ଓଡିଶା

odisha

ETV Bharat / state

କୋରୋନା ପାଇଁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ବତନ୍ତ୍ର ୱାର୍ଡ - ରାୟଗଡା

ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଖୋଲିଲା ସ୍ବତନ୍ତ୍ର ୱାର୍ଡ । ଅଧିକ ପଢନ୍ତୁ...

special corona ward opens in rayagarh hospital
ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ବତନ୍ତ୍ର ୱାର୍ଡ

By

Published : Feb 6, 2020, 10:10 PM IST

ରାୟଗଡା: କୋରୋନା ଭାଇରସକୁ ନେଇ ସାରା ବିଶ୍ବରେ ଆତଙ୍କ ଖେଳିଯାଇଛି । ଏହାର ପ୍ରଭାବ ଓଡିଶାର ରାୟଗଡା ଜିଲ୍ଲାରେ ମଧ୍ୟ ପଡିଛି । ଏହି ଭାଇରସକୁ ପ୍ରତିହତ କରିବା ପାଇଁ ଏପର୍ଯ୍ୟନ୍ତ କୌଣସି ପ୍ରତିଷେଧକ ବାହାରି ନଥିବାବେଳେ ପ୍ରତିଷେଧକ ମୂଳକ ପ୍ରସ୍ତୁତି କରିଛି ରାୟଗଡା ସ୍ୱାସ୍ଥ୍ୟ ବିଭାଗ । ଏଥିପାଇଁ କୋରୋନା ଆକ୍ରାନ୍ତ କେହି ରୋଗୀ ଆସିଲେ ତାକୁ ଚିକିତ୍ସା ପାଇଁ ପ୍ରସ୍ତୁତ ରହିଛି ରାୟଗଡା ।

ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ବତନ୍ତ୍ର ୱାର୍ଡ

କୋରୋନା ଭାଇରସକୁ ନେଇ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ୪ର୍ଥ ମହଲରେ ଆକ୍ରାନ୍ତଙ୍କ ପାଇଁ ୪ଟି ଶଯ୍ୟାକୁ ନେଇ ଏକ ସ୍ବତନ୍ତ୍ର ୱାର୍ଡ ଖୋଲାଯାଇଛି । ଏହି ୱାର୍ଡରେ ଚିକିତ୍ସା ପାଇଁ ଆବଶ୍ୟକୀୟ ସରଞ୍ଜାମ ରହିଥିବାବେଳେ ୫ଟି ଶଯ୍ୟା ରହିଛି ।

କୋରୋନା ଆକ୍ରାନ୍ତ ପାଇଁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇଥିବା କହିଛିନ୍ତି ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ । କୋରୋନା ଭାଇରସକୁ ନେଇ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଖୋଲିଲା ସ୍ବତନ୍ତ୍ର ୱାର୍ଡ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details