ଓଡିଶା

odisha

By

Published : Aug 16, 2019, 11:45 PM IST

ETV Bharat / state

ବିଜୁ ସ୍ବାସ୍ଥ୍ୟ ସମ୍ଭାଳିବେ ସୁଧିର

ଜିଲ୍ଲା ବିଜେଡ଼ିର ତୁଙ୍ଗ ନେତା ସୁଧିର ଦାସଙ୍କୁ ନବୀନଙ୍କ ନୂଆ ଦାୟିତ୍ବ । ପୁର୍ବରୁ ରାଜ୍ୟ ଯୋଜନା ବୋର୍ଡ଼ ସଦସ୍ୟ ଭାବେ ମନୋନୀତ ହୋଇଥିବା ବେଳେ ଏବେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଟା ଭାବେ ପୁଣିଥରେ ମିଳିଛି ନିଯୁକ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା,ରାୟଗଡ଼ା

ରାୟଗଡ଼ା: ବିଜେଡ଼ି ନିର୍ବାଚନରେ ବିପୁଳ ବିଜୟ ପରେ ଏବେ ଆରମ୍ଭ ହୋଇଛି ନେତାଙ୍କୁ ଥଇଥାନ । ଆଜି 35 ଜଣ ନେତାଙ୍କୁ ବିଭିନ୍ନ ନିଗମ ଏବଂ ସଂସ୍ଥାରେ ଥଇଥାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା,ରାୟଗଡ଼ା

ରାୟଗଡ଼ା ଜିଲ୍ଲା ବିଜେଡ଼ିର ତୁଙ୍ଗ ନେତା ସୁଧିର ଦାସଙ୍କୁ ପୁର୍ବରୁ ରାଜ୍ୟ ଯୋଜନା ବୋର୍ଡ଼ ସଦସ୍ୟ ଭାବେ ମନୋନିତ କରିଥିବା ବେଳେ ଏବେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଟା ଭାବେ ପୁଣିଥରେ ମିଳିଛି ନିଯୁକ୍ତି ।

ତେବେ ଏହି ଅବସରରେ ଇଟିଭିକୁ ଏକ ସାକ୍ଷାତକାରରେ ସୁଧିର କହିଛନ୍ତି , ମୁଖ୍ୟମନ୍ତ୍ରୀ ସିଧା ସଳଖ ଲୋକଙ୍କ ସେବା କରିବାକୁ ଦାୟିତ୍ବ ଦେଇଛନ୍ତି । ଆଗାମି ଦିନରେ ଏଥିରେ ଥିବା ତୃଟି ବିଚ୍ୟୁତିକୁ ସୁଧାରିବା ସହ ଗରିବ ଲୋକଙ୍କ ସହାୟତା କରିବି ବୋଲି ସେ କହିଛନ୍ତି।

ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details