ରାୟଗଡା: ସ୍ଵତନ୍ତ୍ର ଟ୍ରେନରେ ଫେରୁଛିନ୍ତି ପ୍ରବାସୀ ଶ୍ରମିକ । ଆଜି ତାମିଲନାଡୁ ରାଜ୍ୟର ତିରପୁରରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ରାୟଗଡାରେ ପହଞ୍ଚିଛି ପ୍ରଥମ ସ୍ବତନ୍ତ୍ର ଶୁଭଯାତ୍ରା ଟ୍ରେନ । ଏହି ଟ୍ରେନ ଓଡିଶାର ରାୟଗଡା, ବଲାଙ୍ଗୀର ଦେଇ ବାଲେଶ୍ଵର ଯିବ । ଏହି ଟ୍ରେନରେ ରାୟଗଡା ଷ୍ଟେସନରେ 120 ଜଣ ପ୍ରବାସୀ ଓହ୍ଲାଇଛନ୍ତି ।
ତାମିଲନାଡୁ ରାଜ୍ୟର ତିରୁପୁରରୁ ଶୁଭଯାତ୍ରା ଟ୍ରେନରେ ରାୟଗଡା, ନବରଙ୍ଗପୁର, ଗଜପତି, ଗଞ୍ଜାମ, କୋରାପୁଟ ଓ କନ୍ଧମାଳ ଜିଲ୍ଲାର 120 ଜଣ ପ୍ରବାସୀ ଓଡ଼ିଆ ପହଞ୍ଚିଛନ୍ତି । ଏହି ଶ୍ରମିକ ମାନେ ରାୟଗଡ଼ରେ ଷ୍ଟେସନରେ ପହଞ୍ଚିଲା ପରେ ସେମାନଙ୍କ ପଞ୍ଜୀକରଣ କରାଯିବା ସହ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି । ଏହା ପରେ ଶ୍ରମିକ ମାନଙ୍କର ଖାଦ୍ୟପେୟର ବ୍ୟବସ୍ଥା କରାଯାଇ ପୋଲିସ ସୁରକ୍ଷା ବଳୟରେ ସ୍ଵତନ୍ତ୍ର ବସ ଯୋଗେ ନିଜ ନିଜ ଜିଲ୍ଲାକୁ ପଠେଇ ଦିଆଯାଇଛି ।