ରାୟଗଡ଼ା:ଜନସାଧାରଣଙ୍କ ଧନ ଜୀବନକୁ ସୁରକ୍ଷା ଦେବାକୁ ଅଣ୍ଟା ଭିଡ଼ିଛି ରାୟଗଡ଼ା ପୋଲିସ । ଟ୍ରାଫିକ ନିୟମ ଖିଲାପକାରୀଙ୍କ ବିରୋଧରେ ନିଆଯାଉଛି କାର୍ଯ୍ୟାନୁଷ୍ଠାନ । ଦିନକୁ ଦିନ ଜିଲ୍ଲାରେ କଳ କାରଖାନା ବଢି ଚାଲିଥିବାବେଳେ ଏହାକୁ ତାଳ ଦେଇ ଜନସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଏହାସହ ଲୋକଙ୍କ ପସନ୍ଦ ଅନୁଯାୟୀ ଅନେକ କିସମର ଯାନବାହନ ମଧ୍ୟ ବଢ଼ିବାରେ ଲାଗିଛି । ଫଳରେ ଅନେକ ସମୟରେ ଗାଡ଼ି ଚାଳକ ଦ୍ରୁତ ଗତିରେ ଗାଡ଼ି ଚଳାଇବା, ମଦ୍ୟପାନ କରି ଗାଡ଼ି ଚଳାଇବା ଓ ବିନା ହେଲମଟରେ ଗାଡି ଚଳାଇବା ଦ୍ଵାରା ସଡକ ଦୁର୍ଘଟଣା ଜନିତ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି । ମୃତ୍ୟୁ ସଂଖ୍ୟା ହ୍ରାସ ପାଇଁ ଜିରୋ କାଜୁଆଲଟିକୁ ଗୁରୁତ୍ବ ଦେଇ ଟ୍ରାଫିକ ନିୟମକୁ କଡ଼ାକଡ଼ି କରିଛି ରାୟଗଡ଼ା ପୋଲିସ। ଏହି କ୍ରମରେ ତଣ୍ଡ ଆକାରରେ 9 କୋଟିରୁ ଊର୍ଦ୍ଧ୍ୱ ଆଦାୟ ବି କରିଛି ପୋଲିସ ।
ଏପରିକି ରାୟଗଡ଼ା ପୋଲିସ କେତେବେଳେ କେଉଁଠି ମଟର ଯାଞ୍ଚ କରୁଛି ତାହା ଜାଣିବା ଜନସାଧାରଣଙ୍କ ପକ୍ଷେ ଅସମ୍ଭବ ହୋଇଯାଉଛି। ଜନ ସାଧାରଣଙ୍କ ଜୀବନର ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ଅପରେସନ ଆରମ୍ଭ କରିଛି ରାୟଗଡ଼ା ପୋଲିସ। ବିଶେଷ କରି ଡ୍ରଙ୍କେନ ଡ୍ରାଇଭି ,ବିନା ହେଲମେଟ, ବିନା ଲାଇସେନ୍ସ, ଆବଶ୍ୟକତା ଠାରୁ ଅଧିକ ମାଲ କିମ୍ବା ଯାତ୍ରୀ ପରିବହନ ସହ ଦ୍ରୁତ ଗତିରେ ଗାଡି ଚଳାଉଥିବା ବ୍ୟକ୍ତିଙ୍କ ଉପରେ ପୋଲିସ ନେଉଛି ଦୃଢ଼ କାର୍ଯ୍ୟାନୁଷ୍ଠାନ । ଏନେଇ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଡ୍ରାଇଭ କରାଯାଇ ଜିଲ୍ଲାର ବିଭିନ୍ନ ସ୍ଥାନରେ ଯାଞ୍ଚ କଡ଼ାକଡ଼ି କରି ମାମଲା ରୁଜୁ ସହିତ ଗାଡ଼ିକୁ ମଧ୍ୟ ଜବତ କରାଯାଉଛି। ଏହାସହ ନିୟମ ଖିଲାପକାରୀଙ୍କଠାରୁ ମୋଟା ଅଙ୍କର ଜରିମାନା, ଲାଇସେନ୍ସ ରଦ୍ଦ ସହ ଆବଶ୍ୟକସ୍ଥଳେ କୋର୍ଟ ବି ଚାଲାଣ କରୁଛି ପୋଲିସ ।
ଏହା ବି ପଢନ୍ତୁ...ମେଟ୍ରୋ ଗଡ଼ିଲେ କମିବ ଟ୍ରାଫିକ ସମସ୍ୟା: ଭର୍ତ୍ତୃହରି