ରାୟଗଡ଼ା:ଗୁରୁତର ଆହତ ବ୍ୟକ୍ତିଙ୍କୁ ମେଡ଼ିକାଲ୍ରେ ଭର୍ତ୍ତି କରି ମାନବିକତା ଏବଂ ପରୋପକାରୀ ପରିଚୟ ଦେଖାଇଲେ ବିଜୁ ସ୍ୱାସ୍ଥ୍ୟ ଯୋଜନା ବୋର୍ଡ଼ର ରାଜ୍ୟ ଉପଦେଷ୍ଟା ସୁଧାରୀ କୁମାର ଦାସ । ସୂଚନା ଅନୁଯାୟୀ, ରାଜ୍ୟ ଉପଦେଷ୍ଟା ସୁଧାରୀ ଆଜି କୋରାପୁଟରୁ ଫେରିବା ସମୟରେ ରାଫକଣା ଛକ ନିକଟରେ ଜଣେ ଅଜଣା ବ୍ୟକ୍ତିଙ୍କୁ ଆହତ ଅବସ୍ଥାରେ ଛଟପଟ ହେଉଥିବା ଦେଖିଥିଲେ ।
ଏନେଇ ରାଜ୍ୟ ଉପଦେଷ୍ଟା ତୁରନ୍ତ ସେଠାରେ ଅଟକି ଉକ୍ତ ବ୍ୟକ୍ତିଙ୍କୁ ନିଜ ଗାଡ଼ିରେ ଆଣି ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ଆହତ ବ୍ୟକ୍ତି ଜଣକ ହେଉଛନ୍ତି କୋରାପୁଟର ସିଦ୍ଧାନ୍ତ ମହାପାତ୍ର । ସିଦ୍ଧାନ୍ତ ଡିକେଡିଏ ସଂସ୍ଥାର କନିଷ୍ଠ କୃଷି ଅଧିକାରୀ ଏବଂ କଲ୍ୟାଣସିଂହପୁର ବ୍ଲକର ପାରସାଲିରେ କାର୍ଯ୍ୟରତ ।