ରାୟଗଡ଼ା: ଶନିବାର ପୁଣି ରାୟଗଡାକୁ ଆସୁଛି ସ୍ବତନ୍ତ୍ର ଶ୍ରମିକ ଟ୍ରେନ । ପ୍ରବାସୀ ଶ୍ରମିକଙ୍କୁ ନେଇ ଆନ୍ଧ୍ରପ୍ରଦେଶ ଗୁଣ୍ଟୁରରୁ ବାହାରିଥିବା ଏହି ଟ୍ରେନ ଶନିବାର ସକାଳ ୭ଟା ବେଳେ ରାୟଗଡା ଷ୍ଟେସନରେ ପହଁଞ୍ଚିବ। ୟାହା କାରଣରୁ ସହର ଓ ଆଖପାଖ ଅଞ୍ଚଳରେ ୧୪୪ ଧାରା ଜାରି ହୋଇଛି ।
ଏହି ଟ୍ରେନରେ ରାୟଗଡା ସମେତ ଗଜପତି, କନ୍ଧମାଳ, କୋରାପୁଟ, ନବରଙ୍ଗପୁର ମାଲକାନଗିରି ପ୍ରଭୃତି ପଡୋଶୀ ଜିଲ୍ଲାର ପ୍ରାୟ ୪୦୦ ଶ୍ରମିକ ଆସୁଛନ୍ତି । ଏଥିପାଇଁ ରେଳଷ୍ଟେସନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ରେଳଷ୍ଟେସନରେ ଶ୍ରମିକ ମାନେ ଓହ୍ଳାଇବା ପରେ ସେମାନଙ୍କ ପଞ୍ଜିକରଣ, ସ୍ବାସ୍ଥ୍ୟ ପରୀକ୍ଷା, ସମେତ ଖାଦ୍ୟପେୟ ଓ ବିଶ୍ରାମ ପାଇଁ ସମସ୍ତ ବନ୍ଦୋବସ୍ତ କରାଯାଇଛି ।