ରାୟଗଡା: ଜିଲ୍ଲା ଟିକିରି ସ୍ଥିତ ଉତ୍କଳ ଆଲୁମିନା କମ୍ପାନି ସମ୍ମୁଖରେ ମୃତଦେହ ରଖି ଧାରଣା । କାର୍ଯ୍ୟରତ ଜଣେ ସିକ୍ୟୁରିଟି ଗାର୍ଡଙ୍କ ମୃତ୍ଯୁ ଘଟିବା ପରେ ପରିବାର ଲୋକେ କମ୍ପାନୀ ସମ୍ମୁଖରେ ଧାରଣା ଦେଇଛନ୍ତି । ମୃତକ ଜଣକ ହେଉଛନ୍ତି କୁଚେଇପଦର ଗ୍ରାମର ଜିରା ମାଝୀ(୪୫) ।
ସେ ଦୀର୍ଘ ୧୬ ବର୍ଷ ହେବ ଉତ୍କଳ ଆଲୁମିନା କମ୍ପାନୀରେ ସିକ୍ୟୁରିଟି ଗାର୍ଡ ଭାବେ ଚାକିରି କରୁଥିଲେ । ସବୁଦିନ ଭଳି ସେ, ଡ୍ୟୁଟି କରିବାପାଇଁ କମ୍ପାନୀର ରେଡମଣ୍ଡ(କଞ୍ଚାମାଲ ରଖାଯାଇଥିବା) ପରିସରକୁ ଯାଇଥିଲେ । ଏହିସମୟରେ ହଠାତ୍ ଅଚେତ ହୋଇଯାଇଥିଲେ । ସହକର୍ମୀମାନେ କମ୍ପାନୀ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ କିନ୍ତୁ କୌଣଷି ସୁଫଳ ମିଳିନଥିଲା । ଫଳରେ ନିଜ ଉଦ୍ୟମରେ ଉତ୍କଳ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ରାୟଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ ।