ରାୟଗଡା: ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତଙ୍କ ମିଳିତ ମଞ୍ଚ ଆନୁକୂଲ୍ୟରେ ରାୟଗଡ଼ା ମୁନିଗୁ଼ଡା ତହସିଲ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ପ୍ଲାକାର୍ଡ ପ୍ରଦର୍ଶନ ପୂର୍ବକ ଗଣ ସତ୍ୟାଗ୍ରହ କରାଯାଇଛି । ରାଜ୍ୟ ସରକାର ଜମାକାରୀଙ୍କ କଷ୍ଟାର୍ଜିତ ଟଙ୍କା ସେମାନଙ୍କୁ ଫେରାଇବା ପାଇଁ 2013ରେ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ବର୍ତ୍ତମାନ ସୁଦ୍ଧା ସେ ନିଜ ପ୍ରତିଶ୍ରୁତିକୁ ପୂରା କରିପାରିନାହାଁନ୍ତି ।
ଜମାକାରୀଙ୍କ ଟଙ୍କା ଫେରସ୍ତ ପ୍ରତିଶ୍ରୁତି ରଖିପାରିଲେନି ରାଜ୍ୟ ସରକାର - money
ରାଜ୍ୟ ସରକାର ରଖିପାରିଲେନି ପ୍ରତିଶ୍ରୁତି । ଫେରସ୍ତ କରିପାରିଲେନି ଜମାକାରୀଙ୍କ କଷ୍ଟାର୍ଜିତ ଟଙ୍କା । ଯାହାକୁ ପ୍ରତିବାଦ କରି ଶାନ୍ତିପୂର୍ଣ୍ଣ ପ୍ଲାକାର୍ଡ ଓ ଗଣଧାରଣା ଦେଇଛନ୍ତି ଆର୍ଥିକ ସଂସ୍ଥାଙ୍କ ଦ୍ୱାରା କ୍ଷତିଗ୍ରସ୍ତ । ମୁନିଗୁଡା ସହ ବିଭିନ୍ନ ତହସିଲ ସମ୍ମୁଖରେ ଏହି ଧାରଣା ଦିଆଯାଇଥିଲା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା
ଯାହାର ପ୍ରତିବାଦ ସ୍ବରୂପ ଆଜି ମୁନିଗୁଡା ସମେତ ବିଭିନ୍ନ ତହସିଲ ସମ୍ମୁଖରେ ଜମାକାରୀ ଶାନ୍ତିପୂର୍ଣ୍ଣ ପ୍ଲାକାର୍ଡ ସହ ଗଣ ସତ୍ୟାଗ୍ରହ କରିଥିଲେ । ତେବେ ଏହି ଗଣ ସତ୍ୟାଗ୍ରହର ନେତୃତ୍ବ ରାୟଗଡା ଜିଲ୍ଲା ଆଵାହକ ଵଳରାମ କୁସୁଲିଆ ନେଇଥିଲେ ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ