ବରୁ ମଧ୍ୟ ଅନେକ ଥର ଡିପି ମାନ୍ୟତା ଦାବି କରି ଆନ୍ଦୋଳନ କରିଆସୁଛନ୍ତି । ବିଗତ କିଛି ମାସ ପୂର୍ବରୁ ରାୟଗଡା ଜିଲ୍ଲାପାଳ କାର୍ଯ୍ୟାଳୟରେ ଆର୍ପିଡିଏସି ବୈଠକରେ କୁପାଖାଲ ଅଞ୍ଚଳବାସୀଙ୍କୁ ମଧ୍ୟ ଡକାଯାଇଥିଲା । କିନ୍ତୁ ତାଙ୍କୁ ଡିପି ମାନ୍ୟତା ଅନ୍ତର୍ଭୁକ୍ତ କରାଯାଇନଥିଲା ।

ସମ୍ପୂର୍ଣ୍ଣ ବାସଚ୍ୟୁତ ଓ ଜମିହରା ସରକାରଙ୍କ ଡିପି ମାନ୍ୟତା ପାଇଥିବା ବେଳେ କୁପାଖାଲବାସୀଙ୍କୁ କେଉଁ କାରଣରୁ ଡିପି ମାନ୍ୟତା ଦିଆଯାଉନାହିଁ ବୋଲି କୁପଖାଲବାସୀ ପ୍ରଶ୍ନ କରିଛନ୍ତି । ଏନେଇ ଗତ ୪ ଦିନ ବାଫଲା ମାଳି ଖଣି ପରିବହନ ରାସ୍ତାକୁ ଅବରୋଧ କରିଥିଲେ । ଏବଂ ଯଥାଶୀଘ୍ର ଏହାର ପୁନଃ ବିଚାର କରି ସେମାନଙ୍କୁ ସମ୍ପୂର୍ଣ୍ଣ ବାସଚ୍ୟୁତ ମାନ୍ୟତା ପ୍ରଦାନ ଦାବିରେ ଧାରଣା ଦେଇଥିଲେ । ଏହା ଭିତରେ ଆଜି ମାଜିଷ୍ଟ୍ରେଟ ଡ୍ୟୁଟିରେ ଥିବା କାଶୀପୁର ଅତିରିକ୍ତ ତହସିଲଦାର ଉପସ୍ଥିତରେ ଆନ୍ଦୋଳନକାରୀ ପୁରୁଷ, ମହିଳା କାଶୀପୁର ପୋଲିସ ଷ୍ଟେସନକୁ ଅଣାଯାଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ସେପଟେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେବାରୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ତେବେ ଏନେଇ କମ୍ପାନୀ କର୍ତ୍ତୃପକ୍ଷ କିମ୍ବା ଜିଲ୍ଲା ପ୍ରଶାସନର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଇଟିଭି ଭାରତ, ରାୟଗଡ଼ା

ABOUT THE AUTHOR

...view details