ଓଡିଶା

odisha

ETV Bharat / state

ଉଚ୍ଚଶିକ୍ଷା ବିଭାଗର ଖାମଖିଆଲି ନୀତି, ନ୍ୟାୟ ଦାବିରେ ଛାତ୍ରୀ - ନ୍ୟାୟ

ଉଚ୍ଚଶିକ୍ଷା ବିଭାଗର ଖାମଖିଆଲି ନାତି ଯୋଗୁଁ ବାଜିରେ ଲାଗିଛି ଲିକିତାଙ୍କ ଭବିଷ୍ୟତ । ତେଣେ କଲେଜ କର୍ତ୍ତୃପକ୍ଷଙ୍କ ସହାୟତା ନପାଇ ଭାଙ୍ଗି ପଡିଛନ୍ତି ସେ । ପରିବାର ସହ ବୋର୍ଡ କାର୍ଯ୍ୟାଳୟ ଧାଇଁ ଧାଇଁ ଏବେ ନୟାନ୍ତ ହେଲେଣି ଲିକିତା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

By

Published : Jul 6, 2019, 2:37 PM IST

ରାୟଗଡା: ବେଶ୍‌ ପରିଶ୍ରମର ସହ ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷା ଦେଇଥିଲା ଝିଅ । ପରିଶ୍ରମ ଅନୁଯାୟୀ ଫଳାଫଳ ଭଲ ଆସିବା ନେଇ ରହିଥିଲା ପରିବାର ଲୋକଙ୍କ ଆଶା । ହେଲେ ମାର୍କସିଟ୍‌ରେ ଗୋଟିଏ ଦିନ ଅନୁପସ୍ଥିତ ଦର୍ଶାଇ ଝିଅକୁ ଫେଲ କରିବା ସହ ଧୂଳିସାତ୍‌ ହୋଇଥିଲା ସମସ୍ତ ଆଶା। ଏ ହେଉଛି ରାୟଗଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଛାତ୍ରୀ ପିନିଟିଂ ଲିକିତାଙ୍କ କଥା । ତାଙ୍କ କହିବା ମୁତାବକ ସେ ସମସ୍ତ ବିଷୟରେ ପରୀକ୍ଷା ଦେଇଛନ୍ତି କିନ୍ତୁ ଉଚ୍ଚଶିକ୍ଷା ବିଭାଗର ଖାମଖିଆଲି ଯୋଗୁଁ ତାଙ୍କୁ ଓଡିଆ ପରୀକ୍ଷାରେ ଅନୁପସ୍ଥିତ ଦର୍ଶାଯାଇଛି ।

ଘଟଣାଟି ସାମ୍ନାକୁ ଆସିବା ପରେ ଜିଲ୍ଲାବାସୀଙ୍କ ମଧ୍ୟ ଦେଖାଦେଇଛି ତୀବ୍ର ଅସନ୍ତୋଷ । ତେବେ ଲିକିତାଙ୍କ ସହ ହୋଇଥିବା ଅନ୍ୟାୟ ଯୋଗୁଁ ଦିନ ରାତି ତାଙ୍କୁ ବାପାଙ୍କ ସହ ଉଚ୍ଚଶିକ୍ଷା ବିଭାଗକୁ ଯାଇ ନ୍ୟାୟ ଦାବି କରିବାକୁ ପଡୁଛି । ହେଲେ ଲିକିତାଙ୍କ କଥା ଶୁଣେ ବା କିଏ । ନା ଉଚ୍ଚଶିକ୍ଷା ବିଭାଗ ନା କଲେଜ କର୍ତ୍ତୃପକ୍ଷ, ସବୁ କିଛି ଜାଣି ବି ନିଦା ବିଷ୍ଣୁ ସାଜିଛନ୍ତି ସଭିଏଁ । ପରୀକ୍ଷାର ଉପସ୍ଥାନ ସିଟ୍‌ ଠାରୁ ଆରମ୍ଭ କରି ମେମୋ ପର୍ଯ୍ୟନ୍ତ ସମସ୍ତ ଫର୍ମ ଉଚ୍ଚଶିକ୍ଷା ବିଭାଗରେ ଜମା କରିବା ପରେ ବି ମିଲିପାରି ନାହିଁ କୌଣସି ସୁଫଳ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ଆଶ୍ଚର୍ଯ୍ୟର କଥା କି କଲେଜ କାଗଜପତ୍ର ହିସାବରେ ଲିକିତା ସମସ୍ତ ପରୀକ୍ଷାରେ ଉପସ୍ଥିତ ରହିବା ସହିତ ସମସ୍ତ ପରୀକ୍ଷା ଦେଇଛନ୍ତି । କିନ୍ତୁ ମାର୍କସିଟ୍‌ରେ ତାଙ୍କୁ ଓଡିଆ ପରୀକ୍ଷାରେ ଅନୁପସ୍ଥିତ ଦର୍ଶାଇ ଫେଲ କରାଯାଇଛି । ଏନେଇ କଲେଜ ପ୍ରିନ୍ସିପାଲଙ୍କଠାରୁ ଆରମ୍ଭ କରି ଭୁବନେଶ୍ୱର ସ୍ଥିତ ଉଚ୍ଚଶିକ୍ଷା ବୋର୍ଡର ଦ୍ୱାରସ୍ଥ ହେବା ପରେ ମଧ୍ୟ ଏଯାଏଁ କୌଣସି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ କରିଛନ୍ତି ପରିବାରେ ଲୋକେ ।

ସେପଟେ ପରୀକ୍ଷାରେ ଫେଲ ହେବା ଦ୍ବାରା ନିଜ ଭବିଷ୍ୟତକୁ ନେଇ ଚିନ୍ତାରେ ପଡିଛନ୍ତି ଲିକିତା । ଏଥିସହ ଝିଅ ସହ ହୋଇଥିବା ଅନ୍ୟାୟକୁ ନେଇ ଭାଙ୍ଗି ପଡିଛନ୍ତି ପରିବାର ଲୋକେ । ତେଣେ ଏହି ସମସ୍ୟା ପାଇଁ କଲେଜ ପ୍ରିନ୍ସିପାଲଙ୍କ ଚିଠି ନେଇ ଉଚ୍ଚଶିକ୍ଷା ବିଭାଗର ଦ୍ବାରସ୍ଥ ହୋଇଥିଲେ ମଧ୍ୟ କେବଳ ପ୍ରତିଶୃତି ମିଳିଥିବା କହିଛନ୍ତି ନିକିତାଙ୍କ ବାପା ।

ତେବେ କଲେଜ ପକ୍ଷରୁ ନିକିତାଙ୍କ ପରୀକ୍ଷାରେ ଉପସ୍ଥିତ ସମ୍ପର୍କରେ ସମସ୍ତ ତଥ୍ୟ ପ୍ରମାଣର କାଗଜ ପତ୍ର ବୋର୍ଡ଼ ନିକଟରେ ଦାଖଲ କରାଯାଇଥିବା ବେଳେ ଉଚ୍ଚଶିକ୍ଷା କର୍ତ୍ତୃପକ୍ଷଙ୍କୁ ପୁଣି ନିକିତାଙ୍କ ଫଳାଫଳ ପୁନଃପ୍ରକାଶ କରିବା ପାଇଁ ଅନୁରୋଧ କରାଯାଇଥିବା କହିଛନ୍ତି କଲେଜ ଅଧ୍ୟକ୍ଷ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details