ରାୟଗଡ଼ା:ଜିଲ୍ଲା ପଦ୍ମପୁର ଥାନା ଅର୍ନ୍ତଗତ ନାରାୟଣପୁରଠାରେ ଜଣେ ବିବାହିତ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଛି। ମୃତ ମହିଳାଙ୍କ ଶାଶୁ ଘରେ ପାରିବାରିକ ଅଶାନ୍ତି ସହ ଯୌତୁକ ନିର୍ଯ୍ୟାତନା ଲାଗି ରହିଥିଲା । ଏଥିଲାଗି ମୃତ ମହିଳାଙ୍କ ପରିବାର ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି ।
ମୃତ ମହିଳା ହେଉଛନ୍ତି ଗାୟତ୍ରୀ ବେହେରା(୨୪) । ତାଙ୍କ ନିଜ ଘର ପାଙ୍ଗଣାପଦର ହୋଇଥିବା ବେଳେ ତାଙ୍କ ପିତାଙ୍କ ନାମ ନିରଞ୍ଜନ ବେହେରା ବୋଲି ଜଣାପଡିଛି । ତେବେ ୨୦୧୬ ମସିହାରେ ନାରାୟଣପୁରର ଭାସ୍କର ସାହୁଙ୍କ ପୁଅ ପିଣ୍ଟୁ ସାହୁଙ୍କୁ ସେ ବିବାହ କରିଥିଲେ। କିଛି ବର୍ଷ ବ୍ୟବଧାନରେ ପରେ ପାରିବାରିକ ଅଶାନ୍ତି ସହ ଯୌତୁକ ନିର୍ଯ୍ୟାତନା ଲାଗିରହିଥିଲା । ମୃତ୍ୟୁ ଘଟିବା ପୂର୍ବଦିନ ଶାଶୁ ପ୍ରମିଳା ସାହୁ ଓ ବୋହୂ ଗାୟତ୍ରୀ ବେହେରା ମଧ୍ୟରେ ପାରିବାରିକ କଳହ ଲାଗିରହିଥିଲା।