ଓଡିଶା

odisha

ETV Bharat / state

ମନ୍ଦିର ପଛ ପଟୁ ଶିକ୍ଷକଙ୍କ ମୃତଦେହ ଠାବ, ଆତ୍ମହତ୍ୟା ସନ୍ଦେହ

ସ୍ଥାନୀୟ ଅମ୍ବାଦଳା ଥାନା ଅନ୍ତର୍ଗତ ଅମ୍ଳାଭଟା ଶିବ ମନ୍ଦିର ପଛ ପଟୁ ଠାବ ହୋଇଛି ଜଣେ ଶିକ୍ଷକଙ୍କ ମୃତଦେହ । ଶିକ୍ଷକ ଜଣକ ଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ କରିଛି ।

By

Published : Aug 17, 2019, 7:32 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ରାୟଗଡା: ସ୍ଥାନୀୟ ଅମ୍ବାଦଳା ଥାନା ଅନ୍ତର୍ଗତ ଅମ୍ଳାଭଟା ଶିବ ମନ୍ଦିର ପଛ ପଟୁ ଠାବ ହୋଇଛି ଜଣେ ଶିକ୍ଷକଙ୍କ ମୃତଦେହ । ମୃତକ ଶିକ୍ଷକଙ୍କ ନାମ ସୁଜିତ ପ୍ରଧାନ । ସେ ଦୋରାଗୁଡା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ସୂଚନା ଅନୁଯାୟୀ ଶନିବାର ମନ୍ଦିର ପଛ ପଟେ ତାଙ୍କ ମୃତଦେହ ଦେଖି ସ୍ଥାନୀୟ ଲୋକେ ପ୍ରଥମେ ପରିବାର ଲୋକଙ୍କୁ ଖବର କରିଥିଲେ । ପରେ ପରିବାର ଲୋକେ ପୋଲିସକୁ ସୂଚନା ଦେଇଥିଲେ । ତେବେ ମୃତଦେହ ନିକଟରେ କୀଟନାଶକ ବୋତଲ ପଡିଥିବାରୁ ସୁଜିତ ଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି ।

ହେଲେ ମୃତ୍ୟୁର ପ୍ରକୃତ କାରଣ ତଦନ୍ତ ପରେ ଜଣାପଡିବ ବୋଲି ସ୍ପଷ୍ଟ କରିଛି ପୋଲିସ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details