ଓଡିଶା

odisha

ETV Bharat / state

ରାୟଗଡାରେ ୫୨,୨୩୯ କ୍ବିଣ୍ଟାଲ ରବି ଧାନ ସଂଗ୍ରହ ପାଇଁ ରହିଛି ଟାର୍ଗେଟ

ରାୟଗଡା ଜିଲ୍ଲାରେ ରବି ଧାନ ସଂଗ୍ରହ ପାଇଁ ପ୍ରସ୍ତୁତି ବୈଠକ । ଚଳିତ ବର୍ଷ ରବି ଋତୁରେ ୫୨,୨୩୯ କ୍ବିଣ୍ଟାଲ ଧାନ ସଂଗ୍ରହ ପାଇଁ ଟାର୍ଗେଟ ରଖାଯାଇଛି । ଅଧିକ ପଢନ୍ତୁ...

By

Published : Apr 28, 2020, 4:22 PM IST

Updated : Apr 28, 2020, 4:44 PM IST

ରାୟଗଡାରେ ୫୨,୨୩୯ କ୍ବିଣ୍ଟାଲ ରବି ଧାନ ସଂଗ୍ରହ ପାଇଁ ରହିଛି ଟାର୍ଗେଟ
ରାୟଗଡାରେ ୫୨,୨୩୯ କ୍ବିଣ୍ଟାଲ ରବି ଧାନ ସଂଗ୍ରହ ପାଇଁ ରହିଛି ଟାର୍ଗେଟ

ରାୟଗଡା: ଜିଲ୍ଲାରେ ରବି ଧାନ ସଂଗ୍ରହ ପାଇଁ ପ୍ରସ୍ତୁତି ବୈଠକ । ଲକଡାଉନ୍‌ର ପ୍ରଭାବ ଏବେ ରବି ଫସଲ ଉପରେ ପଡ଼ିଛି । ବର୍ତ୍ତମାନ ରବି ଫସଳ ଅମଳ ହୋଇ ସାରିଥିବା ବେଳେ ବିକ୍ରିକୁ ନେଇ ଚିନ୍ତାରେ ପଡି ଯାଇଛି ଚାଷୀ । ଗୋଟିଏ ପଟେ ରାୟଗଡ଼ା ଜିଲ୍ଲାରେ ଅଦିନିଆ ବର୍ଷାର ଭୟ ରହିଥିବା ବେଳେ ଅନ୍ୟପଟେ ଚାଷୀକୁ ଉତ୍ପାଦିତ ଧାନ ଖଳାରେ ପଡ଼ିରହିଛି ।

ରାୟଗଡାରେ ୫୨,୨୩୯ କ୍ବିଣ୍ଟାଲ ରବି ଧାନ ସଂଗ୍ରହ ପାଇଁ ରହିଛି ଟାର୍ଗେଟ

ମଣ୍ଡିର ଦେଖା ନଥିବାରୁ ବିକ୍ରିବଟାକୁ ନେଇ ଚାଷୀକୁ ଘାରିଛି ଚିନ୍ତା । ଜିଲ୍ଲାରେ ଚଳିତ ବର୍ଷ ରବି ଧାନ ଅମଳ ଆରମ୍ଭ ହୋଇଥିବା ବେଳେ ଅମଳ ଧାନକୁ ଚାଷୀଙ୍କଠାରୁ କିଣିବା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଚଳିତ ବର୍ଷ ରବି ଋତୁରେ ୫୨,୨୩୯ କ୍ବିଣ୍ଟାଲ ଧାନ ସଂଗ୍ରହ ପାଇଁ ଟାର୍ଗେଟ ରଖାଯାଇଛି । ଜିଲ୍ଲାର ୧୧ଟି ବ୍ଲକରେ ୧୭ଟି ମଣ୍ଡି ଖୋଲାଯାଇ ଚାଷୀଙ୍କଠାରୁ ଲ୍ୟାମ୍ପସ ଜରିଆରେ ଆସନ୍ତା ୧୦ ତାରିଖରୁ ଧାନ କିଣିବା ପାଇଁ ନିଷ୍ପତି ନିଆଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

Last Updated : Apr 28, 2020, 4:44 PM IST

ABOUT THE AUTHOR

...view details