ଓଡିଶା

odisha

ETV Bharat / state

ଗୁଣିଗାରେଡି ସନ୍ଦେହରେ ଦୁଇ ଭଉଣୀଙ୍କୁ ମରଣାନ୍ତକ ଆକ୍ରମଣ - ରାୟଗଡାରେ ଗୁଣିଗାରେଡି

ରାୟଗଡା ସହର ଉପକଣ୍ଠରେ ଥିବା ମାଙ୍କଡ଼ଝୋଲା ଗ୍ରାମରେ ଗୁଣିଆ ସନ୍ଦେହରେ ଦୁଇ ଭଭଣୀଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ଗାଁ ଲୋକେ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

black magic
ଗୁଣିଆ ସନ୍ଦେହରେ ଦୁଇ ଭଉଣୀଙ୍କୁ ମରଣାନ୍ତକ ଆକ୍ରମଣ

By

Published : Jan 29, 2020, 11:54 PM IST

ରାୟଗଡା: ଗୁଣିଗାରେଡି ସନ୍ଦେହରେ ଦୁଇ ଭଭଣୀଙ୍କୁ ମରଣାନ୍ତକ ଆକ୍ରମଣ । ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡା ସହର ଉପକଣ୍ଠରେ ଥିବା ମାଙ୍କଡ଼ଝୋଲା ଗ୍ରାମରେ । ଜଣେ ବ୍ୟକ୍ତି ପକ୍ଷାଘାତରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ ହୋଇଥିଲା । ପରେ ସେହି ଗାଁର ଦୁଇ ଭଉଣୀ ଗୁଣିଗାରେଡି କରିଥିବା ସନ୍ଦେହରେ ଗାଁ ଲୋକେ ତାଙ୍କୁ 12 ଘଣ୍ଟା ନିର୍ଯ୍ୟାତନା ଦେବା ସହ ମରଣାନ୍ତକ ଆକ୍ରଣ କରିଛନ୍ତି ।

ଗୁଣିଆ ସନ୍ଦେହରେ ଦୁଇ ଭଉଣୀଙ୍କୁ ମରଣାନ୍ତକ ଆକ୍ରମଣ

ସୂଚନା ଅନୁଯାୟୀ, ଆଜି ସକାଳେ ସନ୍ତୋଷ ଜାନି ନାମକ ଜଣେ ବ୍ୟକ୍ତି ପକ୍ଷାଘାତରେ ଆକ୍ରାନ୍ତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହେବା ପରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହାକୁ ନେଇ ଗୁଣିଆ କରିଥିବା ସନ୍ଦେହରେ ଗାଁ ଲୋକେ ଦୁଇ ମହିଳା ସବିତା ଯାନୀ, ଗାଲମା ମୁଦୁଲିଙ୍କୁ ଘର ଭିତରୁ ଟାଣି ନେଇ ନିସ୍ତୁକ ମାଡ଼ ମାରିବା ସହ ମରଣାନ୍ତକ ଆକ୍ରମଣ କରିଛନ୍ତି ।

ରାୟଗଡା ଟାଉନ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି । ଗାଁରେ ଚାପା ଉତ୍ତେଜନା ଲାଗି ରହିଥିବାରୁ ସେଠାରେ ପୋଲିସ ମୁତୟନ କରାଯାଇଥିବା ରାୟଗଡା ଥାନା ଅଧିକାରୀ ପ୍ରକାଶ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ଅଭିଯୁକ୍ତକୁ ଗିରଫ କରିବାରେ ପୋଲିସକୁ କୌଣସି ସଫଳତା ମିଳିନାହିଁ ।


ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details