ଓଡିଶା

odisha

ETV Bharat / state

ଦେବଗିରି ପାହାଡ଼ ଉପର କୁଣ୍ଡରୁ ମିଳିଲା ଯୁକ୍ତତିନି ଛାତ୍ରୀଙ୍କ ମୃତଦେହ - ପ୍ରସିଦ୍ଧ ଶୈବପୀଠ ଦେବଗିରି ପାହାଡ଼

ପ୍ରସିଦ୍ଧ ଶୈବପୀଠ ଦେବଗିରି ପାହାଡ଼ ଉପର କୁଣ୍ଡରେ ସନ୍ଦେହଜନକ ଭାବେ ଜଣେ ଛାତ୍ରୀର ମୃତଦେହ ଉଦ୍ଧାର ହୋଇଥିବା ବେଳେ ପୋଲିସର ତଦନ୍ତ ଜାରି ରଖିଛି । ଅଧିକ ପଢନ୍ତୁ

dead body found
dead body found

By

Published : Mar 28, 2023, 1:26 PM IST

dead body found

ରାୟଗଡା: ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ । ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମା ସ୍ଥିତ ଐତିହାସିକ ଶୈବ ପୀଠ ଦେବଗିରି ପାହାଡ଼ ଉପରେ ଥିବା କୁଣ୍ଡରୁ ଛାତ୍ରୀଙ୍କ ସନ୍ଦେହଜନକ ଭାବେ ମୃତଦେହ ଠାବ କରିଛି ପୋଲିସ । ତେବେ ମୃତ ଛାତ୍ରୀ ଜଣକ ହେଉଛନ୍ତି କାଶୀପୁର ବ୍ଲକ ସୁଙ୍ଗେର ଗ୍ରାମର ବିରେନ ଗୌଡ଼ଙ୍କ ଝିଅ ଦେବକୀ ଗୌଡ଼ । ସେ କଲ୍ୟାଣସିଂହପୁର ସ୍ଥିତ ଦେବଗିରି ମହାବିଦ୍ୟାଳୟରେ ଯୁକ୍ତ ୩ ପ୍ରଥମ ବର୍ଷରେ ପାଠ ପଢୁଥିବା ଜଣାପଡିଛି ।

ସୂଚନା ମୁତାବକ, କାଶୀପୁର ବ୍ଲକ ସୁଙ୍ଗେର ଗ୍ରାମର ଗୋଟିଏ ପରିବାରର ତିନି ଭାଇଙ୍କ ୩ ଜଣ ଝିଅ କଲ୍ୟାଣସିଂହପୁରରେ ରହି ମହାବିଦ୍ୟାଳୟରେ ପାଠ ପଢୁଥିଲେ । ଗତ ବୁଧବାର ଦେବକୀ ଗୌଡ଼ ତାଙ୍କ ଦାଦା ଝିଅଙ୍କୁ ମରିବାକୁ ଇଚ୍ଛା ହେଉଛି ବୋଲି କହିବା ସହ ପରିବାର ବର୍ଗଙ୍କୁ ମୋବାଇଲରେ ମେସେଜ ପଠାଇଥିଲେ । ତେବେ ଗୁରୁବାର ଦିନ ଦେବକୀ ରହିଥିବା ଭଡା ଘରେ ଦେଖା ନ ଯିବାରୁ ତାଙ୍କ ଦାଦା ଝିଅ ଭଉଣୀ ଦୁହେଁ ପରିବାରକୁ ଜଣାଇଥିଲେ । ଖବର ପାଇ ପରିବାରବର୍ଗ ପହଞ୍ଚି ସବୁ ଆଡେ ଖୋଜାଖୋଜି କରିଥିଲେ । ଏହି ଖୋଜାଖୋଜି ମଧ୍ୟରେ ଝିଅକୁ ନ ପାଇ ଦେବଗିରି ପାହାଡ ଉପରେ ଖୋଜିଥିଲେ । ସେଠାରେ ପାହାଡ଼ ଉପରେ ଝିଅର ଚପଲ ପଡ଼ିଥିବା ଦେଖିବାକୁ ପାଇଥିଲେ । ହେଲେ ଝିଅକୁ ପାଇନଥିଲେ । ଏନେଇ ଦୁଇ ଦିନ ଖୋଜିବା ପରେ ମଧ୍ୟ ଝିଅକୁ ନ ପାଇବାରୁ ଦେବକୀ ପରିବାର କଲ୍ୟାଣସିଂହପୁର ଥାନାରେ ନିଖୋଜ ମାମଲା ରୁଜୁ କରିଥିଲେ ।

ପରେ ଗତକାଲି ପୁଣି ଥରେ ଦେବଗିରି ପାହାଡ଼ ଉପରକୁ ଖୋଜିବାକୁ ଯାଇଥିବା ବେଳେ ସେଠାରେ ଥିବା ଏକ ଜଳ କୁଣ୍ଡରେ ଝିଅର ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ । ଛାତ୍ରୀଙ୍କ ମୃତଦେହର ଓଢ଼ଣିରେ ପ୍ରାୟ ୫କିଲୋ ଓଜନର ପଥର ବନ୍ଧା ହୋଇଥିବା ଦେଖିବାକୁ ମିଳିଥିବା ବେଳେ ଝିଅର ମୃତଦେହକୁ ଦେଖିବା ପରେ କଲ୍ୟାଣସିଂହପୁର ଥାନାକୁ ଖବର ଦେଇଥିଲେ ପରିବାର ଲୋକେ । ଖବର ପାଇ ଥାନା ଅଧିକାରୀ ମୁକୁନ୍ଦ ଦେବ ନାୟକ ,ଏସଆଇ ଶିବ ପ୍ରସାଦ ସାହୁ ଘଟଣା ସ୍ଥଳରେ ପହଞ୍ଚି ପରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ କର୍ମଚାରୀ ଦେବଗିରିରେ ପହଞ୍ଚି ମୃତଦେହକୁ ଜଳ କୁଣ୍ଡରୁ ଉଦ୍ଧାର କରିଥିଲେ । ପୋଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ଏହି ଖବର ପାଇ ରାୟଗଡ଼ା ଏସଡିପିଓ ଦେବଜ୍ୟୋତି ଦାସ ପହଞ୍ଚି ତଦନ୍ତ କରୁଥିବା ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ରାୟଗଡା

ABOUT THE AUTHOR

...view details